Advertisment

ନା କାହାକୁ ଭୟ, ନା ଜୀବନ ପ୍ରତି ଲୋଭ...ହାଇୱେରେ କଲେଜ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ଭିଡିଓ Viral

କେତେବେଳେ କାର୍‌କୁ ରାସ୍ତାରେ ମଝିରେ ଆଣି ଚଲାଉଛନ୍ତି ତ ଆଉ କେତେବେଳେ କାର୍‌କୁ ହଠାତ୍‌ ସାଇଡ୍‌କୁ ନେଇ ଚଲାଉଛନ୍ତି। କଲେଜ ଛାତ୍ରଙ୍କ ଏଭଳି ବେପରୁଆ ଗାଡ଼ି ଚାଳନାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

College Students Arrested For Rash Driving

College Students Arrested For Rash Driving

Advertisment

ହାଇୱେରେ କଲେଜ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ୍। କେତେବେଳେ କାର୍‌କୁ ରାସ୍ତାରେ ମଝିରେ ଆଣି ଚଲାଉଛନ୍ତି ତ ଆଉ କେତେବେଳେ କାର୍‌କୁ ହଠାତ୍‌ ସାଇଡ୍‌କୁ ନେଇ ଚଲାଉଛନ୍ତି। ଉତ୍ତରପ୍ରଦେଶ ନୋଏଡାରେ କଲେଜ ଛାତ୍ରଙ୍କ ଏଭଳି ବେପରୁଆ ଗାଡ଼ି ଚାଳନାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓ ଭାଇରାଲ୍‌ ପରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ କଲେଜ ଛାତ୍ରଙ୍କୁ ପୋଲିସ୍‌ ଗିରଫ କରିବା ସହ ୨୫ ହଜାର ଟଙ୍କା ଫାଇନ୍‌ ପକାଇଛି। 

Advertisment

ଖାଲି ଏତିକି ନୁହେଁ କଳା ରଙ୍ଗର ମହିନ୍ଦ୍ରା ସ୍କର୍ପିଓକୁ ପୋଲିସ୍‌ ଜବତ କରି ଗାଡ଼ିର ରେଜିଷ୍ଟ୍ରେସନ୍‌ ଓ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ RTOଙ୍କ ନିକଟକୁ ରିପୋର୍ଟ ପଠା ଯାଇଛି। ଏସ୍‌ୟୁଭି ଗାଡ଼ିର ରେଜିଷ୍ଟ୍ରେସନ୍‌ ନମ୍ବର ଦିଲ୍ଲୀର ହୋଇଥିବା ବେଳେ ଛାତ୍ରମାନେ ଫେଜ୍‌-୧ ଥାନା ଅନ୍ତର୍ଗତ ଦଳିତ ପ୍ରେରଣା ସ୍ଥଳ ନିକଟ ହାଇୱେରେ ଏଭଳି ବେପୁରୁଆ ଗାଡ଼ି ଚାଳନା କରୁଥିଲେ ବୋଲି ଜଣାପଡ଼ିଛି। 

Advertisment

ଗୁରୁବାର ଦିନ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ଭିଡିଓ ଭାଇରାଲ୍‌ ପରେ ଶୁକ୍ରବାର ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଛାତ୍ରମାନେ ହେଲେ- ଅଂଶୁଲ୍‌, ତୁଷାର, ହିମାଂଶୁ ଓ ହର୍‌ଜିତ। ସମସ୍ତଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଏହାସହ ୨୫ ହଜାର ଟଙ୍କା ଫାଇନ୍‌ ପଡ଼ିଥିବା ପୋଲିସ୍‌ ସୂଚନା ଦେଇଛି। 

ସୂଚନାଥାଉ କି, ୨୦୨୨ରେ ଉତ୍ତରପ୍ରଦେଶରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଛି। ଗୌତମ ବୁଦ୍ଧ ନଗର ଜିଲ୍ଲାରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସତ୍ତ୍ୱେ ମଧ୍ୟ ଲୋକମାନେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଗାଡ଼ି ଚଳାଉଛନ୍ତି। ଫଳରେ ଅକାଳରେ ଜୀବନ ଚାଲି ଯାଉଛି। 

Advertisment
Violation Of Traffic Rules Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ