Advertisment

‘Google’ ବିରୋଧରେ ହେବ ତଦନ୍ତ, ଆସିଲା ସାଂଘାତିକ ଅଭିଯୋଗ

ପ୍ରମୁଖ ୱେବ୍‌ ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗଲ୍‌’ କୁ ବଡ଼ ଝଟ୍‌କା। ମଜଭୁତ ସ୍ଥିତିର ଅପବ୍ୟବହାର କରୁଥିବା ନେଇ ଗୁଗଲ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଡିଜିଟାଲ ନ୍ୟୁଜ୍‌ ପବ୍ଲିସର୍ସ ଆସୋସିଏସନ୍‌ ଏହି ଅଭିଯୋଗ ଆଣିଛି।

Google

Google

Advertisment

ନୂଆଦିଲ୍ଲୀ: ପ୍ରମୁଖ ୱେବ୍‌ ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗଲ୍‌’ କୁ ବଡ଼ ଝଟ୍‌କା। ମଜଭୁତ ସ୍ଥିତିର ଅପବ୍ୟବହାର କରୁଥିବା ନେଇ ଗୁଗଲ୍‌(Google) ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଏହାପରେ CCI(Competition Commission of India) ଶୁକ୍ରବାର ଗୁଗଲ୍‌ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ବଜାରରେ ଗୁଗଲ୍‌ ତା’ କ୍ଷମତାର ଅପବ୍ୟବହାର କରୁଥିବା କୁହାଯାଉଛି। ଡିଜିଟାଲ ନ୍ୟୁଜ୍‌ ପବ୍ଲିସର୍ସ ଆସୋସିଏସନ୍‌ ଏହି ଅଭିଯୋଗ ଆଣିଛି। 

Advertisment

CCI କହିଛି, ସୂଚାରୁ ଭାବେ କାମ କରୁଥିବା ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କମ୍ କରାଯାଇପାରିବ ନାହିଁ। ଏହା ସୁନିଶ୍ଚିତ କରିବା ଜରୁରୀ ଯେ, ଡିଜିଟାଲ୍‌ କମ୍ପାନୀ ସମସ୍ତ ଷ୍ଟେକ୍‌ ହୋଲ୍‌ଡର୍ସଙ୍କ ମଧ୍ୟରେ ରେଭେନ୍ୟୁର ଉଚିତ୍‌ ବଣ୍ଟନ ସ୍ଥିର କରାଯିବା ଉଚିତ୍‌। ଏଥିପାଇଁ ପ୍ରତିଯୋଗିତାମୂଳକ ପ୍ରକ୍ରିୟାକୁ ନଷ୍ଟ କରିବା ପାଇଁ ଡିଜିଟାଲ୍‌ କମ୍ପାନୀ ତା’ର ମଜଭୁତ ସ୍ଥିତିର ଯେପରି ଅପବ୍ୟବହାର ନକରନ୍ତି, ସେଥିପ୍ରତି ଧ୍ୟାନ ଦେବା ଉଚିତ।

CCI ଏକ ନିର୍ଦ୍ଦେଶରେ କହିଛନ୍ତି, ଗୁଗଲ୍‌ ପ୍ରତିଯୋଗିତା ଅଧିନିୟମ, ୨୦୦୨ ର ଧାରା-୪ ନିୟମକୁ ଉଲ୍ଲଂଘନ କରିଛି। ଯାହା ବଜାରରେ ମଜଭୁତ ସ୍ଥିତିର ଅପବ୍ୟବହାର ସହ ଜଡିତ। ଡିଜିଟାଲ ନ୍ୟୁଜ୍‌ ପବ୍ଲିସର୍ସ ଆସୋସିଏସନ୍‌ର ଅଭିଯୋଗ ମୁତାବକ ଏହି ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ Alphabet Inc, Google LLC, Google India Private Ltd and Google Ireland Ltd. ବିରୋଧରେ ଅଭିଯୋଗ ହୋଇଥିଲ

Advertisment

ନ୍ୟୁଜ୍‌ ପବ୍ଲିସର୍ସ ଆସୋସିଏସନ୍‌ର ଅଭିଯୋଗ ଅନୁସାରେ, ନ୍ୟୁଜ୍‌ ୱେବ୍‌ସାଇଟ୍‌ରେ ଅଧିକାଂଶ ଟ୍ରାଫିକ୍‌ ଅନ୍‌ଲାଇନ୍‌ ସର୍ଚ୍ଚ ଇଞ୍ଜିନରୁ ଆସିଥାଏ ଏବଂ ଗୁଗଲ୍‌କୁ ସବୁଠୁ ପ୍ରମୁଖ ସର୍ଚ୍ଚ ଇଞ୍ଜିନ ବୋଲି ବିଶ୍ୱାସ କରାଯାଏ। ନ୍ୟୁଜ୍‌ ୱେବ୍‌ସାଇଟ୍‌ରେ ପ୍ରାୟ ଟ୍ରାଫିକ୍‌ର ୫୦%ରୁ ଅଧିକ ଗୁଗଲ୍‌ ମାଧ୍ୟମରେ ପଠାଯାଏ। ଗୁଗଲ ତା’ର ଆଲଗୋରିଦମ୍‌ ମାଧ୍ୟମରେ ନିର୍ଦ୍ଧାରିତ କରେ, କେଉଁ ନ୍ୟୁଜ୍‌ ୱେବ୍‌ସାଇଟକୁ ସର୍ଚ୍ଚ ଜରିଆରେ ଅତି ସହଜରେ ପାଇପାରିବେ।

ଡିଜିଟାଲ୍ ବିଜ୍ଞାପନ ପ୍ଲାଟଫର୍ମରେ ଗୁଗଲ ଏକ ପ୍ରମୁଖ ଅଂଶୀଦାର ହୋଇଥିବାରୁ ଏହା ପବ୍ଲିସର୍ସଙ୍କୁ ଦେୟ କରିବା ଉପରେ ଏକପାଖିଆ ନିଷ୍ପତ୍ତି ମଧ୍ୟ ନେଇଥାଏ। ଫଳସ୍ୱରୂପ, ଆସୋସିଏସନର ସଦସ୍ୟମାନଙ୍କୁ ବିଜ୍ଞାପନ ରାଜସ୍ୱରେ କ୍ଷତି ସହିବାକୁ ପଡେ। 

Advertisment
Google CCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ