ସତର୍କ! ସୁଇଟ୍ ସେଲ୍‌ଫି, ବ୍ୟୁଟି କ୍ୟାମେରା, ଭିଭା ଭିଡିଓ ବ୍ୟବହାର କରୁଛନ୍ତି କି ? ତେବେ ଚୋରି ହେବ ଆପଣଙ୍କ ପର୍ସନାଲ୍ ଡାଟା

ଚୀନ୍ ବିରୋଧରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ । ବ୍ୟାନ୍ ହେଲା ଆଉ ୫୪ ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ ଏସବୁ ଆପ୍‌କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର ।

Chinese App Ban

ଭାରତରେ ପୁଣି ବ୍ୟାନ୍ ହେଲା ୫୪ଟି ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ ଏସବୁ ଆପ୍‌କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ସାଇବର ଏକ୍ସପର୍ଟଙ୍କ ମତରେ, ଏବେ ବି ଦେଶରେ ଅନେକ ଆପ୍ ରହିଛି, ଯାହାଦ୍ୱାରା ଉପଭୋକ୍ତାଙ୍କ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି । ତେଣୁ କୌଣସି ଆପ୍‌କୁ ପ୍ରଥମ ଥର ବ୍ୟବହାର ପୂର୍ବରୁ ତାହାର ପର୍ମିସନ୍ ପ୍ରତି ଉପଭୋକ୍ତା ଧ୍ୟାନ ଦେବା ଉଚିତ୍ ।

ଚୀନ୍ ବିରୋଧରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ । ବ୍ୟାନ୍ ହେଲା ଆଉ ୫୪ ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ ଏସବୁ ଆପ୍‌କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ବ୍ୟାନ୍ ଚାଇନିଜ୍ ଆପ୍ ମଧ୍ୟରେ ରହିଛି ସୁଇଟ୍ ସେଲ୍‌ଫି ଏଚ୍‌ଡି, ବିୟୁଟି କ୍ୟାମେରା-ସେଲଫି କ୍ୟାମେରା, ଇକ୍ୱିଲାଇଜର୍ ଆଣ୍ଡ ବାସ୍ ବୁଷ୍ଟର, ଗାରେନା ଫ୍ରି ଫାୟାର-ଇଲୁମିନେଟ୍, ଭିଭା ଭିଡିଓ ଏଡିଟର, ଟେନସେଣ୍ଟ ସ୍କ୍ରାଇଭର, ଆପ୍‌ଲକ୍, ଡୁଆଲ ସ୍ପେସ୍ ଲାଇଟ୍, ଓନ୍ମିଓଜି ଆରିନା, ଓନ୍ମିଓଜି ଚେସ୍ ଭଳି ଆପ୍ କେନ୍ଦ୍ର ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କହିଛି ।

ଏସବୁ ଚାଇନିଜ ଆପ୍ ଜରିଆରେ ସଂଗ୍ରହ ହେଉଥିଲା ଭାରତୀୟ ଉପଭୋକ୍ତାଙ୍କ ବହୁ ସମ୍ବେଦନଶୀଳ ତଥ୍ୟ । ସଂଗୃହୀତ ତଥ୍ୟ ସିଧା ପହଞ୍ଚୁଥିଲା ବିଦେଶରେ ଥିବା ଆପ୍‌ର ସର୍ଭରରେ । ଆଉ ତଥ୍ୟର ଦୁରୁପଯୋଗ ହେଉଥିବାର ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀ କହୁଛନ୍ତି । ସେମାନଙ୍କ ମତରେ, ଏବେ ବ୍ୟାନ୍ ହୋଇଥିବା ଆପ୍ ମଧ୍ୟରେ ରହିଛି ୨୦୨୦ରେ ସରକାର ବ୍ୟାନ୍ କରିଥିବା ବହୁ ଆପ୍‌ର ନକଲ । ତେବେ ଏବେ ବି ଏଭଳି ଆହୁରି ଅନେକ ଆପ୍ ରହିଛି, ଯାହାକି ଉପଭୋକ୍ତାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ସେସବୁ ଆପ୍ ବ୍ୟାନ୍ କରିବା ନେଇ କାର୍ଯ୍ୟପନ୍ଥା ଆରମ୍ଭ କରିଛି ଡିଜିଟାଲ ସୁରକ୍ଷା ଏଜେନ୍ସି ସର୍ଟ-ଇନ୍ ।

 

ସାଇବର୍ ଏକ୍ସପର୍ଟଙ୍କ କହିବା କଥା, ଅନେକ ଆପ୍ ସ୍ମାର୍ଟଫୋନ୍‌ରେ ଇନଷ୍ଟଲ କରି ପ୍ରଥମ ଥର ବ୍ୟବହାର ବେଳେ ବିଭିନ୍ନ ପର୍ମିସନ୍ ମାଗିଥାଏ । ଆପ୍ ମାଗୁଥିବା ପର୍ମିସନକୁ ନ ଦେଖି ଉପଭୋକ୍ତା ସବୁଥିରେ ଅନୁମତି ଦେଇଦିଅନ୍ତି । ଏହାଦ୍ୱାରା ଆପ୍‌ଗୁଡ଼ିକ ଉପଭୋକ୍ତାଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନିଜ ସର୍ଭରରେ ମହଜୁଦ୍ କରି ରଖିଥାଏ । ଯାହାକି ଦୁରୁପଯୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଆପ୍‌ର ପ୍ରଥମ ବ୍ୟବହାର ବେଳେ ଉପଭୋକ୍ତା କେବଳ ଆପ୍ ପାଇଁ ଆବଶ୍ୟକ ପର୍ମିସନ୍‌କୁ ଅନୁମତି ଦେବା ଉଚିତ ।

୨୦୨୦ ମେ ରେ ଭାରତ-ଚୀନ୍ ସୀମା ବିବାଦ ପରଠାରୁ ଚୀନ୍ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ୍ ଆରମ୍ଭ କରିଥିଲା ଭାରତ । ଏହାପରଠୁ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୩୦୦ ଚାଇନିଜ୍ ଆପ୍ ବ୍ୟାନ୍ ହୋଇସାରିଛି ।

ରିପୋର୍ଟର- କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟ, ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ କପିଳେନ୍ଦ୍ର ପ୍ରଧାନ