Advertisment

ଭାଉଜକୁ ଦୁଷ୍କର୍ମ ପରେ ହତ୍ୟା କଲେ ୪ଦିଅର, ସ୍ୱାମୀ ଦେଇଥିଲା ସୁପାରୀ

ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ। ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ।

ଅଦ୍ୟତନ ହୋଇଛି
Uttar Pradesh Gang Rape

Uttar Pradesh Gang Rape

Advertisment

ଦୁବାଇରେ ରହି ସ୍ତ୍ରୀର ମର୍ଡର ପ୍ଲାନ ରଚିଲା ସ୍ୱାମୀ। ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ସ୍ୱାମୀ। ହତ୍ୟା ପାଇଁ ନିଜ ଚାରି ଭାଇଙ୍କୁ ସୁପାରୀ ଦେଇଥିଲା ସ୍ୱାମୀ। ଉତ୍ତରପ୍ରଦେଶ ଫତେହପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ୪ଜଣ ମିଶି ଗଣଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା କରି ମୃତଦେହକୁ ପାଣି ଟାଙ୍କିରେ ଫିଙ୍ଗିଦେଇଥିଲେ ୪ଅଭିଯୁକ୍ତ। ପୋଲିସ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଛି। ଏଥିସହ ଘଟଣାରେ ସଂପୃକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ସ୍ୱାମୀ ଦୁବାଇରେ ଥିବା ସୂଚନା ମିଳିଛି।

Advertisment

ସୂଚନାନୁଯାୟୀ ଘଟଣାଟି ଜାନୁଆରୀ ୨୦ରେ ଘଟିଥିଲା। ଫତେହପୁରରେ ଥିବା ଏକ ନିର୍ମାଣାଧୀନ ପାଣିଟାଙ୍କିରୁ ମିଳିଥିଲା ମହିଳାଙ୍କ ‍କ୍ଷତବିକ୍ଷତ ମୃତଦେହ। ମୃତଦେହଟି କାହାର ସେନେଇ କେହି ସ୍ପଷ୍ଟ କରି ପାରିନଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିଲା। ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଗଣଦୁଷ୍କର୍ମ ହୋଇଥିବା ଜଣାପଡିଥିଲା। ଏଥିସହ ମୁଣ୍ଡରେ ଗଭୀର ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ମୃତ୍ୟୁ ହୋଇଥିବା ପୋଲିସ କହିଛି। ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରିଥିଲା।

ପୋଲିସର ତଦନ୍ତ ଅନୁଯାୟୀ ମହିଳାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସ୍ୱାମୀ ଖୋଦ୍‌ ଦୁବାଇରୁ ବସି ପ୍ଲାନ କରିଥିଲେ। ସେଥିପାଇଁ ନିଜ ୪ଭାଇଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ୪ଅଭିଯୁକ୍ତ ମହିଳାଙ୍କ ବାପ ଘରକୁ ଯାଇ ତାଙ୍କୁ ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ। ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ। ଏହାପରେ ପାଣିଟାଙ୍କିରେ ଫିଙ୍ଗି ଚାଲିଯାଇଥିଲେ।

Advertisment

ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନେ ସବୁ କଥା କହିଥିଲେ। ମହିଳାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ଭାଇ ସୁପାରୀ ଦେଇଥିବା ସେମାନେ କହିଥିଲେ। ପଞ୍ଚମ ତଥା ଅଭିଯୁକ୍ତ ସ୍ୱାମୀକୁ ଖୁବଘୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Murder Uttar Pradesh Supari Killing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ