CCTV footage shows 3 girls stuck in lift for 30 mins in UP
ଥରେ ଭାବନ୍ତୁ, ଆପଣ ଲିଫ୍ଟରେ ଯାଉଛନ୍ତି ଓ ହଠାତ୍ ଲିଫ୍ଟଟି ମଝିରେ ଅଟକି ଗଲା। ଏହି ସମୟରେ କ’ଣ କରିବେ କ’ଣ ନାହିଁ ହଠାତ୍ ମୁଣ୍ଡରେ କିଛି ପଶି ନଥାଏ। କିଛି ଲୋକ ଭୟରେ ଥରିବା ଆରମ୍ଭ କରିଥାନ୍ତି। ହେଲେ ୩ କୁନି ଝିଅ ଏପରି ପରିସ୍ଥିତିର ସାମ୍ନା କରିବା ସହ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏମାନଙ୍କର ସାହସକୁ ପ୍ରଶଂସା ମଧ୍ୟ କରାଯାଇଛି। ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି କିଛି ଘଟଣା ଘଟିଛି। ମଝିରେ ଲିଫ୍ଟ ଅଟକି ଯିବା ଯୋଗୁ ପାଖାପାଖି ୩୦ ମିନିଟ ଧରି ୩ ଜଣ ଛୋଟ ଝିଅ ଫସି ରହିଥିଲେ। ୩ ଜଣ ଛୋଟ ଥିବାରୁ ସେମାନେ ଲିଫ୍ଟ ଭିତରେ କାନ୍ଦିବାକୁ ଲାଗିଥିଲେ।
ଆସୋଟେକ୍ ନ ନେଷ୍ଟ ନାମକ ଆପାର୍ଟମେଣ୍ଟରେ ଏହି ଅଘଟଣ ହୋଇଥିଲା। ଯାହାର ଭିଜୁଆଲ୍ ସିସିଟିଭିରେ ରେକର୍ଡ ହୋଇଛି। ଏଥିରେ ଦେଖିବାକୁ ମିଳିଛି, ଲିଫ୍ଟରେରେ ଫସି ଯିବାପରେ ଲିଫ୍ଟ ଖୋଲିବାକୁ ୩ କୁନି ଝିଅ ବହୁତ ଚେଷ୍ଟା କରୁଛନ୍ତି। ଏହାସହ ସାହାଯ୍ୟ ପାଇଁ ଚିତ୍କାର ମଧ୍ୟ କରୁଛନ୍ତି। ଏପରିକି ଏମର୍ଜେନ୍ସି ବଟନ ମଧ୍ୟ ଚିପୁଛନ୍ତି। କିନ୍ତୁ କିଛି ଫାଇନା ନହେବାରୁ ଶେଷରେ ସେମାନେ କାନ୍ଦିବା ଆରମ୍ଭ କରିଥିଲେ। ଏହି ସମୟରେ ୩ ଶିଶୁଙ୍କ ମଧ୍ୟରେ ଥିବା ସବୁଠୁ ବଡ଼ ଝିଅ ଛୋଟ ଝିଅଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।
ପରେ ସମସ୍ତ ୩ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଭିଭାବକଙ୍କ ଅଭିଯୋଗ ପରେ ବିଲ୍ଡରଙ୍କ ନାଁରେ ପୋଲିସ ଏକ ମାମଲା ରୁଜୁ କରିଛି। ଶିଶୁଙ୍କ ଜୀବନ ବିପଦରେ ଥିଲା ବୋଲି ପୋଲିସ ଦର୍ଶାଇଛି। ସୋସାଇଟିର ସଭ୍ୟମାନେ ମଧ୍ୟ ଅଭିଯୋଗ କରିଛନ୍ତି, ଆପାର୍ଟମେଣ୍ଟର ଲିଫ୍ଟ ଏମିତି ବାରମ୍ବାର ଖରାପ ହେଉଛି। ଏହାଦ୍ୱାରା ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇନପାରେ। ବିଶେଷ କରି ପିଲା ଓ ବୟସ୍କଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସଭ୍ୟମାନେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669885900.jpg)