ଝାଡ଼ଖଣ୍ଡ ଦେଓଘର ରୋପୱେ ଅଘଟଣ; ମୃତ୍ୟୁସଂଖ୍ୟା ୩ କୁ ବୃଦ୍ଧି

ଝାଡଖଣ୍ଡର ଦେଓଘରରେ ରୋପେୱେ କେବଲ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ କ୍ୟାବିନ୍‌ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ୩ ଦିନ ହେଲା ଜାରି ରହିଛି ଉଦ୍ୟମ।

Deoghar Ropeway Accident

ଝାଡଖଣ୍ଡର ଦେଓଘରରେ ରୋପେୱେ କେବଲ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ତେବେ କ୍ୟାବିନ୍‌ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ୩ ଦିନ ହେଲା ଜାରି ରହିଛି ଉଦ୍ୟମ। ରେସ୍କ୍ୟୁ ଅପରେସନରେ ଏନଡିଆରଏଫ୍ ଏବଂ ସେନାର ଯବାନ ସାମିଲ ହୋଇଥିବା ବେଳେ ସେନା ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି । ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୩ରୁ ଅଧିକ ପର୍ଯ୍ୟଟକ ଫସିରହିଥିବା ସୂଚନା ମିଳିଛି ।

ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ବାୟୁସେନାର ଦୁଇଟି ଏମଆଇ-୧୭ ହେଲିକର, ଆଇଟିବିପି ଏବଂ ଏନଡିଆରଏଫ୍ ଉଦ୍ୟମ ଜାରି ରଖିଛନ୍ତି । ରୋପ୍ ୱେରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସ୍କ୍ୟୁ ଅପରେସନରେ ଲାଗି ପଡିଛନ୍ତି ବାୟୁସେନାର ଯବାନ । ଡ୍ରୋନ୍ ଜରିଆରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି । ରୋପେୱେର ୧୨ଟି କ୍ୟାବିନ୍ ୨ହଜାର ଫୁଟ ଉଚ୍ଚରେ ଝୁଲି ରହିଛି ।

ଗତ ରବିବାର ଅପରାହ୍ଣରେ ହଠାତ୍ ରୋପ୍ ୱେ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ କ୍ୟାବିନ୍ ଗୁଡିକର ଗତି ଉପରେ ଆଉ ନିୟନ୍ତ୍ରଣ ରହିଲାନି । ଚାହୁଁ ଚାହୁଁ ପରସ୍ପର ସହ ଧକ୍କା ହୋଇ ଖସି ପଡିଥିଲା କିଛି କ୍ୟାବିନ୍ । କାହିଁକି ଓ କିପରି ଏତେବଡ଼ ଅଘଟଣ ଘଟିଗଲା ତାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।