Advertisment

‘ରାତିରେ ଅଫତାବ୍‌ ପାଖକୁ ଆସୁଥିଲେ ଗ୍ରାହକ, ଯେତେବେଳେ ସେ ଘରେ ରହୁ ନଥିଲା...’

ଶ୍ରଦ୍ଧା ଓ ଅଫତାବ୍‌ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍‌ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍‌ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍‌ ମାର୍‌ପିଟ୍‌ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Delhi Shraddha Murder Case

Delhi Shraddha Murder Case

Advertisment

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌କୁ ନେଇ ସାରା ଦେଶରେ ଏବେ ହଇଚଇ। ଏହି ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଶ୍ରଦ୍ଧା ଓ ଅଫତାବ୍‌ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍‌ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍‌ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍‌ ମାର୍‌ପିଟ୍‌ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି। ସେ କହିଛନ୍ତି, ଥରେ ଅଫତାବ୍‌ ମାର୍‌ପିଟ୍‌ କରିବା ପରେ ଶ୍ରଦ୍ଧା ସହାୟତା ଲୋଡ଼ିଥିଲା। ନିଜ ସାଙ୍ଗମାନଙ୍କ ସହ ହ୍ୱାଟ୍ସଆପ୍‌ରେ ଶ୍ରଦ୍ଧା ଯେଉଁ ବାର୍ତ୍ତାଳାପ କରିଥିଲେ, ସେସବୁ ଚାଟ୍‌ର ଅନେକ ସ୍କ୍ରିନ୍‌ଶଟ୍‌ ଏବେ ସାମ୍ନାକୁ ଆସିଛି। ଏଥିରେ ତାଙ୍କୁ ମାର୍‌ପିଟ୍‌ କରାଯାଉଥିବା କଥା ଶ୍ରଦ୍ଧା ସାଙ୍ଗମାନଙ୍କୁ କହିଥିବା ଦେଖିବାକୁ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ମେ’ରେ ମର୍ଡର, ଅକ୍ଟୋବରରେ ଖଣ୍ଡ ଶରୀରକୁ ଫିଙ୍ଗିବାକୁ ନେଇଥିଲା ଅଫତାବ୍‌ ! ସାମ୍ନାକୁ ଆସିଲା CCTV ଫୁଟେଜ୍‌...

ଡ୍ରଗ୍ସ ବିକ୍ରି କରୁଥିଲା ଅଫତାବ୍‌...

୨୦୨୦ ମସିହାରେ ଗଡୱିନ୍, ଶ୍ରଦ୍ଧାଙ୍କୁ ସାହାଯ୍ୟ କରିଥିଲେ। ଏହି କଥା ଗଡୱିନ୍ ଜାତୀୟ ଗଣମାଧ୍ୟମ NDTVକୁ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ଅଫତାବ୍‌ ଡ୍ରଗ୍ସ ବିକ୍ରି କରୁଥିଲା ବୋଲି ଶ୍ରଦ୍ଧା ତାଙ୍କୁ ଏହା କହିଥିଲେ। ଏହାକୁ କିଣିବା ପାଇଁ ରାତିରେ ଅଫତାବ୍‌ ପାଖକୁ ଲୋକ ଆସୁଥିଲେ। ଖାଲି ଏତିକି ନୁହେଁ, ଯେତେବେଳେ ଅଫତାବ୍‌ ଘରେ ରହୁ ନଥିଲା, ସେହି ସମୟରେ ଶ୍ରଦ୍ଧା ଗ୍ରାହକଙ୍କୁ ଡ୍ରଗ୍ସ ବିକ୍ରି କରୁଥିଲେ। ଏନେଇ ତାଙ୍କ ପାଖରେ ପ୍ରମାଣ ଥିବା କଥା ମଧ୍ୟ ଶ୍ରଦ୍ଧା କହିଥିଲେ। 

Advertisment

ସହାୟତା ମାଗିଥିଲେ ଶ୍ରଦ୍ଧା...

ଗଡୱିନ୍ ଆହୁରି କହିଛନ୍ତି ଯେ, ୨୦୨୦ ନଭେମ୍ବରରେ ଅଫତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲା। ଏହାପରେ ଶ୍ରଦ୍ଧା ଅଫିସ୍‌କୁ ଫୋନ୍‌ କରି ସହାୟତା ମାଗିଥିଲେ। ସେହି ଅଫିସରେ ଗଡୱିନ୍‌ଙ୍କ ଭାଇ ମଧ୍ୟ କାର୍ଯ୍ୟ କରୁଥିଲେ। ଶ୍ରଦ୍ଧାଙ୍କ ଅଫିସ୍‌ ବହୁତ ଦୂର ଥିବାରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଗଡୱିନ୍‌ଙ୍କ ଭାଇ ଗଡୱିନ୍‌ଙ୍କୁ ଫୋନ୍‌ କରି କହିଥିଲେ। ଏହାପରେ ଗଡୱିନ୍ ଶ୍ରଦ୍ଧାଙ୍କୁ ଫୋନ୍‌ କରି ତାଙ୍କ ପାଖକୁ ଡାକିଥିଲେ ଓ ନିଜ ଘରକୁ ନେଇଥିଲେ।

ସେହି ସମୟରେ ଶ୍ରଦ୍ଧାଙ୍କ ଶରୀରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ପୁରା ଘଟଣା ସମ୍ପର୍କରେ ଜାଣିବା ପରେ ଗଡୱିନ୍ ସାଙ୍ଗମାନଙ୍କ ସହ ଶ୍ରଦ୍ଧାଙ୍କୁ ନେଇ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପରେ ଶ୍ରଦ୍ଧା, ଅଫତାବ୍‌ଙ୍କ ବିରୋଧରେ କରିଥିବା ଅଭିଯୋଗ ଫେରାଇ ନେଇଥିଲେ। ହେଲେ କ’ଣ ପାଇଁ ସେ ଏହା କଲେ ତାହା ଜଣାପଡ଼ିନଥିଲା। ଗଡୱିନ୍ ଦାବି କରିଛନ୍ତି ଯେ, ଶ୍ରଦ୍ଧା କେବେବି ପରିବାର ସଦସ୍ୟ କିମ୍ବା କୌଣସି ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହେଉ ନଥିଲେ।

Advertisment

ଶ୍ରଦ୍ଧାଙ୍କୁ ପରିବାର ପାଖକୁ ଫେରି ଯିବା ପାଇଁ ପରାମର୍ଶ ଦେଇଥିଲେ ସହକର୍ମୀ...

ଶ୍ରଦ୍ଧାଙ୍କ ଆଉ ଜଣେ ସହକର୍ମୀ କରଣ ସୂଚନା ଦେଇଛନ୍ତି ଯେ, ୨୦୨୦ରେ ଶ୍ରଦ୍ଧାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ। ମୁମ୍ବାଇରେ ଯେଉଁ କଲ୍‌ ସେଣ୍ଟରରେ ଶ୍ରଦ୍ଧା କାମ କରୁଥିଲେ, ସେହି ଅଫିସ୍‌ରେ କରଣ ଟିମ୍‌ ମ୍ୟାନେଜର ଥିଲେ। ଶ୍ରଦ୍ଧାଙ୍କ ଶରୀରେ କ୍ଷତ ଚିହ୍ନ ଦେଖିବା ପରେ କରଣ ମଧ୍ୟ ଭାଙ୍ଗି ପଡ଼ିଥିଲେ। କାରଣ ଏଥିରୁ ସହଜରେ ଅନୁମେୟ ହେଉଥିଲା ଯେ, କିଭଳି ଭାବେ ଶ୍ରଦ୍ଧାଙ୍କୁ ନିର୍ଯାତନା ଦିଆଯାଉଥିଲା। ତେଣୁ ତୁରନ୍ତ ନିଜ ପରିବାର ଲୋକଙ୍କ ପାଖକୁ ଫେରି ଯିବା ପାଇଁ କରଣ, ଶ୍ରଦ୍ଧାଙ୍କୁ ପରାମର୍ଶ ଦେଇଥିଲେ। 

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ