Advertisment

ଭଗବାନ ନୁହଁନ୍ତି ଶ୍ରୀରାମ ଓ ହନୁମାନ...ଏପରି କହି ନିର୍ଧୂମ ଛେଚା ଖାଇଲେ ଦଳିତ ଛାତ୍ର

ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।

ଅଦ୍ୟତନ ହୋଇଛି
Dalit Boy Slapped

Dalit Boy Slapped

Advertisment

ପ୍ରଭୁ ରାମ ଓ ହନୁମାନଙ୍କୁ ଭଗବାନ ବୋଲି ନମାନିବାରୁ ଦଳିତ ଛାତ୍ରଙ୍କୁ ମାଡ଼। କର୍ଣ୍ଣାଟକର ବିଦରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟ ଦଳିତ ଛାତ୍ର ପ୍ରଭୁ ରାମ ଏବଂ ହନୁମାନଙ୍କୁ ଭଗବାନ ବୋଲି ମାନିନଥିଲେ। ଏହାକୁ ନେଇ କିଛି ଲୋକ ତାଙ୍କୁ ଚାପୁଡା ମାରିବା ସହ ମନ୍ଦିର ନିକଟକୁ ଘୋଷାଡି ନେଇଥିଲେ। ଛାତ୍ରଙ୍କୁ ମାଡ ମାରିବାର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଘଟଣା ନେଇ ସମ୍ପୃକ୍ତ ପୋଲିସ ଅଧିକାରୀ କହିଛନ୍ତି, ଏହି ଘଟଣା ସୋମବାର ବିଦର ହୁମନାବାଦ ସର୍କଲ ଅଞ୍ଚଳରେ ଘଟିଛି। ଅଯୋଧ୍ୟାରେ ଯେତେବେଳେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିଲା ​​ସେତେବେଳେ ଏହି ଘଟଣା ଘଟିଥିଲା। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଭିଯୁକ୍ତ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଛାତ୍ର ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ।

କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ମନ୍ଦିରରେ ତାଙ୍କୁ ଭଗବାନଙ୍କ ନିକଟରେ ପ୍ରଣାମ କରିବାକୁ ବାଧ୍ୟ କରାଯାଇଛି। ଏହି ମାମଲା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। 

Advertisment
Karnataka Viral Video Slapping
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ