Advertisment

ନିଜ ଦରମା ରୋକିଲେ ଜିଲ୍ଲାପାଳ ! ନିର୍ଦ୍ଧାରିତ ସମୟରେ କାମ ଶେଷ ନହେବାରୁ ନିଜକୁ ଦେଲେ ଦଣ୍ଡ

ସମାଜ ପାଇଁ ଉଦାହରଣ ସାଜିଲେ ଜିଲ୍ଲାପାଳ । ଲୋକଙ୍କ ସମସ୍ୟାର ସମାଧାନ ନିର୍ଦ୍ଧାରିତ ସମୟରେ ନକରିପାରିବାରୁ ଦଣ୍ଡ ସ୍ୱରୂପ ନିଜ ଦରମା ରୋକିଦେଲେ ।

ଅଦ୍ୟତନ ହୋଇଛି
jabalpur-collector

jabalpur-collector

Advertisment

ଜବଲପୁରର : କର୍ମବୀରଙ୍କ ପାଇଁ କର୍ମ ବଡ଼ । ଜିଲ୍ଲାପାଳ ରୋକିଦେଲେ ନିଜ ଦରମା । କାମରେ ଅବହେଳା ପାଇଁ ନିଜକୁ ଦେଲେ ଦଣ୍ଡ । ନିୟମ ସମସ୍ତଙ୍କ ପାଇଁ ସମାନ । ନିର୍ଦ୍ଧାରିତ ସମୟରେ କାମ ନକଲେ କେବଳ ତଳତଳିଆ କର୍ମଚାରୀ ନୁହେଁ, ବଡ଼ ବାବୁ ମଧ୍ୟ ଦଣ୍ଡ ପାଇବେ । କାର୍ଯ୍ୟରେ ବିଳମ୍ବ ପାଇଁ କର୍ମଚାରୀଙ୍କ ଦରମା ବନ୍ଦ କରିଦେବା ସାଧାରଣ ଘଟଣା । କିନ୍ତୁ ମଧ୍ୟପ୍ରଦେଶରେ ଜବଲପୁରର ଜିଲ୍ଲାପାଳ ନିଜେ ନିଜର ଦରମା ବନ୍ଦ କରିଦେଇଛନ୍ତି ।

Advertisment

ଜବଲପୁରର ଜିଲ୍ଲାପାଳ ନିଜେ ନିଜର ଦରମା ବନ୍ଦ କରିଛନ୍ତି  | ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନକୁ ଆସୁଥିବା ସାଧାରଣ ଜନତାଙ୍କ ଅଭିଯୋଗର ସମାଧାନରେ ବିଳମ୍ବ ହେତୁ ସେ ନିଜକୁ ଦଣ୍ଡିତ କରିଛନ୍ତି । ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ତାଙ୍କ ସହ ଥିବା ଅନ୍ୟ କିଛି ଅଧିକାରୀଙ୍କ ଦରମା ମଧ୍ୟ ବନ୍ଦ କରି ଦେଇଛନ୍ତି।

ଏହି କାରଣରୁ ଦରମା ବନ୍ଦ କରିଦେଲେ

ଜବଲପୁର ଜିଲ୍ଲାପାଳ କର୍ମବୀର ଶର୍ମା ଗତ ସୋମବାର ଦିନ ହେଲ୍ପଲାଇନ ଅଭିଯୋଗ ବିଭାଗର ସମୀକ୍ଷା କରିଥିଲେ । ହେଲେ ୧୦୦ ଦିନରୁ ଅଧିକ ସମୟ ଧରି ସାଧାରଣ ଲୋକଙ୍କ ଅଭିଯୋଗ ବିଚାର ନହୋଇପାରିବା ପରେ ସେ ନିଜକୁ ଦଣ୍ଡିତ କରିଛନ୍ତି । ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ନିଜର ଓ ଅନ୍ୟକିଛି ଅଧିକାରୀଙ୍କ ଦରମା ବନ୍ଦ କରି ଦେଇଛନ୍ତି ।

Advertisment

ଦରମା ନଦେବା ପାଇଁ ଟ୍ରେଜେରୀ ବିଭାଗକୁ କଠୋର ଆଦେଶ ଦିଆଯାଇଛି

ଡିସେମ୍ବର ମାସ ପାଇଁ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ କର୍ମବୀର ଶର୍ମାଙ୍କ କଠୋର ନିର୍ଦ୍ଦେଶ ରହିଛି। ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ କୁହାଯାଇଛି । ଏହାସହ ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସିଏମ୍ ହେଲ୍ପଲାଇନ କିମ୍ବା ସମସ୍ତ ଅଭିଯୋଗର ସମାଧାନ ସମୟ ସୀମା ମଧ୍ୟରେ ହେବା ଉଚିତ୍ ବୋଲି କହିଛନ୍ତି । ଏହି ଘଟଣାର ପୁନରାବୃତ୍ତି ନକରିବାକୁ ମଧ୍ୟ କର୍ମଚାରୀଙ୍କୁ ସତର୍କ କରାଇଛନ୍ତି । ଆଗାମୀ ଦିନରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ନହେଲେ କିମ୍ବା ବିଳମ୍ବ ହେଲେ, ତେବେ ସମସ୍ତଙ୍କର ଦରମା ବନ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଅନେକ ତହସିଲଦାରଙ୍କ ଇନକ୍ରିମେଣ୍ଟ୍ ଉପରେ ମଧ୍ୟ ରୋକ୍ ଲାଗିଲା

କେବଳ ଏତିକି ନୁହେଁ ସ୍ୱଚ୍ଛତା ଏବଂ ହେଲ୍ପଲାଇନ ସମ୍ବନ୍ଧୀୟ ବିଷୟ ପ୍ରତି ଧ୍ୟାନ ଦେବା ପାଇଁ ଡେପୁଟି ମ୍ୟୁନିସିପାଲ କମିଶନରଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅନେକ ତହସିଲଦାରଙ୍କ ଇନକ୍ରିମେଣ୍ଟ୍‌ ରେ ମଧ୍ୟ ରୋକ୍ ଲଗାଇଛନ୍ତି । ରାଜସ୍ୱ ପ୍ରସଙ୍ଗରେ ଅବହେଳା ପାଇଁ ସଂପୃକ୍ତ ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆସିଛି । ଅନ୍ୟପଟେ କିଛି ଇଞ୍ଜିନିୟରଙ୍କର ମଧ୍ୟ ଦରମା ବୃଦ୍ଧି ରୋକା ଯାଇଛି ।

Advertisment
Jabalpur DM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ