Advertisment

ଘରେ ପହଞ୍ଚିବ ରାସନ ସାମଗ୍ରୀ, ରାଜ୍ୟର ଯୋଜନାକୁ କେନ୍ଦ୍ରର ନା !

କଂଟ୍ରୋଲ ନୁହେଁ ବରଂ ଘରେ ରାସନ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ ଦିଲ୍ଲୀ ସରକାର। ଅର୍ଥାତ୍‌ ଏବେ ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରେ ନୁହେଁ ବରଂ ଖାଉଟିମାନେ ନିଜ ନିଜ ଘରେ ରାସନ ପାଇବେ ବୋଲି ଦିଲ୍ଲୀ ସରକାର କହିଥିଲେ।

Ration

Ration

Advertisment

ନୂଆଦିଲ୍ଲୀ: କଂଟ୍ରୋଲ ନୁହେଁ ବରଂ ଘରେ ରାସନ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ ଦିଲ୍ଲୀ ସରକାର। ଅର୍ଥାତ୍‌ ଏବେ ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରେ ନୁହେଁ ବରଂ ଖାଉଟିମାନେ ନିଜ ନିଜ ଘରେ ରାସନ ପାଇବେ ବୋଲି ଦିଲ୍ଲୀ ସରକାର କହିଥିଲେ। କିନ୍ତୁ ଏହି ଯୋଜନାକୁ ଅନୁମତି ଦେବା ପାଇଁ  ମନା କରିଦେଇଛନ୍ତି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର। ଯାହାକୁ ନେଇ ପୁଣି ଥରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ଆପ୍‌ ଦଳର ନେତା ଅଭିଯୋଗ କରିଛନ୍ତି କି, ଏହି ଯୋଜନା କାର୍ଯ୍ୟକାରୀ ହେଲେ ସିଧାସଳଖ ଲୋକମାନେ ଲାଭ ପାଇଥାଆନ୍ତେ। କିନ୍ତୁ ଏହାକୁ ଅନୁମତି ନଦେବାର ଅର୍ଥ ହେଉଛି ବିଜେପି ନେତା- ଡିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି।

Advertisment

ସୂଚନା ଅନୁସାରେ, ଅନେକ ସମୟରେ ଆପ୍‌ ସରକାରଙ୍କ ପାଖକୁ ଅଭିଯୋଗ ଆସିଥିଲା କି, ଦିଲ୍ଲୀରେ ପ୍ରକୃତ ହିତାଧିକାରୀ ସଠିକ୍ ଭାବରେ ରାସନ ପାଉନାହାନ୍ତି। ତେଣୁ ସେମାନଙ୍କୁ କେମିତି ସଠିକ୍‌ ଦାମରେ ଏବଂ ସରକାର ଯେତିକି ପରିମାଣରେ ସାମଗ୍ରୀ ଦେଉଛନ୍ତି ତାହା ପହଞ୍ଚାଇବା ପାଇଁ ଅଂଟା ଭିଡ଼ିଥିଲେ କେଜ୍ରିୱାଲ ସରକାର। ତେଣୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଏନେଇ ଚିଠି ଲେଖିଥିଲେ ଦିଲ୍ଲୀ ସରକାର। କିନ୍ତୁ ଏହି ଯୋଜନା ଲାଗୁ ନକରିବା ଲାଗି ଦିଲ୍ଲୀ ଯୋଗାଣ ବିଭାଗକୁ ସରକାରୀ ଭାବରେ ଚିଠି ଲେଖାଯାଇଛି।

Advertisment

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିଲ୍ଲୀରେ ଡୋର ରୁ ଡୋର ରାସନ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମୋଦନ ଦେଇଥିଲେ। ଏହାସହ କୋର୍ଟ କହିଥିଲେ ଯେ, ସରକାରୀ ଭାବରେ ଯେଉଁମାନଙ୍କୁ ଖାଉଟି କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି ସେମାନେ ଯେପରି ବିନା କୌଣସି ବାଧାରେ ରାସନ ପାଆନ୍ତି ସେଥିଲାଗି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମାମଲାର ଶୁଣାଣି କରି, ଜଷ୍ଟିସ ଭିପିନ୍‌ ସାଙ୍ଗି ଏବଂ ଜଷ୍ଟିସ୍‌ ଜସମିତ୍‌ ସିଂ ବେଂଚ କହିଛନ୍ତି, ଯେଉଁମାନେ ସରକାରୀ ସାମଗ୍ରୀ ପାଉଛନ୍ତି ସେମାନେଙ୍କ ମତାମତ ନେବା ଦରକାର କି ସେମାନେ କଂଟ୍ରୋଲକୁ ଆସି ସାମଗ୍ରୀ ନେବେ ନା ଘରେ ସେମାନଙ୍କର ରାସନ ପହଞ୍ଚାଯିବ। ଏହାପରେ ସରକାର ନିଷ୍ପତ୍ତି ନେବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିତାଧିକାରୀଙ୍କ ଘରେ ରାସନ ପହଞ୍ଚିବା ପୂର୍ବରୁ ଡିଲର ସେମାନଙ୍କ ସମସ୍ତ ତଥ୍ୟ ରଖିବେ ଏବଂ କେଉଁମାନେ ରାସନ ପାଇଲେ ଓ କେଉଁ ନମାନେ ନପାଇଲେ ତାହାର ତାଲିକା ମଧ୍ୟ କରିବା ଦରକାର। ତେବେ କେବେଠୁ ଦିଲ୍ଲୀରେ ଏହି ଯୋଜନା ଲାଗୁ ହେବ ତାହା ସମୟ କହିବ।

Delhi Ration Delhi-governments
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ