Advertisment

୬୦ ସ୍କୁଲରେ ବୋମା ଥିବା ନେଇ ଆସିଥିଲା ମେଲ୍‌, ଖବର ଶୁଣି ସବୁ ଛାନିଆ...

ଖବର ଅନୁସାରେ ଆଜି ବଡ଼ି ଭୋରରୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା, ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ସମତେ ପୋଲିସ ପହଞ୍ଚି ଆରମ୍ଭ କରିଥିଲା ତନାଘନା ।

Delhi School

Delhi School

Advertisment

କିଏ ସେ ଆତଙ୍କୀ ? କାହିଁକି ଦେଲା ଧମକ ? ଦିଲ୍ଲୀର ଦିଲରେ ଥିବା ସ୍କୁଲକୁ, ଇମେଲ୍ ପରେ ଛନକା । ବନ୍ଦ ହେଲା ବିଦ୍ୟାଳୟ, ଘରକୁ ଗଲେ ପିଲା, ଆଉ ତା ପରେ...

Advertisment

ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଥିବା ୬୦ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ବୋମାମାଡ଼ ଧମକ ମିଳିବା ପରେ ସ୍କୁଲରେ ଖେଳିଗଲା ଆତଙ୍କ । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଯାହାକୁ ନେଇ ଚିନ୍ତିତ ଥିବା ଅଭିଭାବକଙ୍କ ଭିଡ଼ ମଧ୍ୟ ବିଭିନ୍ନ ସ୍କୁଲରେ ଦେଖିବାକୁ ମିଳିଲା । ଖବର ଅନୁସାରେ ଆଜି ବଡ଼ି ଭୋରରୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା, ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ସମତେ ପୋଲିସ ପହଞ୍ଚି ଆରମ୍ଭ କରିଥିଲା ତନାଘନା ।

ଗୋଟିଏ କି ଦୁଇଟି ସ୍କୁଲକୁ ନୁୁହେଁ ଅନେକ ସ୍କୁଲକୁ ବମ୍ ଥ୍ରେଟ୍ ମିଳିଥିଲା । କେବଳ ସ୍କୁଲ ନୁହେଁ ଅନେକ ହସ୍ପିଟାଲକୁ ମଧ୍ୟ ଗତକାଲି ମେଲ୍ ଯୋଗେ ଧମକ ଆସିଥିଲା ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ ସିପି ରବୀନ୍ଦ୍ର ଯାଦବ । ଏହା ପରେ ବିଭିନ୍ନ ସ୍କୁଲରେ ବମ୍ ସ୍କ୍ୱାଡ ପଠାଇ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି ।

Advertisment

ଆଉ ଏଥିରେ ସାମିଲ ହୋଇଥିଲା ଡଗ ସ୍ୱାଡ । ତେବେ ଯାଞ୍ଚ ବେଳେ ଯେଉଁ ମେଲ୍ ଆସିଥିଲା ତାହା ଫେକ୍ । କେହି ଜଣେ ମିଛରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ଦେଇଥିବା ଜଣାପଡ଼ିଛି । ତଥାପି ସୁରକ୍ଷା ଦୃଷ୍ଟିରୁ କଡ଼ାକଡ଼ି ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ । ସେପଟେ ପୁରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏଲଜି ଭିକେ ସକ୍ସେନା ।

ଖବର ପାଉ ପାଉ ଦିଲ୍ଲୀ ପୋଲିସ କର୍ଡନ କରି ସର୍ଚ୍ଚ ଅପରେସନ କିରିଥିଲା । ଗଗ ସ୍କ୍ୱାଡ, ବୋମା ନିଷ୍କ୍ରୀୟକାରୀ ଟିମ୍ ମଧ୍ୟ ତତକ୍ଷଣାତ ବିଭିନ୍ନ ସ୍କୁଲରେ ପହଞ୍ଚିଥିଲେ । ଭୟଭିତ ହେବାର କିଛି ନାହିଁ ଏପରି ଯିଏ କରିଛି ତାକୁ ନିଶ୍ଚିତ ଭାବେ ପୋଲିସ ଧରି ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ଏଲଜି ।

Advertisment
Delhi Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ