Advertisment

ପାଞ୍ଚ ମିନିଟ୍‌ ବିଳମ୍ବ ହେବାରୁ ଛାତ୍ରଙ୍କୁ ନିର୍ଘାତ ମାଡ଼, ଦୁଇ ଗୋଡ଼ ଭାଙ୍ଗିଦେଲେ ପ୍ରିନ୍ସିପାଲ

ଶିକ୍ଷକ କ’ଣ ଏମିତି ଥାଆନ୍ତି ? ବିଦ୍ୟାର ମନ୍ଦିରରେ କୁନି ପିଲାର ଗୋଡ଼ ଭାଙ୍ଗିଦେଲେ ସାର୍‌ ।

ଅଦ୍ୟତନ ହୋଇଛି
Cruel Teacher

Cruel Teacher

Advertisment

ଛାତ୍ରଙ୍କ ଗୋଡ଼ ଭାଙ୍ଗିଦେଲେ ନିଷ୍ଠୁର ସାର୍‌ । ଅତି ନିର୍ଦୟ ଭାବରେ ବିଦ୍ୟାର ମନ୍ଦିରରେ ଜଣେ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ପ୍ରିନ୍ସିପାଲ । କାନ୍ଦି କାନ୍ଦି ନେହୁରା ହେଉଥିଲେ ସୁଦ୍ଧା କିଛି ଶୁଣିଲେନି, ଗାଈଗୋରୁ ପରି ମାରି ଚାଲିଲେ । ପିଲାଟିର ଏତିକି ଭୁଲ୍‌, ସେ ପାଞ୍ଚ ମିନିଟ୍ ବିଳମ୍ବରେ ସ୍କୁଲ ପହଞ୍ଚିଥିଲା । ଉତ୍ତରପ୍ରଦେଶର ଶ୍ୟାମଲିରେ ଜଣେ ପ୍ରିନ୍ସିପାଲ ବିଳମ୍ବରେ ପହଞ୍ଚିଥିବାରୁ ଛାତ୍ରକୁ ଅତି ନିର୍ମମ ଭାବରେ ମାରିଛନ୍ତି । ପୀଡିତ ଛାତ୍ରଙ୍କ ପିତା ତାଙ୍କ ପୁଅର ମେଡିକାଲରେ ପରୀକ୍ଷା କରିବା ପରେ ଥାନାରେ ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ସହିତ ଜିଲ୍ଲା ଅଧିକାରୀଙ୍କୁ ଏକ ଚିଠି କରି ଅଭିଯୁକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି।

Advertisment

ଶାମଲିର ଥାନା ଅନ୍ତର୍ଗତ ଆଦର୍ଶମଣ୍ଡି ଅଞ୍ଚଳର ମୁଣ୍ଡେଟ ଗ୍ରାମରେ ଏଭଳି ହୃଦୟହୀନ ଘଟଣା ଘଟିଛି । ଯେଉଁଠାରେ ଜୟ ଜବାନ୍‌ ଜୟ କିଷାନ୍ ଇଣ୍ଟର କଲେଜର ଛାତ୍ରକୁ ପ୍ରିନ୍ସିନାଲ ବାଡ଼ିରେ ନିର୍ଧୁମ ମାଡ଼ ମାରିଛନ୍ତି । ଏଥିରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦେବଲଙ୍କ ଦୁଇ ଗୋଡର ହାଡ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ପୀଡିତଙ୍କ ପିତା କହିଛନ୍ତି , ତାଙ୍କ ପୁଅ କିଛି ଦିନ ହେଲେ ଅସୁସ୍ଥ ଥିଲେ । ପାନିପତରେ ଦେବଲଙ୍କର ଚିକିତ୍ସା ଚାଲୁଥିଲା ।

ସେଠାରେ ବେଶ୍‌ କିଛି ଦିନ ପାଇଁ ଚିକିତ୍ସାଧୀନ ଥିଲେ ଦେବଲ । ଆଉ ଶରୀର ସୁସ୍ଥ ହେବା ପରେ ପୁଣି ଥରେ ସ୍କୁଲକୁ ଫେରିଥିଲେ । ଅଧିକ ଦିନ ଅନୁପସ୍ଥିତ ରହିବାରୁ କ୍ଲାସରେ ବସାଇବାକୁ ମଙ୍ଗୁନଥିଲେ ପ୍ରିନ୍ସିପାଲ । ହେଲେ ମେଡିକାଲ ସାର୍ଟିଫିକେଟ୍ ଦେଖିବା ପରେ ପ୍ରିନ୍ସିପାଲ ସୁଧୀର କୁମାର ରାଣା ଦେବଲଙ୍କୁ ଶ୍ରେଣୀରେ ବସାଇବାକୁ ରାଜି ହୋଇଥିଲେ । ତେବେ ତା’ ପରଦିନ ୫ ମିନିଟ ବିଳମ୍ବରେ ସ୍କୁଲରେ ପହଞ୍ଚିବାରୁ ତାଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲେ।

Advertisment

ସରକାରୀ ଡାକ୍ତରଖାନାରେ ଦେବଲଙ୍କ ଗୋଡ଼ର ଏକ୍ସ-ରେ କରାଯାଇଛି । ଏକ୍ସ-ରେ ରିପୋର୍ଟରେ ତାଙ୍କର ଦୁଇ ଗୋଡର ହାଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏବେ ଦେବଲଙ୍କ ଦୁଇ ଗୋଡକୁ ପ୍ଲାଷ୍ଟର କରାଯାଇଛି । ବର୍ତ୍ତମାନ ଆହତ ଛାତ୍ରଙ୍କ ବାପା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥିସହିତ ପିଲାଟି କହିଛି, ପ୍ରିନ୍ସିପାଲ ମୋର କୌଣସି କଥା ଶୁଣିନଥିଲେ । ମାଡ଼ ମାରି ଚାଲିଥିଲେ, ଫଳରେ ମୋ ହାଡ ଭାଙ୍ଗି ଯାଇଛି।

Advertisment
Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ