Advertisment

ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲେ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣ

ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ। ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Doctor couple among 6 killed in massive fire in Jharkhand

Doctor couple among 6 killed in massive fire in Jharkhand

Advertisment

ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ। ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଝାଡ଼ଖଣ୍ଡ ଧାନବାଦର ପୁରୁଣା ବଜାର ସ୍ଥିତ ହାଜରା କ୍ଲିନିକ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ- ଡାକ୍ତର ବିକାଶ ହାଜରା, ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହାଜରାଙ୍କ ସମେତ ହସ୍ପିଟାଲ୍‌ର ଅନ୍ୟ ୪ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

Advertisment

ସୂଚନା ଅନସାରେ ରାତି ୧ଟାରେ ସର୍ଟ ସର୍କିଟ୍‌ ହୋଇ ହସ୍ପିଟାଲ୍‌ର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। କ୍ରମଶଃ ଏହା ପ୍ରଥମ ମହଲାକୁ ବ୍ୟାପିଥିଲା। ଲୋକମାନେ ଶୋଇ ଥିବାରୁ ହଠାତ୍‌ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ନଥିଲେ। ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ କେହି କ୍ଲିନିକ୍ ବାହାରକୁ ଆସିପାରି ନଥିଲେ।   

ଘଟଣାରେ ହସ୍ପିଟାଲ୍‌ର ସମସ୍ତ ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୯ ଜଣଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁସାରେ, ହସ୍ପିଟାଲ୍‌ରେ ନିଆଁ ଲିଭାଇବା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା। ଏପରିକି ଆଣ୍ଟିଫାୟାର ମେସିନ୍‌ ମଧ୍ୟ ଆକ୍ଟିଭ୍‌ ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ