Advertisment

ମାତ୍ର ୯୬ ହଜାରର ଫୋନ୍‌ ପାଇଁ ୨୧ ଲକ୍ଷ ଲିଟର ପାଣି ନଷ୍ଟ

ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ କାଙ୍କେର ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଥିବା ଜଣାପଡ଼ିଛି ।

Mobile Phone Search

Mobile Phone Search

Advertisment

ଖରାଦିନେ ବୁନ୍ଦାଏ ପାଣି ପାଇଁ ଲୋକେ ଡହଳ ବିକଳ। ହେଲେ ମୋବାଇଲ ନିଶା ଏମିତି ଘାରିଲା ଯେ, ପାଣିରେ ବୁଡ଼ିଯାଇଥିବା ମୋବାଇଲକୁ ଉଦ୍ଧାର କରିବା ପାଇଁ ଗୋଟାଏ ଡ଼୍ୟାମର ପାଣି ଖାଲି କରିଦେଲେ ଜଣେ ସରକାରୀ ବାବୁ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଘଟିଛି ଏହି ଘଟଣା । ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ କାଙ୍କେର ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ତଦନ୍ତ କରି କାଙ୍କେର ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଲା ସଂପୃକ୍ତ ଖାଦ୍ୟ ନିରୀକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।

Advertisment

ଖାଦ୍ୟ ନିରୀକ୍ଷକ ହେଲେ ରାଜେଶ ବିଶ୍ୱ। ସୋମବାର ଛୁଟିଦିନ ପାଇଁ ଖେରକଟା ପାରଲକୋଟ ଜଳଭଣ୍ଡାରରେ ପହଞ୍ଚିଥିଲେ। ସେଲଫି ସମୟରେ ଜଳଭଣ୍ଡାରରେ ଖସିପଡ଼ିଲା ପ୍ରାୟ ୯୬ ହଜାର ଟଙ୍କାର ମୋବାଇଲ୍ ଫୋନ । ଖାଦ୍ୟ ନିରୀକ୍ଷକ ତୁରନ୍ତ ଜଳ ସମ୍ପଦର SDO ସହିତ କଥା ହୋଇଥିଲେ ଏବଂ ଜଳଭଣ୍ଡାରରୁ ତୁରନ୍ତ ଖାଲି କରିଦେଲେ ପାଣି। ଲାଗିପଡ଼ିଲେ ସମସ୍ତ କର୍ମଚାରୀ, ନିୟୋଜିତ ହେଲା 30-HPର ପମ୍ପ । ଅଥଚ ମିଳିଲାନି ମୋବାଇଲ । 

Advertisment

ତେବେ ଜଳ ସମ୍ପଦ ବିଭାଗର ଏସଡିଓ ରାମଲାଲ ଧିଭାରଙ୍କ କହିବା ଅନୁଯାୟୀ, ସେ କମ ଫୁଟ ପର୍ଯ୍ୟନ୍ତ ପାଣି ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପାଣି ୧୦ ଫୁଟ ପର୍ଯ୍ୟନ୍ତ ଖାଲି ହୋଇଯାଇଛି । ଏହି ଘଟଣାରେ ଖାଦ୍ୟ ନିରୀକ୍ଷକଙ୍କୁ ନିଲମ୍ବିନ କରାଯିବା ସହ SDOଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତା’ସହ ଜଳସମ୍ପଦ ବିଭାଗକୁ SDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରାଯାଇଛି। ତେବେ ଏନେଇ ଖାଦ୍ୟ ନିରୀକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Mobile Phone Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ