Advertisment

ବାପା ସାଜିଲା ରାକ୍ଷସ : ରାତି ଅଧରେ ପୁଅକୁ ଦୁଇ ଗଡ଼ କରି ହାଣି ପକାଇଲା

ସାମାନ୍ୟ ଝଗଡ଼ା ପାଇଁ ବାପା ନେଇଗଲା ପୁଅର ଜୀବନ ।

Special story

Special story

Advertisment

ବାପାର କ୍ରୋଧର ଅଗ୍ନିରେ ଜଳିଗଲା ବଡ଼ ପୁଅ । କୁହାଯାଏ ରାଗ ମଣିଷର ପରମ ଶତ୍ରୁ । ଆଉ ସେହି ରାଗ ପାଇଁ ଗୋଟିଏ ପରିବାର ରୋଜଗାରିଆ ପୁଅକୁ ହରାଇଛି, ସ୍ତ୍ରୀ ବିଧବା ଆଉ କୁନି ଦୁଇ ପୁଅ ବାପଛେଉଣ୍ଡ ହୋଇଯାଇଛନ୍ତି । ଜୋନପୁର ଜାଫରାବାଦ ଅଞ୍ଚଳରେ ଉତ୍ତରଗାଁରେ ଶନିବାର ବିଳମ୍ବିତ ରାତିରେ ନିଜର ୩୦ ବର୍ଷର ଭେଣ୍ଡିଆ ପୁଅକୁ ହତ୍ୟା କରିଛି ବାପ। ଆଉ ପୁଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ବାପ ଘଟଣାସ୍ଥଳରୁ ଫେରାର ମାରିଛି। ପୋଲିସ ସୂଚନା ପାଇ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ରବିବାର ସକାଳେ ବାପାଙ୍କୁ ଟାଙ୍ଗିଆ ସହ ଗିରଫ କରାଯାଇଛି । ହତ୍ୟା ପଛର କାରଣ ସମ୍ପର୍କରେ ପୋଲିସ ପଚରାଉଚରା କରୁଛି ।

Advertisment

ମୃତକ ରାଜମାନ (୩୦ ବର୍ଷ) ତିନି ଭାଇ ଏବଂ ଦୁଇ ଭଉଣୀରେ ବଡ଼ । ସେ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଘର ଠାରୁ ଦୂରରେ ରହି ପରିବାର ପାଇଁ କଠିନ ପରିଶ୍ରମ କରୁଥିଲେ । ଜୁନ୍ ୪ରେ ସାନ ଭଉଣୀର ବିବାହ କରିବା ପାଇଁ ଦିଲ୍ଲୀରୁ ଘରକୁ ଆସିଥିଲେ । ଧୁମଧାମରେ ଭଉଣୀର ବିବାହ କରାଇବା ପରେ ଦୁଇ ଛୋଟ ପିଲାଙ୍କ ସହ ଦିଲ୍ଲୀ ଫେରିବାର ଥିଲା । ହେଲେ ଶନିବାର ରାତି ତାଙ୍କ ପାଇଁ ହେଲା କାଳ ରାତି । ପ୍ରାୟ ୧୨ଟା ସମୟରେ ରାଜମାନ ଘର ବାହାରେ ଖଟ ଉପରେ ଶୋଇଥିଲେ ।

ଆଉ ରାତି ଅଧରେ ହାତରେ କୁରାଢ଼ୀ ଧରି ପହଞ୍ଚିଲା ରାଜମାନଙ୍କ ବାପା । ରାଗରେ ଜର୍ଜରିତ ହୋଇ ପୁଅକୁ ହାଣି ଦୁଇଗଡ଼ କରିଦେଲା । ପାଖରେ ଶୋଇଥିବା ରାଜମନଙ୍କ ସ୍ତ୍ରୀ ଶ୍ୱଶୁରକୁ ଦେଖି ଜୋରରେ ଚିତ୍କାର କରିବାକୁ ଲାଗିଲେ। ଏହି ସମୟରେ ଇନ୍ଦ୍ରଜିତ ଘଟଣାସ୍ଥଳରୁ ଫେରାର ମାରିଥିଲା । ତେବେ ଏନେଇ ପରିବାର ଲୋକ ପୋଲିସକୁ ସୂଚନା ଦେଇଥିଲେ ।

Advertisment

ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜମାନଙ୍କ ମୃତଦେହକୁ ଉଦ୍ଧାର କରିବା ପରେ ହତ୍ୟାକାରୀ ବାପାକୁ ଖୋଜିବା ଆରମ୍ଭ କରିଥିଲା । ରବିବାର ସକାଳେ ବାପା ଘରଠାରୁ ଦୂରରେ ଗାଁ ବାହାରେ ଥିବା ଏକ ନିଛାଟିଆ ଅଞ୍ଚଳରେ ଥିବା ଡ୍ରେନ୍ ନିକଟରେ ଧରାପଡିଥିଲେ ।

ବାପା କାହିଁକି ପୁଅକୁ ମାରିଲା ?

ବାପା, ଦୁଇ ସାନ ଭାଇ, ଦୁଇ ଭଉଣୀ, ପୂରା ଘରର ଦାୟିତ୍ୱ ବଡ଼ ପୁଅ ରାଜମମାନଙ୍କ ଉପରେ ଥିଲା । ରାଜମାନ ତାଙ୍କ ପତ୍ନୀ ନିକ୍କୁ ଦେବୀ ଏବଂ ଦୁଇ ପୁଅକୁ ସହିତ ଦିଲ୍ଲୀରେ ରହୁଥିଲେ । କଠିନ ପରିଶ୍ରମ କରି ସେ ପୂରା ଘରର ଖର୍ଚ୍ଚ ଚଳାଉଥିଲେ । ହେଲେ ଆଜି ସେହି ବାପା ପୁଅକୁ ହତ୍ୟା କରିଛି । ଖାଇବାକୁ ନେଇ ଶନିବାର ସନ୍ଧ୍ୟାରେ ବାପା ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାଜମାନ ତାଙ୍କ ପିତାଙ୍କୁ ଗାଳି କରିଥିଲେ । ଆଉ ସେଥିପାଇଁ ଅଭିଯୁକ୍ତ ବାପ ରାଗରେ ଜଳୁଥିଲା । ଆଉ ପ୍ରତିଶୋଧ ନେବାକୁ ଯାଇ ରାତିରେ କୁରାଢ଼ୀରେ ପୁଅକୁ ମାରି ପକାଇଲା ।

Advertisment
Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ