Congress
ନୂଆଦିଲ୍ଲୀ: ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେବା ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଆଉ ଏହାକୁ ଆଇନରେ ପରିଣତ କରିବା ଲାଗି ଶୀତ ଅଧିବେଶନରେ ସଂସଦରେ ବିଲ୍ ଆଣିବ ବିଜେପି ସରକାର। କିନ୍ତୁ ଏହାକୁ ବିରୋଧ କରିବ କଂଗ୍ରେସ। ଦଳର ବରିଷ୍ଠ ନେତା କେ.ସି ଭେନୁଗୋପାଳ କହିଛନ୍ତି, କେନ୍ଦ୍ର ଆଣୁଥିବା ଏହି ଆଇନକୁ ଆମେ ବିରୋଧ କରିବୁ। କାରଣ ଏହି ଆଇନ ଆଣିବା ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ସଂଗଠନ ଓ ମହିଳା ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ। ଆଉ ଏହି ଆଲୋଚନା ସମୟରେ ସେମାନେ ଏହାକୁ ବିରୋଧ କରିଥିବା ନେଇ କଂଗ୍ରେସ କହିଛି।
କେବଳ ବିରୋଧ କରିଥିଲେ ତାହା ନୁହେଁ ବରଂ ଏହାକୁ ଅବୈଜ୍ଞାନିକ ଓ ଅବାସ୍ତବ କହି ସେମାନେ ଖାରଜ କରିଥିଲେ। ହେଲେ ସେମାନଙ୍କ କଥାକୁ କେନ୍ଦ୍ର ସରକାର ଭ୍ରୁକ୍ଷେପ କରିନାହାନ୍ତି କେନ୍ଦ୍ର ସରକାର। କେବଳ ଏତିକି ନୁହେଁ କଂଗ୍ରେସ ନେତା ଭେନୁଗୋପାଳ କହିଛନ୍ତି ଯେ, ଖାସ୍ କରି ଗ୍ରାମାଞ୍ଚଳରେ ଏଇ ଆଇନକୁ କେତେ ସୀକୃତି ମିଳିବ ସେନେଇ କେନ୍ଦ୍ର ଚିନ୍ତା କରିବାର ଆବଶ୍ୟକତା ଥିଲା। କାରଣ ବର୍ତ୍ତମାନ ଅନେକ ସମୟରେ ୧୮ ରୁ କମ୍ ବର୍ଷରେ ଝିଅଙ୍କ ବିବାହ ହେଉଥିବା ଅଭିଯୋଗ ହୋଉଛି। କିନ୍ତୁ ଏହାକୁ ୨୧ ବର୍ଷ କରିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର। ଯାହାଦ୍ୱାରା ଆହୁରି ଅଧିକ ପରିମାଣରେ ଏପରି ବିବାହ ଦେଖାଯିବ। ତେଣୁ କେନ୍ଦ୍ରର ଏହି ଆଇନକୁ କଂଗ୍ରେସ ବିରୋଧ କରୁଛି।
କେବଳ ଏତିକି ନୁହେଁ ବରଂ ମୋଦି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ଅଛନ୍ତି ତେବେ ଏହା ବ୍ୟତୀତ ମହିଳା ଆରକ୍ଷଣ ବିଧେୟକକୁ ତୁରନ୍ତ ଆଣିବା ଉଚିତ । ଏହାସହ ମୋଦି ସରକାର ଲୋକସଭା ଏବଂ ରାଜ୍ୟ ବିଧାନସଭା ଆସନରେ ମହିଳାମାନଙ୍କ ପାଇଁ ଦୁଇ ତୃତୀୟାଂଶ ଆସନରେ ସଂରକ୍ଷଣ ରଖନ୍ତୁ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ ମହିଳାମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ବୃଦ୍ଧି କରିବା ନେଇ ମହିଳା ପ୍ରତିନିଧି ଏବଂ ସଂଗଠନ ସହ ବିଭିନ୍ନ ହିତାଧିକାରୀଙ୍କ ସହ ବ୍ୟାପକ ଆଲୋଚନା କରିବାକୁ ସେ ଦାବି କରିଛନ୍ତି । କେବଳ କଂଗ୍ରେସ ନୁହେଁ ବରଂ ଅନେକ ବିରୋଧୀ ଏହାକୁ ବିରୋଧ କରିବେ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Congress_1639983632.jpg)