Advertisment

ଦିଲ୍ଲୀରେ ହିଂସାକାଣ୍ତ; ପୋଲିସଙ୍କ ଉପରକୁ ପଥର ମାଡ଼ କଲେ ମହିଳା

ରାଜଧାନୀ ଦିଲ୍ଲୀ ଜାହାଙ୍ଗିରପୁରୀରେ ସୋମବାର ପୁଣି ହିଂସା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ପୁଣି ପୋଲିସ ଉପରେ ପଥର ମାଡ଼ ହୋଇଛି। ଗତ ଶନିବାର ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବେଳେ ଧାର୍ମିକ ହିଂସା ଦେଖାଯାଇଥିଲା ।

Delhi Violence

Delhi Violence

Advertisment

ରାଜଧାନୀ ଦିଲ୍ଲୀ ଜାହାଙ୍ଗିରପୁରୀରେ ସୋମବାର ପୁଣି ହିଂସା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ପୁଣି ପୋଲିସ ଉପରେ ପଥର ମାଡ଼ ହୋଇଛି। ଗତ ଶନିବାର ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବେଳେ ଧାର୍ମିକ ହିଂସା ଦେଖାଯାଇଥିଲା । ଏହା ପରଠାରୁ ହିଁ ଉତ୍ତେଜନା ଲାଗି ରହିଛି। ଶନିବାର ଘଟଣାରେ ପଚରାଉଚରା ପାଇଁ ପୁଲିସ ଜଣେ ମହିଳାଙ୍କୁ ନିଜ ହେପାଜତକୁ ନେଇଥିଲା। ଏହାକୁ ପ୍ରତିବାଦ କରି ପ୍ରାୟ ୫୦ ଜଣ ମହିଳା ପୋଲିସଙ୍କ ଉପରେ ପଥର ମାଡ଼ କରିଛନ୍ତି ।

Advertisment

ଶନିବାର ଗୋଷ୍ଠୀ ସଂଘର୍ଷ ବେଳେ ସୁନୋ ନାମକ ଜଣେ ଯୁବକ ଖୋଲା ଖୋଲି ଗୁଳି ଚାଳନା କରିଥିଲେ। ଏହା ପରେ ଅଭିଯୁକ୍ତ ସୁନୋ ଫେରାର ଥିବା ବେଳେ ପୁଲିସ ତାଙ୍କ ସ୍ତ୍ରୀକୁ ପଚରାଉଚରା ପାଇଁ ନେଇଥିଲା । ତେବେ ତାଙ୍କୁ ସୋମବାର ପୁଲିସ ନେଉଥିବା ବେଳେ ଅନ୍ୟ ଛାତ ଉପରୁ କିଛି ମହିଳା ଟେକା ପଥର ମାଡ଼ କରିଥିଲେ।

ଆଜି ସୁନୋଙ୍କ ଘରକୁ ପୁଲିସ ଯାଇଥିବା ବେଳେ ତାଙ୍କର ଘରର ସଦସ୍ୟ ଦୁଇଟି ପଥର ମାଡ଼ କରିଥିବା ଦିଲ୍ଲୀ-ଉତ୍ତରପୂର୍ବ ଡେପୁଟି ପୁଲିସ କମିଶନର କହିଛନ୍ତି । ସୁନୋଙ୍କୁ ଧରିବା ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଥିବା ବେଳେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି। ଏବେ ପରିସ୍ଥିତି ନିୟନ୍ତ୍ରଣ ଥିବା ପୁଲିସ କହିଛି।

Advertisment

ଅନ୍ୟପଟେ ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସାକାଣ୍ଡ ପରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ପୁଲିସ ପକ୍ଷରୁ ଆଜି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଜାହାଙ୍ଗିରପୁରୀ ଅଞ୍ଚଳରେ ପୁଲିସ ପଇନ୍ତରା ମାରିଛନ୍ତି । ଏବେ ଯାଏଁ ମାମଲାରେ ୨୧ ଜଣଙ୍କୁ ଗିରଫ କରିଛି ପୁଲିସ। ସମ୍ପୂର୍ଣ୍ଣ ଅଞ୍ଚଳରେ ପୁଲିସ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି । ଯେପରି କୌଣସି ଅପ୍ରୀତିକର ସ୍ଥିତି ଉପୁଜିବନି ସେ ନେଇ କଡ଼ା ନଜର ରଖାଯାଇଛି।

ଶନିବାର ରାତିରେ ଜାହାଙ୍ଗିରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଶୋଭାଯାତ୍ରା ବେଳେ ପଥରମାଡ଼, ଭଙ୍ଗାରୁଜା ଓ ଜଳାପୋଡା ବି ହୋଇଥିଲା । ହିଂସାକାଣ୍ଡରେ କିଛି ପୁଲିସ କର୍ମଚାରୀଙ୍କ ସମେତ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି । ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି । ତେବେ ଏହି ଘଟଣାରେ ସିସିଟିଭି ଫୁଟେଜ୍ ଦେଖି ଅନ୍ୟମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

Advertisment
Delhi Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ