Advertisment

ପଟିଆଲା ହିଂସା: ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ- ହଟିଲେ IG ଓ SSP, ଇଣ୍ଟରନେଟ୍‌ ସେବା ବନ୍ଦ

ପଞ୍ଜାବ ପଟିଆଲାରେ ଖାଲିସ୍ତାନ ମୁର୍ଦ୍ଦାବାଦ ବିକ୍ଷୋଭ ଯାତ୍ରା ବେଳେ ଶିବସେନା କାର୍ଯ୍ୟକର୍ତ୍ତା ଓ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏବେ ଉଗ୍ରରୂପ ନେଇଛି।

ଅଦ୍ୟତନ ହୋଇଛି
Clashes In Punjab's Patiala

Clashes In Punjab's Patiala

Advertisment

ପଞ୍ଜାବ ପଟିଆଲାରେ ଖାଲିସ୍ତାନ ମୁର୍ଦ୍ଦାବାଦ ବିକ୍ଷୋଭ ଯାତ୍ରା ବେଳେ ଶିବସେନା କାର୍ଯ୍ୟକର୍ତ୍ତା ଓ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏବେ ଉଗ୍ରରୂପ ନେଇଛି। ଶୁକ୍ରବାର ହୋଇଥିବା ଏହି ସଂଘର୍ଷ ଏତେ ଭୟଙ୍କର ହୋଇଛି ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ପଟିଆଲାରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଛି। ଗୁଜବ ପ୍ରଚାର ଉପରେ ରୋକ ଲଗାଇବା ଲାଗି ପଞ୍ଜାବ ସରକାରଙ୍କ ଗୃହ ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି। 

Advertisment

ସହରରେ ଖାଲି ଇଣ୍ଟରନେଟ୍‌ ସେବା ବନ୍ଦ ହୋଇନାହିଁ ବରଂ ପୋଲିସ୍‌ ବିଭାଗରେ ବଦଳି ମଧ୍ୟ ହୋଇଛି। ପଟିଆଲା ଆଇଜି ରାକେଶ ଅଗ୍ରୱାଲ୍‌ଙ୍କୁ ହଟା ଯିବା ପରେ ସିନିୟର ଏସ୍‌ପି ଓ ସିଟି ଏସ୍‌ପିଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ମୁଖୱିନ୍ଦର ସିଂ ଚିନ୍ନାଙ୍କୁ ପଟିଆଲାର ନୂଆ ଆଇଜି ଭାବେ ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରବକ୍ତା ସୂଚନା ଦେଇଛନ୍ତି। ସେହିପରି ଦୀପକ ପାରିକଙ୍କୁ ପଟିଆଲାର ସିନିୟର ଏସ୍‌ପି, ୱାଜିର ସିଂଙ୍କୁ ପଟିଅଲାର ନୂଆ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ସହରରେ ୧୦ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ କରାଯିବା ସହ ପୋଲିସ୍‌ ଫ୍ଲାଗ୍‌ ମାର୍ଚ୍ଚ କରୁଛି। 

ସେପଟେ ହିନ୍ଦୁ ସଂଗଠନ ଆଜି ପଟିଆଲା ବନ୍ଦ ଡାକରା ଦେଇଛି। ଯେଉଁ ଖାଲିସ୍ତାନୀ ସମର୍ଥକମାନେ ମା’ କାଳୀଙ୍କ ମନ୍ଦିରରେ ପ୍ରବେଶ କରିବା ପାଇଁ ପ୍ରୟାସ କରିବା ସହ ପଥରମାଡ଼ କରିଥିଲେ ସେମାନଙ୍କ ଗିରଫ ଦାବିରେ ହିନ୍ଦୁ ସଂଗଠନ ବନ୍ଦ ଡାକରା ଦେଇଛି। ତେବେ ସ୍ଥିତି ପୁରା ନିୟନ୍ତ୍ରଣରେ ଥିବା ପଟିଆଲା ଏସଏସପି ନାନକ ସିଂ ସୂଚନା ଦେଇଛନ୍ତି। କୌଣସି ଗୁଜବ ଖବର ଉପରେ ବିଶ୍ୱାସ ନକରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। 

Advertisment

ଶିବସେନା ହିନ୍ଦୁସ୍ତାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୱନ ଗୁପ୍ତା କହିଛନ୍ତି, ଖାଲିସ୍ତାନ ବିରୋଧରେ ବିକ୍ଷୋଭଯାତ୍ରା ସହ ମା’ କାଳୀଙ୍କ ମନ୍ଦିରର କୌଣସି ସମ୍ପର୍କ ନଥିଲା। ଖାଲିସ୍ତାନ ସମର୍ଥକମାନେ ମନ୍ଦିର ଉପରେ ଆକ୍ରମଣ କରି ସେମାନଙ୍କର କ୍ରୁରତା ଦେଖାଇଛନ୍ତି। ତେଣୁ ଖାଲିସ୍ତାନ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବନ୍ଦ ଡାକରା ଦିଆଯାଇଛି। ପଟିଆଲା ସହରରେ ହୋଇଥିବା ଏହି ହିଂସାରେ ପୋଲିସ୍‌କର୍ମୀଙ୍କ ସମେତ ୪ ଜଣ ଲୋକ ଆହତ ହୋଇଥିଲେ। 

Patiala Violence Clash In Patiala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ