Advertisment

Delhi Floods 2025: ଦେଶର ରାଜଧାନୀରେ ଜଳତାଣ୍ଡବ, ଉବୁଟୁବୁ ଦିଲ୍ଲୀ

ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ। ଲଗାଣ ବର୍ଷା, ଆଉ ଜମୁନାର ଉଚ୍ଛୁଳା ପାଣି ପାଇଁ ମହାନଗରୀରେ ବନ୍ୟା ସ୍ଥିତି।

ଅଦ୍ୟତନ ହୋଇଛି
Delhi Floods 2025: Yamuna Overflows, 14,000 People Evacuated | Heavy Rainfall Update

Delhi Floods 2025: Yamuna Overflows, 14,000 People Evacuated | Heavy Rainfall Update

Advertisment

ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ। ଲଗାଣ ବର୍ଷା, ଆଉ ଜମୁନାର ଉଚ୍ଛୁଳା ପାଣି ପାଇଁ ମହାନଗରୀରେ ବନ୍ୟା ସ୍ଥିତି। ଏପଟେ ଗଲା କିଛି ଦିନର ଅବିଶ୍ରାନ୍ତ ବର୍ଷା ଆଉ ସେପଟେ ହରିଆଣାର ହଥନି କୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛଡାଯିବା ପରେ ଭୟଙ୍କର ରୂପ ଧାରଣ କରିଛି ଯମୁନା ନଦୀ। ବେଦମ ବର୍ଷା ଓ ଜମୁନାର ଉଚ୍ଛୁଳା ପାଣିରେ ବେହାଲ ଦିଲ୍ଲୀବାସୀଙ୍କ ହାଲ। ଏଥର ଦିଲ୍ଲୀ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଏନସିଆର, ମୟୂର ବିହାର, ଯମୁନା ବଜାର, ଗୀତା କଲୋନି, ମଜନୁ କା ଟିଲା, କାଶ୍ମୀର ଗେଟ୍, ଗଢ଼ି ମାଣ୍ଡୁ ଭଳି ଅଞ୍ଚଳ। ଏସବୁ ଜନବସତି ଅଞ୍ଚଳରେ କେଉଁଠି ଛାତିଏ ତ କେଉଁଠି ଅଣ୍ଟାଏ ଉଚ୍ଚର ପାଣି। ଘର ଦ୍ବାର, ରାସ୍ତାଘାଟ ସବୁଠି ଜଳାର୍ଣ୍ଣବ ସ୍ଥିତି। ଅବସ୍ଥା ଏମିତି ଯେ, ଜଳବନ୍ଦୀ ଅବସ୍ଥାରୁ ଜନତା ମୁକୁଳିବା ମୁସ୍କିଲ। ଏଣେ ବର୍ଷା ଓ ବନ୍ୟା ପାଇଁ ଗୁରୁତର ପ୍ରଭାବିତ ହୋଇଛନ୍ତି ବ୍ୟସ୍ତବହୁଳ ମହାନଗରରୀର ଟ୍ରାଫିକ୍ ବ୍ୟବସ୍ଥା।

Advertisment

ଦିଲ୍ଲୀର ନିଗମ ବୋଧ ଘାଟ ଅଞ୍ଚଳ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି। ଯାତାୟତ ପାଇଁ ଆଉ କିଛି ବିକଳ୍ପ ନଥିବାରୁ ନାକେଦମ ହୋଇଛନ୍ତି ଯାତ୍ରୀ। ତେଣେ ଯମୁନାର ଜଳ ହଠାତ ମାଡ଼ି ଆସିବାରୁ ନିଗମ ବୋଧ ଘାଟ ଅଞ୍ଚଳରେ ମଠ, ମନ୍ଦିର ଓ ଦେବାଳୟ ବି ପାଣିରେ ବୁଡ଼ିଛି। ଏଠାରେ ପ୍ରାୟ ୩ ଦିନ ହେବ ଲୋକେ ଘରୁ ପଦାକୁ ବାହାରିବାକୁ ବି ସୁଯୋଗ ନାହିଁ। ସେହିଭଳି ସିଭିଲ ଲାଇନ୍ ଅଞ୍ଚଳରେ ଥିବା ସ୍ବାମୀ ନାରାୟଣ ମନ୍ଦିରର ଅବସ୍ଥା ବି ନକହିବା ଭଳ। ତିନି-ଚାରି ଦିନର ବର୍ଷା ପରେ ମନ୍ଦିର ପରିସରରେ ଡଙ୍ଗା ଚାଲିବା ଭଳି ସ୍ଥିତି।

ଏପଟେ ଦିଲ୍ଲୀର ବନ୍ୟା ସ୍ଥିତି ମୁକାବିଲା କରିବାକୁ ଜୋରସରରେ ଲାଗିଛି ପ୍ରଶାସନ। ପାଣିଜମି ରହିଥିବା ଖାଲୁଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ଲାଗିଛି ଶହ ଶହ ସଂଖ୍ୟାରେ ମୋଟର ପମ୍ପ୍। ସେପଟେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ୍ର ୪ଟି ଟିମ୍କୁ ମୁତୟନ କରାଯାଇଛି। ଏପ ର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରୁ ୧୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏପଟେ ଖାଲି ଦିଲ୍ଲୀ ସହ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବରେ ବି ବର୍ଷା ଓ ବନ୍ୟା ପ୍ରଭାବରୁ ହଜାର ହଜାର ସଂଖ୍ୟାରେ ଲୋକ ସମସ୍ୟାରେ ପଡ଼ିଛନ୍ତି।

ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ରିପୋର୍ଟ, ଓଟିଭି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ