Advertisment

ଯେତେ ଖୋଳିଲେ ସେତେ ବାହାରୁଛି; ଅର୍ପିତାଙ୍କ ଘରୁ ଆଉ ୨୦ କୋଟି..

ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି।

ଅଦ୍ୟତନ ହୋଇଛି
15cr Cash

15cr Cash

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ମିଳିଛି ୨୦ କୋଟି ଟଙ୍କା । ଗତ ଶନିବାର ୨୧ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବାବେଳେ ଆଜି ପୁଣି ବିପୁଳ ଟଙ୍କା ଜବତ କରିଛି ଇଡ଼ି । ଏହି ଟଙ୍କାକୁ ଗଣତି ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ଏଥିପାଇଁ ଟଙ୍କା ଗଣା ମେସିନ୍ ବ୍ୟବହାର କରାଯାଇଛି । 

Advertisment

ଆଜି ବେଲଘରିଆରେ ଥିବା ଅର୍ପିତାଙ୍କ ଫ୍ଲାଟ ସମେତ ୪ଟି ଜାଗାରେ ଛାପା ମାରିଥିଲା ଇଡ଼ି । ତେବେ ଫ୍ଲାଟରୁ ପୁଣି ଥରେ ଆଜି ପୁଳା ପୁଳା ଟଙ୍କା ମିଳିଥିବା ସୂଚନା ମିଳିଛି । ଅଭିନେତ୍ରୀ ତଥା ମଡେଲ୍ ଅର୍ପିତା ମୁଖାର୍ଜୀ ଗତ କିଛି ବର୍ଷ ଧରି ପାର୍ଥ ଚାଟାର୍ଜୀଙ୍କ ନିକଟତର ହୋଇଥିଲେ । ଶନିବାର ପାର୍ଥ ଏବଂ ଅର୍ପିତାଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାର ତଦନ୍ତ କରୁଛି ଇଡ଼ି । ଇଡ଼ିର ଜେରାବେଳେ ଅର୍ପିତା କହିଥିଲେ, ପାର୍ଥ ତାଙ୍କ ଘରକୁ ମିନିବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି । ସେ ଆଣୁଥିବା ଟଙ୍କା ସବୁକୁ ନିଜ ଘରେ ନରଖି ଅର୍ପିତାଙ୍କ ଘରେ ରଖୁଥିଲେ ।

ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଅର୍ପିତା ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗ ହୋଇଥିବାରୁ ଶୁକ୍ରବାର ଇଡି ତାଙ୍କ ଘରେ ରେଡ କରିଥିଲା। ଏହି ସମୟରେ ସେଠାରୁ ୨୧ କୋଟି ଟଙ୍କା ମିଳିଥିଲା। ଏହାପରେ ପ୍ରଥମେ ମନ୍ତ୍ରୀ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଏବେ ଅର୍ପିତାଙ୍କ ଆଉ ଗୋଟିଏ ଘରୁ ବିପୁଳ ପରିମାଣର ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ଠାବ କରିଛି।

Advertisment
ED Arpita Mukherjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ