Advertisment

ବାପ୍‌ରେ ବାପ୍‌ ଏତେ ଗହଳି! ଦିଲ୍ଲୀ ଏୟାରପୋର୍ଟକୁ ଲୋକେ କହିଲେଣି କୁମ୍ଭମେଳା

ବର୍ତ୍ତମାନ ଛୁଟିଦିନ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ନାହିଁ ନଥିବା ଭିଡ଼ । ବିମାନ ବନ୍ଦରରେ ଯାତ୍ରୀଙ୍କ ଏଭଳି ଆଗମନ ଦେଖି କର୍ତ୍ତୁପକ୍ଷ ବି ଅଡ଼ୁଆରେ । ଏହି ଘଟଣା ପରେ ଦିଲ୍ଲୀ ଏୟାରପୋର୍ଟ ସିଇଓଙ୍କୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ତିଙ୍ଗ କମିଟି ପକ୍ଷରୁ ସମନ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Chaos and Overcrowding at Delhi Airport

Delhi airport

Advertisment

ଆପଣ ଦିଲ୍ଲୀ ଏୟାରପୋର୍ଟରୁ ଅନ୍ୟତ୍ର କେଉଁଠି ଯାତ୍ରା କରିବାକୁ ଯାଉଛନ୍ତି କି ? ତେବେ ସାବଧାନ, ଫ୍ଲାଇଟ୍‌ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ନ ପହଞ୍ଚିଲେ, ଆପଣଙ୍କ ଫ୍ଲାଇଟ୍‌ ମିସ୍‌ ହୋଇଯିବ । ଆଜ୍ଞା ହଁ ଆମେ ସତ କହୁଛୁ, କାହିଁକି ନା ଗତ କିଛିଦିନ ହେବ ଦିଲ୍ଲୀ ଏୟାରପୋର୍ଟରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଠେଲାପେଲା, ବିଶୃଙ୍ଖଳା ସହ କଳ୍ପନାଠୁ ଅଧିକ ଭିଡ଼ ଜମିଛି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ୍‌ରେ । ଏମିତିକି କେହି କେହି ଏହାକୁ କୁମ୍ଭମେଳା ସହ ତୁଳନା କରୁଛନ୍ତି । ଏହି ଘଟଣା ପରେ ଦିଲ୍ଲୀ ଏୟାରପୋର୍ଟ ସିଇଓଙ୍କୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ତିଙ୍ଗ କମିଟି ପକ୍ଷରୁ ସମନ ଜାରି କରାଯାଇଛି।

Advertisment

ବର୍ତ୍ତମାନ ଛୁଟିଦିନ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ନାହିଁ ନଥିବା ଭିଡ଼ । ବିମାନ ବନ୍ଦରରେ ଯାତ୍ରୀଙ୍କ ଏଭଳି ଆଗମନ ଦେଖି କର୍ତ୍ତୁପକ୍ଷ ବି ଅଡ଼ୁଆରେ । କିପରି ଯାତ୍ରୀଙ୍କୁ ସେବା ଯୋଗାଇବେ, ସେନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଘରୋଇ ବିମାନ ସଂସ୍ଥା ଇଣ୍ତିଗୋ ମଧ୍ୟ ଭିଡ଼କୁ ନଜରରେ ରଖି ଆଡଭାଇଜରି ଜାରି କରିଛି । ଇଣ୍ତିଗୋ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନଙ୍କୁ ବିମାନରେ ଯାତ୍ରା କରିବାକୁ ହେଲେ ଅତି କମ୍‌ରେ ସାଢ଼େ ୩ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁର ଏୟାରପୋର୍ଟର ଟର୍ମିନାଲ-୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ କିଛି ଫଟୋ..

Advertisment

ଏୟାରପୋର୍ଟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀ କ୍ରୋଧରେ ନିଜ ଅଭିଯୋଗ ସରକାରଙ୍କୁ ଜଣାଇବା ପାଇଁ ଟ୍ୱିଟର୍‌ରେ ଭିଡିଓ ସୋୟାର କରୁଛନ୍ତି । ଜଣେ ଯାତ୍ରୀ ଥଟ୍ଟାରେ ଲେଖିଛନ୍ତି ଯେ, ‘ଦିଲ୍ଲୀ ଏୟାରପୋର୍ଟ ଏବେ କାଲିଫର୍ଣ୍ଣିଆର ଏକ ହୋଟେଲ, ଆପଣ ଯେତେବେଳେ ବି ଆସନ୍ତୁ କିନ୍ତୁ ଯାତ୍ରା କରିପାରିବେ ନାହିଁ’ ।

Advertisment

ଆଉ କେତେଜଣ ଯାତ୍ରୀ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘ଏହା ଏୟାରପୋର୍ଟ ନା ରେଲୱେ ପ୍ଲାଟଫର୍ମ’ । ନିଖିଲ ଇମାନଦାର ନାମକ ଜଣେ ଯାତ୍ରୀ ଲେଖିଛନ୍ତି କି, ‘ସକାଳୁ ମୁଁ ଦିଲ୍ଲୀର ମାଛ ମାର୍କେଟରେ ଅଛି’।

ଆଉ ଜଣେ ଯାତ୍ରୀ ହାସ୍ୟାତ୍ମକ ଭାବେ ଲେଖିଛନ୍ତି, ‘ଯେତିକି ସମୟ ଅପେକ୍ଷା କଲିଣି, ସେତିକିରେ ବାହାଘର ସରିଯିବ’ ।

Memes Delhi Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ