Advertisment

କମିଛି କରୋନା ହେଲେ ଢିଲା ଛାଡ଼ନି, ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସତର୍କବାଣୀ

କରୋନା ପ୍ରକୋପ କମିଛି। କିନ୍ତୁ ଏବେ ଏହାକୁ ନେଇ ଢିଲା ଦେବାନି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି କରିଛନ୍ତି।

undefined

Corona Testing

Advertisment

ଯଦିଓ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି, ହେଲେ ଚୀନ ସମେତ ଅନ୍ୟ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ହୋଇଛନ୍ତି।

Advertisment

କରୋନା ପ୍ରକୋପ କମିଛି। କିନ୍ତୁ ଏବେ ଏହାକୁ ନେଇ ଢିଲା ଦେବାନି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି କରିଛନ୍ତି। କରୋନା ସଂକ୍ରମଣ ହ୍ରାସ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିନୋମ ସିକ୍ୱେନ୍ସିଂ ଓ ସର୍ଭେଲାନ୍ସକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଏହାସହ ପୂର୍ବ ଭଳି ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଟିକାକରଣକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି। ଅଧିକରୁ ଅଧିକ ଲକ୍ଷଣ ଯୁକ୍ତଙ୍କ ସାମ୍ପଲ ସଂଗ୍ରହ କରି ଟେଷ୍ଟ କରିବାକୁ ସେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ ବ୍ୟବସ୍ଥା କରିବା ଓ କରୋନା କଟକଣା କଡ଼ାକଡ଼ି ପାଳନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। 

Advertisment

ଗୁରୁବାର ଦିନ ଦେଶରେ ୨,୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୦୪,୦୦୫ରେ ପହଞ୍ଚିଛି। 

Coronavirus Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ