ଦେଓଘର ରୋପ୍‌ୱେ ଦୁର୍ଘଟଣାରେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ

ଦେଓଘର ରୋପ୍‌ୱେ ଦୁର୍ଘଟଣା ବେଳେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ ।

ଦେଓଘର ରୋପ୍‌ୱେ ଦୁର୍ଘଟଣାରେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ

ଦେଓଘର ରୋପ୍‌ୱେ ଦୁର୍ଘଟଣା ବେଳେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ । ଉଦ୍ଧାର କରିବାକୁ ଯାଇ ସୋମବାର ରାତିସାରା ଦୁଇ ପିଲାଙ୍କ ସହ ରୋପେଓ୍ୱ ଟ୍ରଲିରେ ଜଣେ ଯବାନ ଥିଲେ ।

ଟ୍ରଲିରେ ଦୁଇଜଣ ପିଲା ଫସିରହିଥିବାବେଳେ, ସେମାନଙ୍କୁ ଏକୁଟିଆ ଛାଡ଼ିବାକୁ କମାଣ୍ଡୋଙ୍କ ମନ ମାନିନଥିଲା । ପରେ ସେ ସ୍ୱେଚ୍ଛାକୃତ ଭାବେ ପିଲାଙ୍କ ସହ ରାତିରେ ଟ୍ରଲିରେ ହିଁ ରହିଥିଲେ ।

ମଙ୍ଗଳବାର ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଦୁଇ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ପୂର୍ବରୁ ଟ୍ରଲିରେ ୪ଜଣ ଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ଦୁଇ ପିଲାଙ୍କୁ ଉଦ୍ଧାର କରାଯାଇନଥିବାରୁ ସେମାନେ ମଝି ଆକାଶରେ ଆତଙ୍କିତ ଅବସ୍ଥାରେ ଥିଲେ ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କମାଣ୍ଡୋଙ୍କ ନିସ୍ୱାର୍ଥପର ସେବାକୁ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ ସମସ୍ତେ ମଧ୍ୟ ଯବାନ ବୀରତ୍ୱର ମାନବିକତାର ପ୍ରଶଂସା କରିଛନ୍ତି ।