ଟିକା ନେବା ପରେ ଅସ୍ଥିର ଅନୁଭବ ହେଉଛି ? ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ରୋଗୀ

ଟିକା ଉପରେ ଭରସା ନାହିଁ । କରୋନା ଟିକା ଉପରେ ଅଧାରୁ ଅଧିକ ଲୋକଙ୍କର ବିଶ୍ୱାସ ନାହିଁ । କିଛି ଲୋକେ ଏବେ ବି କରୋନା ଟିକା ନେବା ପାଇଁ ମଙ୍ଗୁନଥିବା ବେଳେ ଆଉ କିଛି ଲୋକ ବାଧ୍ୟବାଧକତାରେ ଟିକା ନେଉଛନ୍ତି

ଟିକାକରଣର ସାଙ୍କେତିକ ଚିତ୍ର

News Summary

ଅଧାରୁ ଅଧିକ ଲୋକ ଟିକା ଉପରେ ବିଶ୍ୱାସ କରୁନାହାନ୍ତି, ଭୟରେ ଦେହ ଖରାପ ହେଉଛି

ଦେଢ଼ ମାସ ମଧ୍ୟରେ ୬୦ଟି କେସ୍ ସାମ୍ନାକୁ ଆସିଛି, ୩୬ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଟିକା ଉପରେ ଭରସା ନାହିଁ । କରୋନା ଟିକା ଉପରେ ଅଧାରୁ ଅଧିକ ଲୋକଙ୍କର ବିଶ୍ୱାସ ନାହିଁ । କିଛି ଲୋକେ ଏବେ ବି କରୋନା ଟିକା ନେବା ପାଇଁ ମଙ୍ଗୁନଥିବା ବେଳେ ଆଉ କିଛି ଲୋକ ବାଧ୍ୟବାଧକତାରେ ଟିକା ନେଉଛନ୍ତି । ଟିକା ନେବା ପରେ କିଛି ଲୋକ ଅସ୍ଥିର ଅନୁଭବ କରିବା ସହ ଚିନ୍ତାଗ୍ରସ୍ତ ହୋଇ ପଡ଼ୁଥିବା କଥା ଜଣାପଡ଼ିଛି । ଅତ୍ୟଧିତ ଚିନ୍ତାଗ୍ରସ୍ତ ହେବା ଫଳରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଉଛି ଏବଂ ଭୟରେ ଗୁରୁତର ଅସୁସ୍ଥ ହୋଇ ପଡ଼ୁଛନ୍ତି ।

ଟିକାକରଣର ବିଜ୍ଞାନରେ ଏପରି ଘଟଣାକୁ ବିରଳ ବିବେଚନା କରାଯାଏ ନାହିଁ । କିନ୍ତୁ କୋଭିଡ ଟିକକାକରଣ ସମୟରେ ଏପରି ଲୋକଙ୍କ ସଂଖ୍ୟା ବୃଦ୍ଧି ହେବା ଚିନ୍ତାଜନକ ବୋଲି କୁହାଯାଉଛି । ଟିକା ନେଇସାରିବା ପରେ କିଛି ଲୋକେ ଅସ୍ଥିର ଅନୁଭବ କରୁଥିବାରୁ ହସ୍ପିଟାଲରେ ଆଡମିଟ୍ ମଧ୍ୟ ହେଉଛନ୍ତି । ଏବେ ସୁଦ୍ଧା ଦେଶରେ ଏହି କାରଣରୁ ପ୍ରଥମ ମୃତ୍ୟୁ ମଧ୍ୟ ହୋଇସାରିଛି ।

ପ୍ରତି ମାସରେ ପ୍ରତିକୂଳ ଘଟଣାର ସମୀକ୍ଷା କରୁଥିବା କେନ୍ଦ୍ର ସରକାରଙ୍କ ଟିକାକରଣ କମିଟିର ରିପୋର୍ଟରେ ଏହା ପ୍ରକାଶ ପାଇଛି। ଗତ ଦେଢ଼ ମାସ ମଧ୍ୟରେ ଟିକାକରଣ ପରେ ୬୦ଟି ଏପରି ଘଟଣା ଦେଖିବାକୁ ମିଳିଛି । ତେବ ଏନେଇ ଟିକାକରଣ କମିଟି ପ୍ରତ୍ୟେକଟି ଘଟଣାକୁ ପୃଥକ ଭାବରେ ସମୀକ୍ଷା କରିଥିଲେ । ତେବେ ରିପୋର୍ଟ ଅନୁସାରେ ୫୦ ପ୍ରତିଶତରୁ ଲୋକ ଟିକା ଉପରେ ବିଶ୍ୱାସ କରୁନାହାଁନ୍ତି । ଟିକା ନେଇ ମନରେ ସଂଶୟ ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ୁଛି ।

ବିଶେଷଜ୍ଞଙ୍କ ଅନୁସାରେ ଲୋକମାନେ କରୋନାରୁ ରକ୍ଷା ପାଇବା ପାଇଁ ଟିକା ନେଉଛନ୍ତି, କିନ୍ତୁ ଟିକାକୁ ନେଇ ସେମାନଙ୍କ ଭୟ ଦୂର ହେଉନାହିଁ । ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ କି ନୁହେଁ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ଟିକା ନେବା ପରେ ହେଉଥିବା ଜ୍ୱର, ଯନ୍ତ୍ରଣା ଦ୍ୱାରା କିଛି ହୋଇଯିବ ବୋଲି ଆଶଙ୍କା ରହୁଛି । ଫଳରେ ଭୟରେ ବିନା କାରଣରେ ବି ହସ୍ପିଟାଲ ପହଞ୍ଚି ଯାଉଛନ୍ତି । ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ମଧ୍ୟପ୍ରଦେଶର ଆଠ ଜଣ ରୋଗୀଙ୍କ ସହ ଆଲୋଚନା ପରେ ଏହି ସୂଚନା ମିଳିଛି ।