Advertisment

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ: ଚଳନ୍ତା ବସ୍‌ରେ ପଶିଗଲା ବର୍ଷା ପାଣି

କିନ୍ତୁ ତଳକୁ ଓହ୍ଲାଇବାର ରାସ୍ତା ନଥିଲେ ତେଣୁ ବାଧ୍ୟ ହୋଇ ବସ୍‌ ମଧ୍ୟରେ ହିଁ ଫଶିରହିଥିଲେ ଲୋକେ। କେବଳ ପ୍ରଶାସନକୁ ଗୁହାରି କରିବା ସହ ସେମାନଙ୍କ ପାଖରେ କୌଣସି ବିକଳ୍ପ ନଥିବା ପରି ମନେ ହେଉଥିଲା। ବସ୍‌ରେ ଛୋଟିଆ ପିଲାମାନେ ଥିବାରୁ ସ୍ଥିତି ଆହୁରି ଜଟିଳ ହୋଇଥିଲା।

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ: ଚଳନ୍ତା ବସ୍‌ରେ ପଶିଗଲା ବର୍ଷା ପାଣି

Delhi Rain

Advertisment

ନୂଆଦିଲ୍ଲୀ: ମୁମ୍ବାଇ ପରେ ଏବେ ଦିଲ୍ଲୀରେ ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ସ୍ଥିତି ଏମିତି ହେଲାଣି ଯେ, ରାଜରାସ୍ତା ଉପରେ ହିଁ ବସ୍‌ ମଧ୍ୟରେ ପାଣି ପଶିବାକୁ ଲାଗିଲାଣି। ଯୁଆଡ଼େ ଦେଖିବେ ସିଆଡ଼େ ଖାଲି ପାଣି ଆଉ ପାଣି। ଏମିତିକି ରାସ୍ତାରେ ଯାଉଥିବା ଦିଲ୍ଲୀ ସରକାରଙ୍କ ବସ୍‌ରେ ମଧ୍ୟ ପାଣି ପଶିଥିବା ନେଇ ସୂଚନା ମିଳିଛି। ବସ୍‌ରେ ପାଣି ପଶିଯିବାରୁ ଭୟଭୀତ ହୋଇଥିଲେ ଲୋକେ। କିନ୍ତୁ ତଳକୁ ଓହ୍ଲାଇବାର ରାସ୍ତା ନଥିଲେ ତେଣୁ ବାଧ୍ୟ ହୋଇ ବସ୍‌ ମଧ୍ୟରେ ହିଁ ଫଶିରହିଥିଲେ ଲୋକେ। କେବଳ ପ୍ରଶାସନକୁ ଗୁହାରି କରିବା ସହ ସେମାନଙ୍କ ପାଖରେ କୌଣସି ବିକଳ୍ପ ନଥିବା ପରି ମନେ ହେଉଥିଲା। ବସ୍‌ରେ ଛୋଟିଆ ପିଲାମାନେ ଥିବାରୁ ସ୍ଥିତି ଆହୁରି ଜଟିଳ ହୋଇଥିଲା।

Advertisment

କେବଳ ଏଥର ନୁହେଁ ପୂର୍ବରୁ ମଧ୍ୟରେ ମଝି ରାସ୍ତାରେ ବର୍ଷା ପାଣିରେ ବସ୍‌ ବୁଡ଼ିବା ଘଟଣା ଦେଖିବାକୁ ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରବଳ ବର୍ଷା ନେଇ ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ସତ୍ତ୍ୱେ ଦିଲ୍ଲୀ ସରକାର ପାଣି ନିଷ୍କାସନ କରିବା ପାଇଁ କୌଣସି ବ୍ୟବସ୍ଥା କରୁନଥିବା କାରଣରୁ ଏମିତି ସ୍ଥିତି ଉପୁଜିଥିବା କୁହାଯାଇଛି।

Advertisment

ସୂଚନା ଅନୁସାରେ, ବସ୍‌ରେ ଅନେକ ମହିଳାମାନେ ମଧ୍ୟ ରହିଥିଲେ କିନ୍ତୁ ସମସ୍ତେ ବାଧ୍ୟ ହୋଇ ବସ୍‌ ମଧ୍ୟରେ ହିଁ ବସିରହିଥିଲେ। ପାଣି ଯେତିକି ଯେତିକି ବଢୁଥିଲା ମନରେ ଭୟ ମଧ୍ୟ ସେତିକି ସେତିକି ବଢୁଥିଲା। କେହି କେହି ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ପାଇନଥିଲେ। କାରଣ ରାସ୍ତାରେ ପାଖାପାଖି ୫ ରୁ ୬ ଫଟ୍‌ ପର୍ଯ୍ୟନ୍ତ ପାଣି ଜମିରହିଥିଲା। ତେବେ ଖବର ପାଇ ଦିଲ୍ଲୀ ପୌରନିଗମ କର୍ତ୍ତୃପକ୍ଷ ପାଣି ନିଷ୍କାସନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ମିଳିନାହିଁ।

କାରଣ ପୂରା ଦିଲ୍ଲୀ ସହର ଏବେ ଜଳମଗ୍ନ ହୋଇ ରହିଛି। ଏଠାରେ କହିରଖୁଛୁ, କେବଳ ଆଜି ସକାଳୁ ହୋଇଥିବା ମୁସଳ ଧାରାରେ ବର୍ଷାରେ ଦିଲ୍ଲୀବାସୀ ଏହି ଚିତ୍ର ଦେଖିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରତିବର୍ଷ ଦିଲ୍ଲୀରେ ଏମିତି ଚିତ୍ର ଦେଖିବାକୁ ମିଳିଛି। କିନ୍ତୁ ସରକାର କୌଣସି ବ୍ୟବସ୍ଥା କରୁନଥିବାରୁ ସ୍ଥିତି ଜଟିଳ ହୋଇଛି।

Advertisment
India Delhi Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ