‘ ତା’ସହ ମଧ୍ୟ ସେମିତ ହେବା ଦରକାର’ : ଜୀବନ୍ତ ଜଳିଯାଇ ପ୍ରାଣ ହରାଇଥିବା ଯୁବତୀଙ୍କ ଅପିଲ୍‌

ଜୋରଜବରଦସ୍ତି କରି ରାଜି ନହେବାରୁ ସେ ମୋ ସହ ଏପରି କରିଛି । ସେ ବି ସମାନ କଷ୍ଟ ଭୋଗିବା ଉଚିତ୍‌ ।

ମୃତ୍ୟୁ ପୂର୍ବରୁ ଜୀବନ୍ତ ଜଳି ଯାଇଥିବା ଯୁବତୀଙ୍କ ଅପିଲ୍‌

‘ସେ ମୋ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା । ମୋତେ ଯେପରି ପୋଡ଼ିକି ମାରିଛି, ତା’ ସହ ମଧ୍ୟ ସେମିତି ହେବା ଦରକାର । ଜଣକୁ ପୋଡ଼ି ମାରିବାର କଷ୍ଟ ସେ ଅନୁଭବ କରିବା ଉଚିତ୍‌ । ମୁଁ ରୁମରେ ଏକୁଟିଆ ଶୋଇଥିବା ବେଳେ ସକାଳ ୪ଟା ସମୟରେ ଶାହାରୁଖ ଓ ଛୋଟୁ ସାଥିରେ ଆସିଥିଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ପରେ ମୁଁ ବିକଳରେ ଚିତ୍କାର କରୁଥାଏ, ଆଉ ସେମାନେ ଦୌଡ଼ି ପଳାଇ ଯାଇଥିଲେ । ମୁଁ ମରିବାକୁ ଯାଉଛି’, ତାକୁ ବି କଠୋର ଦଣ୍ଡ ଦିଆଯାଉ ମୃତ୍ୟୁ ପୂର୍ବରୁ କହି ଯାଇଛନ୍ତି ଅଙ୍କିତା ।

ଝାଡ଼ଖଣ୍ଡ ଦୁମକାରେ ଜଣେ ନାବାଳିକାକୁ ଜୀବନ୍ତ ଜାଳି ଦେଇଛି ଶାହାରୁଖ ନାକମ ଯୁବକ । ମୃତକ ଅଙ୍କିତା ସିଂ ତା’ ସହ ବନ୍ଧୁତା ମନା କରିବାକୁ ମନା କରିଦେବା ପରେ ସେ ଏପରି ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାପଡ଼ିଛି । ୫ ଦିନ ହେବ ମରଣ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା । ଏହି ଘଟଣାକୁ ନେଇ ପୂରା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି ।

 ଗତ ୨୩ତାରିଖ ରାତି ୪ଟା ବେଳେ ହଠାତ୍‌ ଅଙ୍କିତାଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଏହା ଶୁଣି ଘରେ ଥିବା ତାଙ୍କ ଜେଜେବାପା, ଜେଜେମା’, ବାପା ଓ ଛୋଟ ଭାଇ ଉଠି ପଡ଼ିଥିଲେ । ଏହାପରେ ସେମାନେ ଅଙ୍କିତା ଜଳୁଥିବା ଦେଖିବାକୁ ପାଇଲେ । ଗୁରୁତର ଅବସ୍ଥାରେ ଅଙ୍କିତାଙ୍କୁ ପ୍ରଥମେ ଦୁମ୍‌କା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍ସ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ପୋଲିସ୍‌ ଅଙ୍କିତାଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ଶାହରୁଖକୁ ଗିରଫ କରିଥିଲା। ତେବେ ସେଠାରେ ପାଞ୍ଚ ଦିନ ମୃତ୍ୟୁ ସହ ଲଢ଼ିବା ପରେ ଆଜି ଅଙ୍କତି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।