Advertisment

ସଂସଦ ଘେରିବାକୁ କୃଷକ ସଂଗଠନର ଘୋଷଣା : ଦିଲ୍ଲୀର ୭ ମେଟ୍ରୋ ଷ୍ଟେସନରେ ଆଲର୍ଟ ଜାରି କଲା ପୋଲିସ

କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେଉଛି । ଅଧିବେଶନ ଆରମ୍ଭ ହେବା ସହିତ ସିଙ୍ଘୁ ସୀମାରୁ ସଂସଦକୁ ଯିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି

ସଂସଦ ଘେରିବାକୁ କୃଷକ ସଂଗଠନର ଘୋଷଣା : ଦିଲ୍ଲୀର ୭ ମେଟ୍ରୋ ଷ୍ଟେସନରେ ଆଲର୍ଟ ଜାରି କଲା ପୋଲିସ

farmer protest

Advertisment

ନୂଆଦିଲ୍ଲୀ : ସଂସଦ ଘେରିବେ କୃଷକ ସଂଗଠନ । ଦିଲ୍ଲୀ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଆଜି ପୁଣିଥରେ ଆଲୋଚନା ହେବ । ସଂସଦ ଘେରିବା ନେଇ କୃଷକଙ୍କ ଘୋଷଣାକୁ ଦୃଷ୍ଟିରେ ରଖି ୭ଟି ମେଟ୍ରୋ ଷ୍ଟେସନକୁ ସତର୍କ ସୂଚନା ଜାରି କରାଯାଇଛି । ରବିବାର ହୋଇଥିବା ଆଲୋଚନାରେ କୃଷକ ନେତାମାନେ ପୋଲିସ ସମ୍ମୁଖରେ ଜନ୍ତର ମନ୍ତର ଆସିବା କଥା କହିଥିଲେ । ତେବେ କୃଷକଙ୍କ ଏହି ପ୍ରସ୍ତାବରେ ରାଜି ହୋଇଥିଲା ପୋଲିସ୍ । ଏଥି ସହିତ ସୋମବାର ପୁଣି ଏକ ବୈଠକ ହେବ, ଯେଉଁଥିରେ ଜନ୍ତର ମନ୍ତ୍ରକୁ ଆସିବାକୁ ପୋଲିସ ସରକାରୀ ଅନୁମତି ପ୍ରଦାନ କରିବ, ନଚେତ ମିଳିତ ସମାଧାନର କିଛି ରାସ୍ତା ଚୂଡାନ୍ତ କରାଯିବ ।

Advertisment

ଗତ କିଛି ମାସ ଧରି କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ନୂତନ ତିନୋଟି କୃଷି ଆଇନକୁ ରଦ୍ଦ କରାଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି । କିନ୍ତୁ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି କାରଣରୁ କୃଷକ ନେତାମାନେ କେତେବେଳେ ଟ୍ରାକ୍ଟର ରାଲି ତ ଆଉ କେତେବେଳେ ସଂସଦ ଘେରିବାକୁ ଘୋଷଣା କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୃଷକ ସଂଗଠନକୁ ସଂସଦ ଘେରିବା ପାଇଁ ପ୍ରଶାସନ ଠାରୁ ଅନୁମତି ମିଳିନାହିଁ ।

କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେଉଛି । ଅଧିବେଶନ ଆରମ୍ଭ ହେବା ସହିତ ସିଙ୍ଘୁ ସୀମାରୁ ସଂସଦକୁ ଯିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଚାଷୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା। ଆଉ ଏଥିରେ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସଂସଦକୁ ଯିବାକୁ ଅନୁମତି ଦେବାକୁ ମନା କରିଦେଇଥିଲା। ତେବେ ଜନ୍ତରମନ୍ତର ନିକଟରେ ପ୍ରଦର୍ଶନ କରିବାର ବିକଳ୍ପ କଥା ମଧ୍ୟ ସଭାରେ ଉଠିଥିଲା । କୃଷକଙ୍କ ଏହି ପ୍ରସ୍ତାବ ଉପରେ ଦିଲ୍ଲୀ ପୋଲିସ ସହମତ ହୋଇଛି, କିନ୍ତୁ କୃଷକମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।

Advertisment

ସୂଚନାଯୋଗ୍ୟ ସିଙ୍ଘୁ ସୀମା ନିକଟରେ ଅନୁଷ୍ଠିତ ଏହି ବୈ ଠକ ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସଂସଦ ମାର୍ଚ୍ଚ ଦାବିକୁ ଦିଲ୍ଲୀ ପୋଲିସ ପ୍ରତ୍ୟାଖ୍ୟାନ କରିଛି । ସେପଟେ କୌଣସି ପରିସ୍ଥିତିରେ ମଧ୍ୟ ସଂସଦ ପର୍ଯ୍ୟନ୍ତ ରାଲି କରିବାକୁ ଚାହୁଁଛନ୍ତି ବୋଲି କୃଷକମାନେ କହିଛନ୍ତି । ତେଣୁ ସୋମବାର ଅର୍ଥାତ୍ ଆଜି ଉଭୟ ପକ୍ଷର ଏକ ବୈଠକ ହେବ ଯେଉଁଥିରେ ସମସ୍ୟାର ସମାଧାନ ମିଳିବ ବୋଲି ଆକଳନ କରାଯାଇଛି ।

Advertisment
Farmers Protest Delhi Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ