Advertisment

ଇଦ୍‌ ପୂର୍ବରୁ ଯୋଧପୁରରେ ସଂଘର୍ଷ, ଇଣ୍ଟରନେଟ୍‌ ସେବା ବନ୍ଦ

ଇଦ୍‌ ପୂର୍ବରୁ ରାଜସ୍ଥାନ ଯୋଧପୁରରେ ସଂଘର୍ଷ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ପତାକା ଉଡ଼ାଇବାକୁ ନେଇ ଯୋଧପୁରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପଥରମାଡ଼ ହୋଇଛି।

ଅଦ୍ୟତନ ହୋଇଛି
Clashes In Jodhpur

Clashes In Jodhpur

Advertisment

ସାରା ଦେଶରେ ଆଜି ଧୁମ୍‌ଧାମ୍‌ରେ ଇଦ୍‌ ପାଳନ କରାଯାଉଛି। ହେଲେ ଇଦ୍‌ ପୂର୍ବରୁ ରାଜସ୍ଥାନ ଯୋଧପୁରରେ ସଂଘର୍ଷ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ପତାକା ଉଡ଼ାଇବାକୁ ନେଇ ଯୋଧପୁରରେ ୨ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ପଥରମାଡ଼ ହୋଇଛି। ଏହି ଘଟଣା ପରେ ଯୋଧପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଇଦ୍‌ ପୂର୍ବରୁ ଗତକାଲି ରାତିରେ ଜାଲୋରି ଗେଟ୍‌ ଅଞ୍ଚଳରେ ପତାକା ଉଡ଼ାଇବାକୁ ନେଇ ବିବାଦ ହୋଇଥିଲା। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। କୌଣସି ଗୁଜବ ଖବର ଯେଭଳି ପ୍ରଚାର ନହୁଏ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଏହାସହ ପୋଲିସ୍‌ ସୁରକ୍ଷା ମଧ୍ୟରେ ଇଦ୍‌ ପାଇଁ ନମାଜ ପାଠ କରାଯାଇଥିଲା।

ଯୋଧପୁରରେ ୩ ଦିନିଆ ପର୍ଶୁରାମ ଜୟନ୍ତୀ ଉତ୍ସବ ମଧ୍ୟ ପାଳନ କରାଯାଉଛି। ତେବେ ୨ ସଂପ୍ରଦାୟ ପକ୍ଷରୁ ଧାର୍ମିକ ପତାକା ଉଡ଼ାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଏନେଇ ସଂଘର୍ଷ ଘଟିଥିଲା। ଶେଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍‌ ସହାୟତା ନିଆଯାଇଥିଲା। ଏବେବି ଯୋଧପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ସୂଚନା ମିଳିଛି।

Advertisment

ନ୍ୟୁଜ୍‌ ଏଜେନ୍ସି PTIର ରିପୋର୍ଟ ଅନୁସାରେ, ପଥରମାଡ଼ରେ ୪ ଜଣ ପୋଲିସ୍‌ କର୍ମୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷେ, ଶାନ୍ତି ବଜାୟ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଲୋକମାନଙ୍କୁ ଅପିଲ୍‌ କରିଛନ୍ତି। 

Advertisment

Jodhpur Violence Jodhpur Clashes Clashes In Jodhpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ