Advertisment

ଅରବିନ୍ଦ କେଜରିୱାଲଙ୍କ ଘରେ ପଶିଲା ED ଟିମ୍‌

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ହଠାତ୍‌ ସକ୍ରିୟ ହୋଇ ଉଠିଛି ଇଡି। ଆଜି ୱାରେଣ୍ଟ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ।

Arvind Kejriwal

Arvind Kejriwal

Advertisment

କେଜରିୱାଲଙ୍କ ଘରେ ଇଡି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଇଡି ଟିମ୍। ମଦ ଦୁର୍ନୀତି ମାମଲାରେ ତଦନ୍ତ ଲାଗି କେଜରିୱାଲଙ୍କ ଦିଲ୍ଲୀ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ପହଞ୍ଚିଛନ୍ତି। ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡି ଟିମ୍ କେଜରିୱାଲଙ୍କ ଘରେ ପହଞ୍ଚିଛି। ଅନ୍ୟପଟେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେଜରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟ ଯାଇଥିବା ସୂଚନା ମିଳିଛି।

Advertisment

ଇଡି ଅଧିକାରୀମାନେ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରୁଥିବା ବେଳେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଇଡିର ଏପରି କାମ ବେଆଇନ ଓ ଗିରଫଦାରୀରୁ ସୁରକ୍ଷା ଦାବି କରି ଗୋଟିଏ ଆବେଦନ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିସହ ଏହାର ଜରୁରୀ ଶୁଣାଣି ପାଇଁ ମଧ୍ୟ ନିବେଦନ କରାଯାଇଛି। କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ସୁପ୍ରିମକୋର୍ଟ ଯାଇଛନ୍ତି।

ଗିରଫଦାରୀରୁ ସୁରକ୍ଷା ପାଇବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କୌଣସି ପ୍ରକାରର ସୁରକ୍ଷା ନ ଦେବାରୁ ଇଡି ଟିମ ତାଙ୍କ ଘରେ ପହଞ୍ଚି ଯାଇଛି। ହାଇକୋର୍ଟରୁ ନିରାଶ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଛନ୍ତି। କିନ୍ତୁ ଇଡି ଟିମ ଯୋଜନାବଦ୍ଧ ଭାବେ କେଜ୍ରିୱାଲଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚିଥିବା ଆପ୍‌ ଅଭିଯୋଗ କରିଛି।

Advertisment
Arvind Kejriwal Enforcement Directorate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ