Advertisment

କରୋନା କଟକଣା ମଧ୍ୟରେ ହେବ ନିର୍ବାଚନ, ୧୫ ପରେ ଶୋଭାଯାତ୍ରା ପାଇଁ ଅନୁମତି

୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ

Election 2022

Election 2022

Advertisment

ବାଜିଲା ବାଇଶି ନିର୍ବାଚନୀ ବିଗୁଲ୍। ଫେବୃଆରୀରୁ ମାର୍ଚ୍ଚ ଭିତରେ ହେବ ୫ ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ। ମୋଟ ୬୯୦ ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁଥିବା ବେଳେ, ଫେବୃଆରୀ ୧୦ରୁ ଭୋଟିଂ ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୦ରେ ଗଣତି ହେବ। ଉତ୍ତରପ୍ରଦେଶରେ ୭ଟି ଯାକ ପର୍ଯ୍ୟାୟରେ ଅର୍ଥାତ୍ ଫେବୃଆରୀ ୧୦, ୧୪, ୨୦, ୨୩, ୨୭, ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ଭୋଟ୍ ଗ୍ରହଣ ହେବ । ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ଫେବୃଆରୀ ୧୪ରେ ଭୋଟ୍ ହେବ । ମଣିପୁରରେ ୨ଟି ପର୍ଯ୍ୟାୟରେ ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ହେବ ମତଦାନ । ତାରିଖ ଘୋଷଣା ସହ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

Advertisment

ନିର୍ବାଚନ କମିଶନରଙ୍କ ଫୋକସରେ କୋଭିଡ୍-ନିରାପଦ ନିର୍ବାଚନ। ସେଥିପାଇଁ ଜାନୁଆରୀ ୧୫ ଯାଏଁ ପ୍ରଚାର ପାଇଁ କୌଣସି ପ୍ରକାର ରାଲି, ରୋଡ୍ ସୋ, ଶୋଭାଯାତ୍ରା, ସାଇକେଲ୍, ବାଇକ୍ କିମ୍ବା ଗାଡ଼ି ରାଲି ହୋଇପାରିବ ନାହିଁ। ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି। ଡୋର୍-ଟୁ-ଡୋର୍ କ୍ୟାମ୍ପେନରେ ସର୍ବାଧିକ ୫ଜଣ ଯାଇପାରିବେ। ରାତି ୮ରୁ ସକାଳ ୮ ଯାଏଁ କ୍ୟାମ୍ପେନ୍ କର୍ଫ୍ୟୁ ଲାଗିବ । ଏହି ସମୟରେ ପ୍ରଚାର କରିହେବ ନାହିଁ। ୧୫ ତାରିଖ ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

କରୋନା ସଂକ୍ରମଣ ଆଶଙ୍କା କମାଇବାକୁ, ପ୍ରାର୍ଥୀଙ୍କ ପାଇଁ ଅନଲାଇନ୍‌ରେ ନାମାଙ୍କନ ଦାଖଲର ବିକଳ୍ପ; ୮୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ୍ ବାଲଟ୍ ବ୍ୟବସ୍ଥା; ବୁଥ୍ ପ୍ରତି ସର୍ବାଧିକ ୧୨୫୦ ଭୋଟର୍ ନିଷ୍ପତ୍ତି ସହିତ ୫ଟି ଯାକ ରାଜ୍ୟରେ ମତଦାନ ଅବଧି ଘଣ୍ଟାଏ ଲେଖାଏଁ ବଢ଼ାଇ ଦିଆଯାଇଛି। ନିର୍ବାଚନରେ ସଂପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର୍ ମାନ୍ୟତା ଦିଆଯିବା ସହ ସମସ୍ତ ଯୋଗ୍ୟ ଅଧିକାରୀଙ୍କୁ ପ୍ରିକସନାରୀ ଡୋଜ୍ ଟିକା ଦିଆଯିବ। ତା ଛଡ଼ା ସବୁ ପୋଲିଂ ଷ୍ଟେସନରେ ସାନିଟାଇଜର୍ ଓ ଥର୍ମାଲ୍ ସ୍କାନିଂ ବ୍ୟବସ୍ଥା ରହିବ।

Advertisment

ଏଥିସହ କେବଳ ମହିଳା ଓ କେବଳ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ପୋଲିଂ ଷ୍ଟେସନ୍, ସି-ଭିଜିଲ୍ ଏବଂ ନୋ ୟୋର୍ କ୍ୟାଣ୍ଡିଡେଟ୍ ମୋବାଇଲ୍ ଆପ୍, ପ୍ରାର୍ଥୀଙ୍କ ଅପରାଧିକ ମାମଲା ବିବରଣୀ ପ୍ରକାଶ ଆଦି ସଂପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ୫ ରାଜ୍ୟର ନିର୍ବାଚନରେ ମୋଟ ୧୮ କୋଟି ୩୪ ଲକ୍ଷ ଭୋଟର୍ ଭାଗ ନେବେ ବୋଲି ଜଣାପଡ଼ିଛି।

India Election2022 EIC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ