Fraud Advertisement
ଅନଲାଇନ୍ ଜୁଆଖେଳ ସମ୍ପର୍କିତ କୌଣସି ପ୍ରକାର ବିଜ୍ଞାପନଠୁ ଦୂରେଇ ରହିବେ ଡିଜିଟାଲ ଗଣମାଧ୍ୟମ । ଡିଜିଟିଲା ନ୍ୟୁଜ୍ ପବ୍ଲିସର୍ସ ଓ ଓଟିଟି ପ୍ଲାଟଫର୍ମ ଓ ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି ହୋଇଛି ।
ସେହିଭଳି ଅନଲାଇନ୍ ବିଜ୍ଞାପନ ସଂସ୍ଥାଗୁଡ଼ିକୁ ମଧ୍ୟ ଭାରତୀୟ ଦର୍ଶକଙ୍କୁ ଏଭଳି ବିଜ୍ଞାପନଠୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ମିଳିଛି । ପୂର୍ବରୁ ଅନଲାଇନ୍ରେ ଜୁଆ ଖେଳ ଓ ବେଟିଂକୁ କିଛି ରାଜ୍ୟରେ ନିଷିଦ୍ଧ କରାଯାଇଛି । କିନ୍ତୁ ଏବେ ମଧ୍ୟ ଅନଲାଇନ୍ ପ୍ଲାଟଫର୍ମରେ ଏଭଳି ବିଜ୍ଞାପନ ଉପଲବଧ ହେଉଥିବା ଏବଂ ସେମାନେ ଲୋକଙ୍କୁ ଆକର୍ଷିତ କରିବାକୁ ନ୍ୟୁଜ୍ ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ମନ୍ତ୍ରାଳୟ କହିଛି ।
ଅନଲାଇନ୍ ଜୁଆରେ ବିଶେଷକରି ଯୁବ ଓ ଛାତ୍ରବର୍ଗ ସ୍ୱର୍ବସ୍ୱାନ୍ତ ହୋଇ ପରେ ଆର୍ଥିକ ଓ ସାମାଜିକ ତାଡ଼ନାର ଶିକାର ହେଉଥିବାରୁ ଲୋକଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ମନ୍ତ୍ରାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664854813.jpg)