Advertisment

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ବରଂ କରିବାକୁ ପଡ଼ିବ ରକ୍ତଦାନ

ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..

Traffic Violation

Traffic Violation

Advertisment

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ଏଣିକି ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ଦେବାକୁ ପଡ଼ିବ ରକ୍ତ । ସରକାର ନେଲେ ବଡ଼ ନିଷ୍ପତ୍ତି । ରାସ୍ତାରେ ଟ୍ରାଫିକ୍‌ ନିୟମ ଭଙ୍ଗ କଲେ କେବଳ ଜୋରିମାନା ଦେବାକୁ ପଡିବ ତାହା ନୁହେଁ ଏଥର ଜୋରିମାନା ସହ ଦେବାକୁ ପଡିବ ଗୋଟିଏ ୟୁନିଟ୍‌ ରକ୍ତ। ହୁଏତ ଏଇ କଥା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିବ। ଆଉ ଭାବୁଥିବେ ନିୟମ ଭଙ୍ଗ କଲେ ଜୋରିମାନା ଦେବାକୁ ହୁଏ କିନ୍ତୁ ରକ୍ତ କାହିଁକି ?

Advertisment

ପଞ୍ଜାବ ସରକାରଙ୍କ ନୂଆ ନିୟମ । ନିୟମ ନମାନିଲେ ଦେବେ ଗୋଟେ ୟୁନିଟ୍‌ ରକ୍ତ । ଦିନକୁ ଦିନ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ମାନୁନଥିବା ଦେଖା ଦେଇଛି। ଏମିତିକି ନିୟମ ଖିଲାଫକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । କିନ୍ତୁ ପଂଜାବ ସରକାରଙ୍କ ନୂଆ ନିୟମ ଅନୁସାରେ, ଯଦି କେହି ଟ୍ରାଫିକ ନିୟମ ଭଙ୍ଗ କରୁଛନ୍ତି ତେବେ ତାଙ୍କୁ କେବଳ ଜୋରିମାନା ଦେବାକୁ ପଡ଼ିବ। ପରେ ନିୟମ ଭଙ୍ଗ କଲେ ଦ୍ୱିଗୁଣିତ ଜୋରିମାନା ଦେବାକୁ ପଡ଼ିବ ।

କିନ୍ତୁ ଏହାପରେ ନିୟମ ଭଙ୍ଗ କଲେ କେବଳ ଦ୍ୱିଗୁଣିତ ଅର୍ଥ ନୁହେଁ ବରଂ ଗୋଟିଏ ୟୁନିଟ୍‌ ରକ୍ତ ଦେବାକୁ ପଡ଼ିବ ବୋଲି କୁହାଯାଇଛି । ଏହାସହ ଯଦି ନିୟମ ଉଲଙ୍ଘନକାରୀ ମଦ୍ୟପାନ କରିଥିବେ, ତେବେ ସର୍ବପ୍ରଥମେ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି କୁହାଯାଉଛି ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟ୍ରାଫିକ ନିୟମ ଉଲଙ୍ଘନ କଲେ ଜୋରିମାନା ତ ଦେବେ ଏହାସହ ନିକଟସ୍ଥ ମେଡ଼ିକାଲ ଯାଇ ରକ୍ତ ମଧ୍ୟ ଦାନ କରିବେ ବୋଲି ନିୟମ କରାଯାଇଛି। ଆଉ ପଂଜାବ ସରକାରଙ୍କ ଏହି ନିୟମକୁ ନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି। କାରଣ କୁହାଯାଇଛି କି ଏମିତି ନିଷ୍ପତ୍ତି ନେବାରେ ପଂଜାବ ସରକାର ପ୍ରଥମ। କିନ୍ତୁ ଏମିତି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍‌ ଚର୍ଚ୍ଚା ଚାଲିଛି।

Traffic Violation Donate Blood Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ