Pralhad Joshi, union coal minister
ନୂଆଦିଲ୍ଲୀ : କୋଇଲା ଅଭାବ ପାଇଁ ପାର୍ବଣରେ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ନ ହେଉ । ଏଥିପାଇଁ କୋଇଲା ଯୋଗାଣ ବଢ଼ାଇବ ପାଇଁ କୋଲ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶର ତାପଜ ବିଦ୍ୟୁତ ସଂସ୍ଥାଗୁଡ଼ିକ କୋଇଲା ଯୋଗାଣ ଜାରି ରହିଛି ଏବଂ ରାଜ୍ୟଗୁଡ଼ିକୁ କୋଇଲା ଷ୍ଟକ୍ ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିବା କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ତେଣୁ କୋଇଲାର ଅଭାବ ନାହିଁ ଓ ଦେଶରେ ଏବେ ୨୨ ଦିନ ପାଇଁ ଷ୍ଟକ ରହିଥିବା ସେ ସୂଚନା ଦେଇଛନ୍ତି ।
ଏହା ସହିତ ସେ କହିଛନ୍ତି ଯେ ଗତକାଲି ୧.୯୪ ମିଲିୟନ ଟନ୍ କୋଇଲା ଯୋଗାଇଛୁଣ ହୋଇଛି, ଯାହା ଇତିହାସରେ ଘରୋଇ କୋଇଲା ଯୋଗାଣର ସର୍ବାଧିକ । ଏହାପୂର୍ବରୁ ୧୫ରୁ ୨୦ଦିନ କୋଇଲାର ଷ୍ଟକ୍ ହ୍ରାସ ପାଇଥିଲା କିନ୍ତୁ ଗତକାଲି କୋଇଲାର ଷ୍ଟକ୍ ବୃଦ୍ଧି ପାଇଛି । ଆଗାମୀ ଦିନରେ କୋଇଲାର ଷ୍ଟକ୍ ଆହୁରି ବୃଦ୍ଧି ପାଇବ, ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ କୋଲ୍ ଇଣ୍ଡିଆକୁ ଦୈନିକ କୋଇଲା ଉତ୍ପାଦନ ୧ ଦଶମିକ ୫୫ ମିଲିୟନ ଟନ ଓ ଅକ୍ଟୋବର ୨୦ ତାରିଖ ପରେ ଏହାକୁ ୧ ଦଶମିକ ୭୦ ମିଲିୟନ ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ପାଇଁ କୋଇଲା ଉତ୍ପାଦନରେ ହ୍ରାସ କାରଣରୁ ଆନ୍ତର୍ଜାତିକ ବଜାରରେ କୋଇଲା ଦର ଟନ୍ ପ୍ରତି ୯୦ରୁ ୧୯୦ ଟଙ୍କାକୁ ବୃଦ୍ଧି ପାଇବାରୁ ସୃଷ୍ଟି ହୋଇଛି । ଏହାସହ ଆମଦାନୀ ହୋଇଥିବା କୋଇଲା ଉପରେ ଆଧାରିତ ପାୱାର ପ୍ଲାଣ୍ଟଗୁଡିକ ପ୍ରାୟ ବନ୍ଦ ୧୫ ରୁ ୨୦ ଦିନ ହେବ ବନ୍ଦ ହୋଇଯାଇଥିଲା ଏବଂ ସେଠାରେ ଉତ୍ପାଦନ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ଏହା କୋଇଲା ସଙ୍କଟର ଅନ୍ୟ ଏକ ମୁଖ୍ୟ କାରଣ ବୋଲି କହିଛନ୍ତି ମନ୍ତ୍ରୀ ।
Also Read
ତେବେ ଭାରତରେ ଶକ୍ତି ଉତ୍ପାଦନ ପାଇଁ ଅନ୍ୟ ବିକଳ୍ପ ଉପରେ କାମ କରାଯାଉଛି ଏବଂ ଏଥିରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ ଭବିଷ୍ୟତର ଚାହିଦା ଏବଂ ମୂଲ୍ୟକୁ ଦୃଷ୍ଟିରେ ରଖି କୋଇଲାର ଆବଶ୍ୟକତା ରହିଛି। ଦେଖିବାକୁ ଗଲେ କୋଇଲା ବ୍ୟତୀତ ଶକ୍ତି ଉତ୍ପାଦନର ଅନ୍ୟ ସମସ୍ତ ଉତ୍ସ ବହୁତ ମହଙ୍ଗା। ଏଭଳି ପରିସ୍ଥିତିରେ ଭାରତର ଅର୍ଥନୀତି ମହଙ୍ଗା ଶକ୍ତିର ଏହି ଭାର ବହନ କରିବାକୁ ସକ୍ଷମ ନୁହେଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us