Advertisment

ଚୀନରେ ବେକାବୁ କରୋନା; ଆସିପାରେ ଆଉ ଏକ ଲହର, ଆଲର୍ଟରେ ଭାରତ

ଯଦିଓ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି, ହେଲେ ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ହୋଇଛନ୍ତି।

Coronavirus In China

Coronavirus In China

Advertisment

ଯଦିଓ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି, ହେଲେ ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ହୋଇଛନ୍ତି। ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁସାରେ, ଅନ୍ୟ ଦେଶରେ ବୃଦ୍ଧି ପାଉଥିବା ସକଂମ୍ରଣକୁ ଦୃଷ୍ଟିରେ ରଖି ବୁଧବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇ ଥିଲେ। ଏଥିରେ ସର୍ଭିଲାନ୍ସ ଓ ଜିନୋମ ସ୍ୱିକ୍ୱେନ୍ସିଂ ବଢ଼ାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। 

Advertisment

ଚୀନରେ କରୋନା ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଗତ କିଛିଦିନ ହେବ ଚୀନରେ ୩ ହଜାରରୁ ଅଧିକ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କେବଳ ଚୀନ ନୁହେଁ ହଂକଂ, ଦକ୍ଷିଣ କୋରିଆ ସମେତ ଆଫ୍ରିକୀୟ ଓ ୟୁରୋପୀୟ ଦେଶରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। 

ଚୀନରେ ଏବେ ଓମିକ୍ରନର ସବ୍‌-ଭାରିଆଣ୍ଟ୍‌ BA.2 ତାଣ୍ଡବ ରଚୁଛି। ଅନ୍ୟ କିଛି ଦେଶରେ Deltacron କେସ୍‌ ମଧ୍ୟ ସାମ୍ନାକୁ ଆସିଛି। କରୋନାର ଡେଲ୍‌ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌କୁ ନେଇ Deltacron ଭାରିଆଣ୍ଟ୍‌ ହୋଇଛି। ତେଣୁ ଏହି ଭାରିଆଣ୍ଟ୍‌ କେସ୍‌ ଉପରେ ମଧ୍ୟ ଦୃଷ୍ଟି ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିନୋମ ସ୍ୱିକ୍ୱେନ୍ସିଂ ମଧ୍ୟ ବଢ଼ାଇବା ଲାଗି କୁହାଯାଇଛି। ଫଳରେ ଯଦି କୌଣସି ନୂଆ ଭାରିଆଣ୍ଟ୍‌ ଭାରତ ଆସିଥିବ, ତା’ହେଲେ ତୁରନ୍ତ ଏହାକୁ ଚିହ୍ନଟ କରାଯାଇପାରିବ।

Advertisment

ଭାରତରେ କରୋନାର ତୃତୀୟ ଲହର ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ଲଗାତାର ଭାବେ କରୋନା ତଳମୁହାଁ ହେଉଥିବା ଦେଖିବାକୁ ମିଳିଛି। ଚୀନ ସମେତ ଅନ୍ୟ ଦେଶ ଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଉ ଥିବାରୁ ଭାରତରେ ଦୈନିକ ସଂକ୍ରମଣ ଉପରେ ଆଲର୍ଟ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟପକ୍ଷେ, ଆଜିଠୁ ପୁଣି ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଗତ ୨ ବର୍ଷ ହେଲାଣି କଟକଣା ଲାଗୁ କରାଯାଇଥିଲା। ବର୍ତ୍ତମାନ ଏହି କଟକଣାକୁ ହଟାଇ ଦିଆଯାଇ ଥିବାରୁ ପୁଣି ଟେନ୍‌ସନ୍‌ ବଢ଼ିଛି। ଏଥିପାଇଁ ସର୍ଭିଲାନ୍ସ ଓ ଟେଷ୍ଟିଂ ବଢ଼ାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି।

Advertisment

ଗତ୨ ୪ ଘଣ୍ଟାରେ ଭାରତରେ ୨,୫୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଜାନୁଆରୀ ଶେଷ ଆଡ଼ରୁ କରୋନା ସଂକ୍ରମଣ ସାରା ବିଶ୍ୱରେ ହ୍ରାସ ପାଇଥିଲା। ହେଲେ ବର୍ତ୍ତମାନ ପୁଣିଥରେ ସଂକ୍ରମଣ ବଢ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁସାରେ, ଗତ ସପ୍ତାହକ ମଧ୍ୟରେ ସାରା ବିଶ୍ୱରେ ୧.୧୦ କୋଟିରୁ ଅଧିକ ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି। ଯାହାକି ଏହାର ପୂର୍ବ ସପ୍ତାହ ତୁଳନାରେ ୮%ରୁ ଅଧିକ। ଚୀନ ଓ ଦକ୍ଷିଣ କୋରିଆରେ କରୋନା କେସ୍‌ ୨୫% ଓ ମୃତ୍ୟୁ ହାର ୨୭% ବୃଦ୍ଧି ପାଇଥିବା WHO କହିଛି। ଆଫ୍ରିକାରେ ମଧ୍ୟ ନୂଆ କରୋନା କେସ୍‌ ୧୨% ଓ ମୃତ୍ୟୁହାର ୧୪% ବୃଦ୍ଧି ପାଇଛି। ସେହିପରି ୟୁରୋପରେ କରୋନାର ନୂଆ କେସ୍‌ ୨% ବୃଦ୍ଧି ପାଇଛି। ତେବେ ୟୁରୋପରେ କରୋନା ମୃତ୍ୟୁ ହାର ସ୍ଥିର ରହିଛି। 

ଅଷ୍ଟ୍ରିଆ, ଜର୍ମାନୀ, ସ୍ୱିଜରଳ୍ୟାଣ୍ଡ୍‌,ନେଦରଲ୍ୟାଣ୍ଡ, ୟୁକେରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଫଳରେ ୟୁରୋପରେ କରୋନାର ଆଉ ଏକ ଲହର ଆସିବାର ଆଶଙ୍କା କରାଯାଉଛି। ୟୁରୋପ ବ୍ୟତୀତ  ଆମେରିକାରେ ମଧ୍ୟ କରୋନାର ଆଉ ଏକ ଲହର ଆସିବା ନେଇ ଏକ୍ସପର୍ଟମାନେ ଆଶଙ୍କା କରୁଛନ୍ତି। ବର୍ତ୍ତମାନ BA.2 ସବୁଠାରୁ ସଂକ୍ରାମକ ଭାରିଆଣ୍ଟ୍‌ ବୋଲି WHO କହିଛି। ଏହି ଭାରିଆଣ୍ଟ୍‌ ଯୋଗୁ କରୋନା ସକଂମ୍ରଣ ବୃଦ୍ଧି ପାଉଥିବା କୁହାଯାଉଛି। 

Coronavirus Coronavirus In China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ