Advertisment

ଦାନିଶ ସିଦ୍ଦିକିଙ୍କ ମୃତଦେହ ଜାମିଆର କବରସ୍ଥାନରେ ସମାଧି ଦିଆଯିବ

ଆଫଗାନିସ୍ତାନରେ ନିହତ ହୋଇଥିବା ପୁଲିତଜର ପୁରସ୍କାର ପ୍ରାପ୍ତ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କର ମୃତଦେହ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆର କବରସ୍ଥାନକୁ ହସ୍ତାନ୍ତର କରାଯିବ। ସିଦ୍ଦିକିଙ୍କ ମୃତଦେହ ରବିବାର ଅପରାହ୍ନ ୫.୪୦ରେ ଏୟାର ଇଣ୍ଡିଆ ବିମାନ ଯୋଗେ କାବୁଲରେ ପହଞ୍ଚିଥିବା ଜଣାଯାଏ। ଏକାଧିକ ଗୁଳିରେ ସିଦ୍ଦିକିଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
ଦାନିଶ ସିଦ୍ଦିକିଙ୍କ ମୃତଦେହ ଜାମିଆର କବରସ୍ଥାନରେ ସମାଧି ଦିଆଯିବ

Danish Siddiqui

Advertisment

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ନିହତ ହୋଇଥିବା ପୁଲିତଜର ପୁରସ୍କାର ପ୍ରାପ୍ତ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କର ମୃତଦେହ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆର କବରସ୍ଥାନକୁ ହସ୍ତାନ୍ତର କରାଯିବ। ସିଦ୍ଦିକିଙ୍କ ମୃତଦେହ ରବିବାର ଅପରାହ୍ନ ୫.୪୦ରେ ଏୟାର ଇଣ୍ଡିଆ ବିମାନ ଯୋଗେ କାବୁଲରେ ପହଞ୍ଚିଥିବା ଜଣାଯାଏ। ଏକାଧିକ ଗୁଳିରେ ସିଦ୍ଦିକିଙ୍କ ମୃତ୍ୟୁ ଘଟିଛି। ରବିବାର ସିଦ୍ଦିକିଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା ପରେ କାବୁଲରେ ଥିବା ଭାରତୀୟ ଦୂତାବାସ ଏହା ନିଶ୍ଚିତ କରିଛି।

Advertisment

ସମାଚାର ଏଜେନ୍ସି ରାଏଟର୍ସ ପାଇଁ କାମ କରୁଥିବା ୩୯ ବର୍ଷୀୟ ସିଦ୍ଦିକି ଜାମିଆ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ। ବିଶ୍ୱବିଦ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ “ଜାମିଆ ମିଲିଆ ଇସ୍‌ଲାମିଆର କୁଳପତି ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ପରିବାରର ଅନୁରୋଧ କ୍ରମେ ବିଶ୍ୱବିଦ୍ୟାଳୟ କବରସ୍ଥାନରେ ସମାଧି ଦେବା ପାଇଁ ଗ୍ରହଣ କରିଛନ୍ତି। ଏହି କବରସ୍ଥାନ ବିଶେଷ ଭାବେ ବିଶ୍ୱବିଦ୍ୟାଳୟର କର୍ମଚାରୀ, ସେମାନଙ୍କ ଜୀବନସାଥୀ ଏବଂ ନାବାଳକ ପିଲାମାନଙ୍କ ପାଇଁ ନିର୍ମାଣ କରାଯାଇଛି।

Advertisment

ସିଦ୍ଦିକି ଏହି ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ତାଙ୍କ ପିତା ଅଖତର ସିଦ୍ଦିକି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡିନ୍ ଥିଲେ। ସିଦ୍ଦିକି ୨୦୦୫-୨୦୦୭ ମସିହାରେ ଏଜେକେ ମାସ କମ୍ୟୁନିକେସନ ସେଣ୍ଟର(MCRC) ରେ ଅଧ୍ୟୟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଜାମିଆ ଶିକ୍ଷକ ସଂଘ ସିଦ୍ଦିକିଙ୍କ ମୃତ୍ୟୁକୁ ସମବେଦନା ଜଣାଇଛି। ପ୍ରକାଶଥାଉ କି ସିଦ୍ଦିକି ସମାଚାର ଏଜେନ୍ସି ରାଏଟର୍ସ ପାଇଁ କାର୍ଯ୍ୟ କରୁଥିବାବେଳେ ୨୦୧୮ରେ ପୁଲିତ୍ଜର ପୁରସ୍କାର ପାଇଥିଲେ । ତେବେ ଗତ ଶୁକ୍ରବାର ଆଫଗାନିସ୍ତାନର ସ୍ପିନ ବୋଲଦକରେ ପାକିସ୍ତାନ ସୀମାନ୍ତରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ସମୟରେ ସେ ଆଫଗାନିସ୍ତାନ ସ୍ପେଶାଲ ଫୋର୍ସ ସହିତ ଜଡିତ ଥିଲେ।

Advertisment
Danish Siddiqui
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ