Advertisment

ବାଃ ବାଃରେ ଅଫିସର ! ! ! ଡ୍ୟାମ୍‌ ଶୁଖାଇଲେ, ମୋବାଇଲ୍‌ ପାଇଲେ...ଏବେ ସସ୍‌ପେଣ୍ଡ୍‌ ହେଲେ

ଶେଷରେ ପୁରା ଡ୍ୟାମ୍‌ ଶୁଖାଇଲେ, ଏହାପରେ ଯାଇ ମିଳିଲା ମୋବାଇଲ୍‌। ପ୍ରାୟ ଲକ୍ଷେ ଟଙ୍କାର ମୋବାଇଲ୍‌ ସିନା ମିଳିଲା, କିନ୍ତୁ ୩ ଦିନ ଧରି ପାଣି ଭିତରେ ପଡ଼ିଥିବାରୁ ଏହହା ଆଉ ଚାଲୁ ନାହିଁ।

ଅଦ୍ୟତନ ହୋଇଛି
Chhattisgarh official empties about 21 Lakh liters from water reservoir to find his mobile phone

Chhattisgarh official empties about 21 Lakh liters from water reservoir to find his mobile phone

Advertisment

ଶେଷରେ ପୁରା ଡ୍ୟାମ୍‌ ଶୁଖାଇଲେ, ଏହାପରେ ଯାଇ ମିଳିଲା ମୋବାଇଲ୍‌। ପ୍ରାୟ ଲକ୍ଷେ ଟଙ୍କାର ମୋବାଇଲ୍‌ ସିନା ମିଳିଲା, କିନ୍ତୁ ୩ ଦିନ ଧରି ପାଣି ଭିତରେ ପଡ଼ିଥିବାରୁ ଏହହା ଆଉ ଚାଲୁ ନାହିଁ। ଅର୍ଥାତ୍‌ ଏହି ଘଟଣା ଅପରେସନ ସଫଳ ହେଲେ ରୋଗୀ ମୃତ ଭଳି। ସରକାରୀ ବାବୁମାନେ କେମିତି କ୍ଷମତାର ଅପବ୍ୟବହାର କରି ବେଳେ ବେଳେ ନିଜ ପାଇଁ ଫାଲତୁ କାମ କରନ୍ତି, ଏହାର ଏକ ଉଦାହରଣ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏହି ଘଟଣାରୁ ଦେଖିବାକୁ ମିଳିଛି। ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ କାଙ୍କେର ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଥିବା ଜଣାପଡ଼ିଛି।

Advertisment

ଫୁଡ୍ ଇନ୍ସପେକ୍ଟର ରାଜେଶ ବିଶ୍ୱାସ ସୋମବାର ଛୁଟି ଦିନ ପାଇଁ ଖେରକଟା ପାରଲକୋଟ ଜଳଭଣ୍ଡାରରେ ପହଞ୍ଚିଥିଲେ। ସେଲ୍‌ଫି ନେବା ବେଳେ ଜଳଭଣ୍ଡାରରେ ତାଙ୍କର ମୋବାଇଲ୍‌ ଖସି ପଡ଼ିଥିଲା। ଯାହାର ଦାମ୍‌ ପ୍ରାୟ ୯୬ ହଜାର ଟଙ୍କା। ଏହି ଦାମୀ ମୋବାଇଲ୍‌ ପାଇଁ ସରକାରୀ ବାବୁଙ୍କ ଏତେ ମୋହ ଥିଲା ଯେ, ମୋବାଇଲ୍‌ ଖୋଜିବାକୁ ଡ୍ୟାମ୍‌ର ପାଣି ପୁରା ନିଷ୍କାସନ କରି ତାକୁ ଶୁଖାଇ ଦେଲେ। ପାଣି ନିଷ୍କାସନ କରିବାକୁ ପୁରା ୩ ଦିନ ଲାଗିଥିଲା। ଏଥିପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଲାଗିଥିଲା ।

କୁହାଯାଉଛି ଯେ, ଏତେ ପାଣି ବରବାଦ କରାଗଲା ଯେ, ୧୫ ଶହ ଏକର ଜମିକୁ ଏହି ପାଣି ମଡ଼ାଯାଇ ପାରିଥାନ୍ତା। ତାଙ୍କର ଏହି କାରନାମା ପାଇଁ ସମ୍ପୃକ୍ତ ଫୁଡ୍ ଇନସପେକ୍ଟର ଓ ଜଳ ସମ୍ପଦ ବିଭାଗର ଜଣେ ଏସ୍‌ଡିଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ