elderly man
ରେଡିଟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ବର୍ଷା ହେଉଥିବା ରେଲୱେ ପ୍ଲାଟଫର୍ମରେ ଶୀର୍ଷାସନ କରୁଛନ୍ତି। ପ୍ରବଳ ବର୍ଷା ହେଉଥିବା ଓ ଦର୍ଶକମାନେ ତାଙ୍କୁ ରେକର୍ଡ କରିବାକୁ ଚେଷ୍ଟା କରୁଥିବା ସତ୍ତ୍ୱେ ସେ ତାଙ୍କ ଯୋଗାଭ୍ୟାସରେ ସମ୍ପୂର୍ଣ୍ଣ ମଜ୍ଜି ଯାଇଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ବିନା ମ୍ୟାଟରେ ଢୁ ଢୁ ବର୍ଷାରେ ଯୋଗାଭ୍ୟାସ କରୁଥିଲେ । ତାଙ୍କର ଧ୍ୟାନ କେବଳ ତାଙ୍କ ଆସନ ଉପରେ ହିଁ ଥିଲା ।
ଭିଡିଓ ରେକର୍ଡ କରିଥିବା ଜଣେ ବ୍ୟକ୍ତି ଉଲ୍ଲେଖ କରିଛନ୍ତି ଯେ, ବୃଦ୍ଧ ବ୍ୟକ୍ତି ଜଣକ ବିଭିନ୍ନ ଯୋଗାସନ କରୁଥିଲେ, କିନ୍ତୁ ସେମାନେ କେବଳ ଶୀର୍ଷାସନକୁ କ୍ୟାମେରାରେ ରେକର୍ଡ କରିଛନ୍ତି । ମଥୁରା ଜଙ୍କସନରେ ଏହି ଭିଡିଓ ରେକର୍ଡ ହୋଇଛି ।
"ଆଜି, ଟ୍ରେନ ଅପେକ୍ଷା କରୁଥିବା ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ପ୍ଲାଟଫର୍ମରେ ବର୍ଷାକୁ ଖାତିର ନକରି କରି ବିଭିନ୍ନ ଯୋଗାସନ କରୁଥିବା ଦେଖିଲି, ଯେଉଁଥିକୁ ଅନ୍ୟ ପ୍ଲାଟଫର୍ମରୁ ଲୋକେ ଦେଖୁଥିଲେ। କେବଳ ଏହି ଆସନଟିର ଭିଡିଓ ଉଠାଇ ପାରିଲି," କ୍ୟାପସନରେ ଲେଖାଯାଇଛି। ଏହି ଭିଡିଓ ରେଡିଟ ବ୍ୟବହାରକାରୀମାନଙ୍କୁ ଆକର୍ଷିତ କରିଥିଲା, ଯେଉଁମାନେ ଜନଗହଳିପୂର୍ଣ୍ଣ ରେଲୱେ ପ୍ଲାଟଫର୍ମରେ ବୃଦ୍ଧ ବ୍ୟକ୍ତିଙ୍କ ଏକାଗ୍ରତାକୁ ପ୍ରଶଂସା କରିଥିଲେ।
ଅନେକ ଏହାକୁ ଭାରତର ନିତିଦିନିଆ ଜୀବନର ଏକ ପ୍ରକୃଷ୍ଟ ଉଦାହରଣ ବୋଲି କହିବା ସହ ଏହା ବୃଦ୍ଧଙ୍କ ଯୋଗାଭ୍ୟାସ ପ୍ରତି ନିଷ୍ଠାକୁ ପ୍ରଦର୍ଶିତ କରୁଛି। ଜଣେ ବ୍ୟକ୍ତି ମଜା କରି କହିଥିଲେ, "ଭାରତରେ ଟ୍ରେନରେ ଚଢ଼ିବା ପୂର୍ବରୁ ଆମ ସମସ୍ତଙ୍କୁ ଏପରି ପୋଜ୍ ଦେଖିବା ଦରକାର।"
ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି, "ମୁଁ କେବଳ ଜଣେ ବ୍ୟକ୍ତିଙ୍କୁ ଦେଖୁଛି ଯିଏ ଛତା ଭୁଲିଗଲେ ଏବଂ ବର୍ଷାରୁ ତାଙ୍କ ମୁଣ୍ଡକୁ ଶୁଖାଇ ରଖୁଛନ୍ତି!" ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, "ମୁଣ୍ଡକୁ ଅଧିକ ରକ୍ତ ସଞ୍ଚାଳନ ହେବା ସହିତ ଏହାର ଅନୁଭୂତି ଅତ୍ୟନ୍ତ ଅସାଧାରଣ ହୋଇଥିବ ।"
ଆଉ ଜଣେ ଲେଖିଛନ୍ତି , "ଅରା ଫାର୍ମିଂ" । ଯୋଗ ଭାରତରେ ଲୋକପ୍ରିୟ । ଏହା ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଐତିହାସିକ କ୍ଷେତ୍ରରେ ଗଭୀର ଭାବେ ଜଡିତ ହୋଇ ରହିଛି। ଏହା କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଧ୍ୟାନ, ଶ୍ୱାସ ନିୟନ୍ତ୍ରଣ ଓ ନୈତିକ ନୀତିକୁ ସମ୍ମିଳିତ କରୁଥିବା ଏକ ଜୀବନଶୈଳୀ।
ଭାରତରେ ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଯୋଗାଭ୍ୟାସ କରନ୍ତି। ୨୦୧୮ରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଭାରତର ୫୦%ରୁ ଅଧିକ ପ୍ରାପ୍ତବୟସ୍କ କିଛି ନା କିଛି ପ୍ରକାରର ଯୋଗ କିମ୍ବା ଏହି ପ୍ରକାର ଅଭ୍ୟାସ କରିଥାଆନ୍ତି । ଉତ୍ତରାଖଣ୍ଡ, କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ଯୋଗାଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ । ୨୦୧୪ରେ ଭାରତର ଉଦ୍ୟମରେ ଜାତିସଂଘ ଦ୍ୱାରା ଘୋଷିତ ଅନ୍ତର୍ଜାତୀୟ ଯୋଗ ଦିବସ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753954658.jpg)