Advertisment

ଫ୍ୟାଶନ ଡିଜାଇନରଙ୍କ ପୁଅ ଗିରଫ, ରାତି ଅଧରେ ହ୍ୱାଟ୍ସଆପ୍‌ରେ ଅଭିନେତ୍ରୀଙ୍କୁ ପଠାଉଥିଲେ ଅଶ୍ଲୀଳ ମେସେଜ୍‌

ଜଣାଶୁଣା ଫ୍ୟାଶନ ଡିଜାଇନର ତଥା କୋରିଓଗ୍ରାଫର ପ୍ରସାଦ ବିଡପ୍ପାଙ୍କ ପୁଅ ଏଡମ୍‌ ବିଡପ୍ପା(୨୮)ଙ୍କୁ ପୋଲିସ୍‌ ଗିରଫ କରିଛି। ରାତି ଅଧରେ ହ୍ୱାଟ୍ସଆପ୍‌ରେ ଅଭିନେତ୍ରୀଙ୍କୁ ପଠାଉଥିଲେ ଅଶ୍ଲୀଳ ମେସେଜ୍‌

Fashion Designer Son Arrested

Fashion Designer Son Arrested

Advertisment

ଜଣାଶୁଣା ଫ୍ୟାଶନ ଡିଜାଇନର ତଥା କୋରିଓଗ୍ରାଫର ପ୍ରସାଦ ବିଡପ୍ପାଙ୍କ ପୁଅ ଏଡମ୍‌ ବିଡପ୍ପା(୨୮)ଙ୍କୁ ପୋଲିସ୍‌ ଗିରଫ କରିଛି। ଜଣେ କନ୍ନଡ ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ଏଡମ୍‌ଙ୍କୁ ଗିରଫ କରିଛି। ଏଡମ୍‌ଙ୍କ ବିରୋଧରେ ପୋଲିସ୍‌ରେ ଅଭିଯୋଗ ଆଣି ଅଭିନେତ୍ରୀ ଜଣକ କହିଛନ୍ତି, ‘ଜଣେ ଭିଭିଆଇପିଙ୍କ ପୁଅ ହ୍ୱାଟ୍ସଆପ୍‌ରେ ଅଶ୍ଲୀଳ ମେସେଜ୍‌ ପଠାଇବା ଘଟଣା ମୋତେ ଓ ମୋ ପରିବାରକୁ ଚକିତ କରିଛି। 

Advertisment

ସମ୍ପୃକ୍ତ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି, ‘ଗତ ଫେବୃଆରୀ ୨୫ ତାରିଖ ରାତି ୧୧ଟାରେ ଏଡମ୍‌ ହ୍ୱାଟ୍ସଆପ୍‌ରେ ମେସେଜ କରିଥିଲେ। ଏହି ସମୟରେ ସେ ନିଶାସକ୍ତ ଅବସ୍ଥାରେ ଥିଲେ। ତାଙ୍କର ମେସେଜ ଅପମାନଜନକ, କ୍ରୁରତା, ଘୃଣା ଓ ଆଘାତ ଦେବା ଭଳି ଥିଲା। ଗତ ସପ୍ତାହେ ହେଲା ସେ ତାଙ୍କୁ ହଇରାଣ କରୁଥିଲେ ଅଭିନେତ୍ରୀ କହିଛନ୍ତି।

ଅଭିନେତ୍ରୀ ଜଣକ ଆହୁରି କହିଛନ୍ତି, ସେ ୭ ମାସର ଗର୍ଭବତୀ ଅଛନ୍ତି। ତେଣୁ ଏଭଳି ଘଟଣା ତାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଘଟଣାକୁ ନେଇ ଅଭିନେତ୍ରୀ ଗୁରୁବାର ଇନ୍ଦିରାନଗର ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପ୍ରସାଦ ବିଡପ୍ପାଙ୍କୁ ସେ ବହୁତ ସମ୍ମାନ କରନ୍ତି ବୋଲି ଅଭିନେତ୍ରୀ କହିଛନ୍ତି। ଏଡମ୍‌ ନିଶାସକ୍ତ ଅବସ୍ଥାରେ ଥିଲେ ଅନ୍ୟମାନଙ୍କୁ ହଇରାଣ କରନ୍ତି ବୋଲି ପୂର୍ବରୁ ତାଙ୍କ ମା’ ଏହି କଥା କହିଥିଲେ। 

Advertisment
Fashion Designer Son Arrested Fashion ‌Designer Prasad Bidapa Adam Bidapa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ