Advertisment

ବାଇକ୍‌ରେ ଘରକୁ ଫେରୁଥିଲେ, ଚାଇନା ମାଞ୍ଜା ସୂତାରେ କଟିଗଲା ବେକ

ଯଦି ଆପଣ ଦିଲ୍ଲୀ କିମ୍ବା ଏନ୍‌ସିଆର୍‌ରେ ରହୁଛନ୍ତି ଓ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି, ତା’ହେଲେ ଟିକେ ସତର୍କ ରୁହନ୍ତୁ। ଦିଲ୍ଲୀରେ ଚାଇନା ମାଞ୍ଜା ସୂତାରେ ଆଉ ଜଣେ ଯୁବକଙ୍କ ବେକ କଟି ଯାଇଛି।

ଅଦ୍ୟତନ ହୋଇଛି
Delhi Youth Killed By Chinese Manjha

Delhi Youth Killed By Chinese Manjha

Advertisment

ଯଦି ଆପଣ ଦିଲ୍ଲୀ କିମ୍ବା ଏନ୍‌ସିଆର୍‌ରେ ରହୁଛନ୍ତି ଓ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି, ତା’ହେଲେ ଟିକେ ସତର୍କ ରୁହନ୍ତୁ। ଦିଲ୍ଲୀରେ ଚାଇନା ମାଞ୍ଜା ସୂତାରେ ଆଉ ଜଣେ ଯୁବକଙ୍କ ବେକ କଟି ଯାଇଛି। କୁହାଯାଉଛି ଯେ, ଯୁବକ ଜଣକ ବାଇକ୍‌ରେ ଘରକୁ ଫେରୁ ଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ବାଇକ୍‌ରେ ସୁମିତ ରାଙ୍ଗା ବୁରାଡିରୁ ନିଜ ଘର ରୋହିଣୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ହାଇଦରପୁର ଫ୍ଲାଏ ଓଭରରେ ଚାଇନା ମାଞ୍ଜା ସୂତାରେ ତାଙ୍କ ବେକ କଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଦିଲ୍ଲୀ ପୋଲିସ୍‌ ସୂଚନା ଅନୁସାରେ, ଗତ ଜୁଲାଇ ୨୫ରେ ମୋର୍ଯ୍ୟ ଏନ୍‌କ୍ଲେଭ୍‌ ପୋଲିସ୍‌ ଷ୍ଟେସନ ପିସିଆର୍‌ କଲ୍‌ରୁ ସୂଚନା ମିଳିଥିଲା, ଚାଇନା ମାଞ୍ଜା ସୂତାରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ବେକ କଟି ଯାଇଛି। ଘଟଣାକୁ ନେଇ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବୁରାଡିରେ ସୁମିତଙ୍କ ହାର୍ଡୱେୟାର ଦୋକାନ ରହିଛି। 

Advertisment

ଦିଲ୍ଲୀରେ ଚାଇନା ମାଞ୍ଜା ବ୍ୟାନ୍‌ ଅଛି। ଏହାସତ୍ତ୍ୱେ ମଧ୍ୟ ଖୁଲମଖୁଲ୍ଲା ଏହା ବିକ୍ରି ହେଉଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଦିଲ୍ଲୀ-ଏନ୍‌ସିଆର୍‌ରେ ଚାଇନା ମାଞ୍ଜା ସୂତାରେ ଅନେକଙ୍କ ଜୀବନ ଚାଲି ଯାଇଛି। କିଛି ଦିନ ପୂର୍ବେ ନ୍ୟୁ ଉସ୍ମାନପୁରରେ ଗ୍ରେଟର ନୋଏଡାରେ ରହୁଥିବା ଜଣେ ଯୁବକଙ୍କ ବେକ ମାଞ୍ଜା ସୂତା ଲାଗି କଟି ଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ୬ଟି ଟାଙ୍କା ଲାଗିଥିଲା। 

Chinese Manjha Manjha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ