Due to bad weather indigo flight diverted and reaches pakistan
ହଠାତ୍ ଖରାପ ହେଲା ପାଗ। ଆଉ ରାସ୍ତା ଭୁଲି ପାକିସ୍ତାନ ବାୟୁସୀମା ଭିତରେ ପଶିଲା ଭାରତୀୟ ବିମାନ। ତେବେ ସୁରକ୍ଷିତ ଭାବେ ଇଣ୍ଡିଗୋ ବିମାନଟି ଭାରତକୁ ଫେରି ଆସିଥିଲା। ଖରାପ ପାଗ ଯୋଗୁ ଏଭଳି ଘଟିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ 6E-645 ପଞ୍ଜାବର ଅମୃତସରରୁ ଗୁଜରାଟର ଅହମ୍ମଦାବାଦକୁ ଯାଉଥିଲା। ତେବେ ଖରାପ ପାଗ ଯୋଗୁ ଏହା ଭାରତୀୟ ଆକାଶରୁ ବାହାରି ପାକିସ୍ତାନ ବାୟୁସୀମା ଭିତରେ ପ୍ରବେଶ କରିଯାଇଥିଲା। ଶନିବାର ସନ୍ଧ୍ୟା ୭ଟା ୩୦ ବେଳେ ଲାହୋର ଉତ୍ତରରେ ଏହା ପାକିସ୍ତାନ ଆକାଶରେ ପ୍ରାୟ ଅଧଘଣ୍ଟା ଧରି ଉଡ଼ିଥିଲା।
ତେବେ ଘଟଣା ସମ୍ପର୍କରେ ଭାରତ ଓ ପାକିସ୍ତାନର ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଧିକାରୀ ଫୋନ୍ ଯୋଗେ କଥା ହୋଇଥିଲେ ଓ ରାତି ୮ଟା ୧ ବେଳେ ଇଣ୍ଡିଗୋ ବିମାନଟି ସୁରକ୍ଷିତ ଭାବେ ଗୁଜ୍ରନୱାଲା ନିକଟରେ ପୁଣି ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା।
ସୂଚନା ଅନୁସାରେ, ଖରାପ ପାଗ ସମୟରେ ବିମାନର ଏଭଳି ଗତିପଥ ପରିବର୍ତ୍ତନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଅନୁମତି ରହିଛି। ଗତମାସରେ ପାକିସ୍ତାନର ଏକ ଯାତ୍ରୀବାହୀ ବିମାନ ମଧ୍ୟ ଭାରତୀୟ ବାୟୁସୀମାରେ ପ୍ରବେଶ କରି ସୁରକ୍ଷିତ ଭାବେ ଫେରି ଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1686538676.jpg)