Advertisment

‘ଲିଭ୍ ଇନ୍’ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଲିଭ୍ ଇନ୍ ସମ୍ପର୍କ(Live In Relationship)କୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଲିଭ୍ ଇନ୍‌ରୁ ଜାତ ସନ୍ତାନକୁ ମିଳିବ ପୈତୃକ ସମ୍ପତ୍ତି।

ଅଦ୍ୟତନ ହୋଇଛି
Child born in live-in relationship has right to paternal property

Child born in live-in relationship has right to paternal property

Advertisment

ଲିଭ୍ ଇନ୍ ସମ୍ପର୍କ(Live In Relationship)କୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଲିଭ୍ ଇନ୍‌ରୁ ଜାତ ସନ୍ତାନକୁ ମିଳିବ ପୈତୃକ ସମ୍ପତ୍ତି। ଯଦି କୌଣସି ପୁରୁଷ ଓ ମହିଳା ବିବାହ ନକରି ଦୀର୍ଘ ବର୍ଷ ଧରି ଲିଭ୍ ଇନ୍ ସମ୍ପର୍କରେ ଥିବେ। ତେବେ ସେମାନଙ୍କ ପୁତ୍ର ଉତ୍ତରାଧିକାରୀ ଭାବେ ସମ୍ପତ୍ତି ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

Advertisment

କେରଳର ଜଣେ ବ୍ୟକ୍ତି ନିଜ ପିତା ମାତାଙ୍କ ଉତ୍ତରାଧିକାରୀ ଭାବେ ସମ୍ପତ୍ତି ଦାବି କରିଥିଲେ। ମାତ୍ର ପିତା ସମ୍ପତ୍ତିରେ ଭାଗ ଦେବାକୁ ମନା କରିବାକୁ ସେ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ।  ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ୍ଷେତ୍ରରେ ଲିଭ୍ ଇନ୍ ସମ୍ପର୍କକୁ ବିବାହ ବୋଲି ମାନିବାକୁ ପଡ଼ିବ ବୋଲି ରାୟ ଦେଇଥିଲେ।

ତେଣୁ ସେମାନଙ୍କ ଔରସରୁ ଜନ୍ମ ନେଇଥିବା ସନ୍ତାନର ପୈତୃକ ସମ୍ପତ୍ତି ଉପରେ ଅଧିକାର ଅଛି। ଏହି ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ୨ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି।   

Advertisment
Supreme Court Live-in Relationship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ