ବଦଳିଲା ପୋର୍ଟ ବ୍ଲେଆର ନାଁ, ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନୂଆ ନାମ ହୋଇଛି ଶ୍ରୀ ବିଜୟ ପୁରମ (Sri Vijaya Puram)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି ।

Centre renames Port Blair as Sri Vijaya Puram

ବଦଳିଲା ପୋର୍ଟ ବ୍ଲେଆର ନାଁ । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନୂଆ ନାମ ହୋଇଛି ଶ୍ରୀ ବିଜୟ ପୁରମ (Sri Vijaya Puram)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଶାହ ଏହି ସୂଚନା ଦେଇଛନ୍ତି । 

ନିଜ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଅମିତ ଶାହ ଲେଖିଛନ୍ତି, "ଦେଶକୁ ଉପନିବେଶ ଛାପରୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ ହୋଇ ଆଜି ପୋର୍ଟ ବ୍ଲେଆରର ନାଁ ବଦଳାଇ 'ଶ୍ରୀ ବିଜୟପୁରମ' କରିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ପୂର୍ବରୁ ଥିବା ନାମରେ ଉପନିବେଶର ଚିହ୍ନ ରହିଥିଲା । ଶ୍ରୀ ବିଜୟପୁରମ ଆମର ସ୍ୱାଧୀନତା ସଂଗ୍ରାମରେ ମିଳିଥିବା ବିଜୟ ଓ ଏଥିରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଦ୍ୱିତୀୟ ଭୂମିକାର ପ୍ରତୀକ ।''

ଶାହ ଆହୁରି ମଧ୍ୟ କହିଛନ୍ତି, "ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ସ୍ଥାନ ଅଦ୍ୱିତୀୟ । ଏକଦା ଏହି ଦ୍ୱୀପ ଚୋଳ ସାମ୍ରାଜ୍ୟର ନୌସେନା ଆଡ୍ଡା ରହିଥିଲା। ମାତ୍ର ଏବେ ଭାରତର ରଣନୀତି ଓ ବିକାଶର ଆକାଂକ୍ଷା ପାଇଁ ମହତ୍ତ୍ୱପୂର୍ଣ୍ଣ ଆଧାର ହେବାକୁ ପ୍ରସ୍ତୁତ । ଏହି ସ୍ଥାନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମ ଥର ଆମର ତ୍ରିରଙ୍ଗା ଉଡ଼ାଇଥିଲେ । ଏଠାରେ ସେଲୁଲାର ଜେଲ୍ ମଧ୍ୟ ଥିଲା ଯେଉଁଠି ବୀର ସବରକରଙ୍କ ସମେତ ଅନେକ ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନ ଭାରତ ପାଇଁ ସଂଘର୍ଷ କରିଥିଲେ ।"