Armed boat
ସମୁଦ୍ର ଜଗିବ ମାନବବିହୀନ ସଶସ୍ତ୍ର ବୋଟ୍ । ଡିଆରଡିଓ ନିର୍ମିତ ରିମୋଟ୍ ପରିଚାଳିତ ମାନବବିହୀନ ସଶସ୍ତ୍ର ବୋଟର ପରୀକ୍ଷଣ ହୋଇଛି । ପୁନେର ଭାମା ଆସଖେଣ୍ଡ ଡ୍ୟାମରେ ଏହାର ସଫଳ ପରୀକ୍ଷଣ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନବବିହୀନ ସଶସ୍ତ୍ର ବୋଟ୍ ସମୁଦ୍ରରେ ଶତ୍ରୁ ପକ୍ଷର ଗତିବିଧି ଜାଣିବା ସହ ସେମାନଙ୍କ ମୁକାବିଲା କରିପାରିବ ।
ଏହା ବିଦ୍ୟୁତ ଓ ମୋଟର ଇଞ୍ଜିନରେ ଚାଲିପାରିବ । ଏହି ସଶସ୍ତ୍ର ବୋଟରେ କେହି ମନୁଷ୍ୟ ନ ରହିଲେ ମଧ୍ୟ ଲଗାତର ୨୪ ଘଣ୍ଟା ପାଣିରେ ରହି ପାଟ୍ରୋଲିଂ କରିପାରିବ । ଏହାକୁ ରିମୋର୍ଟ ଦ୍ୱାରା ପୁରା ନିୟନ୍ତ୍ରଣ କରାଯାଇପାରିବ ।
ସେହିପରି ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ତିଆରି ହୋଇଛି ମାନବ ବହନ କରୁଥିବା ଡ୍ରୋନ୍ ବରୁଣ । ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ମାନବ ବହନ କରିପାରୁଥିବା ଡ୍ରୋନ(Drone) ନିର୍ମାଣ କରିଛି ପୁନେର ସାଗର ଡିଫେନ୍ସ ଇଞ୍ଜିନିୟରଂ କମ୍ପାନି । ଏହି ଡ୍ରୋନରେ ୧୦୦ କିଲୋ ଓଜନର ଜିନିଷ ବହନ କରିପାରୁଥିବା କ୍ଷମତା ରହିଛି ।
ଯୁଦ୍ଧ କିମ୍ବା ବିପଦ ସମୟରେ ନୌସେନାକୁ ମେଡିକାଲ ଫେସିଲିଟି ଯୋଗାଇବା ଉଦ୍ଦେଶ୍ୟରେ ଏହାର ନିର୍ମାଣ ହୋଇଛି । ପୂର୍ବରୁ ଡ୍ରୋମ ମାଧ୍ୟମରେ ଅନେକ ବିଷୟରେ ଅବଗତ ହୋଇ ପାରୁଥିଲେ ଲୋକେ । ତେବେ ଏହି ଡ୍ରୋନର ବଶେଷତ୍ୱ ହେଲା ଏହା ମାନୁଆଲି ଅପରେଟେ ହେବ । ବିଶେଷ କରି ଯୁଦ୍ଧ ସମୟରେ ଏହାର ବ୍ୟବହାର ଦ୍ୱାରା ଅନେକ ସୁବିଧା ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Armed_boat_1665037342.jpg)