Advertisment

କୋଲକାତା ଲଜ୍ଜା: ବନ୍ଧା ହେବେ ସନ୍ଦୀପ ଘୋଷ ! ଘରେ ପଶିଲା CBI

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ।ତାଙ୍କ ଘରେ ଆଜି ରେଡ୍ କରିଛି ସିବିଆଇ।

Sandip Ghosh

Sandip Ghosh

Advertisment

କୋଲକାତା RG କର ମେଡିକାଲ୍ କଲେଜ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ତାଙ୍କ ଘରେ ଆଜି ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। କୋଲକାତା ସ୍ଥିତ ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ପଞ୍ଝା ମାରିଛି ସିବିଆଇ।

Advertisment

ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଗତକାଲି ତାଙ୍କ ବିରୋଧରେ ଆଣ୍ଟି କରନପସନ୍ ୱିଙ୍ଗ ମାମଲା ଦାୟର କରିଥିଲା। ଆରଜି କର ମେଡିକାଲରେ ବଡ଼ ଦୁର୍ନୀତିର ଗନ୍ଧ ବାରିଛି ସିବିଆଇ। ପୂର୍ବତନ ଉପ-ଅଧୀକ୍ଷକ ଅଖତାର ଅଲ୍ଲୀ ସନ୍ଦୀପ ଘୋଷଙ୍କ କଳା କାରନାମା ଉପରେ ଦେଇଥିଲେ ବିସ୍ଫୋରକ ବୟାନ। ମେଡିକାଲ କଲେଜରେ ସେକ୍ସ ରାକେଟ୍ ଚାଲୁଥିବା ଅଭିଯୋଗ ଆଣିଥିଲେ। ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ଥିବା ସେ କହିଥିଲେ।

ସେତେବେଳର ଡେପୁଟି ଅଧକ୍ଷ ଅଖତର୍ ଅଲ୍ଲୀ ଗତବର୍ଷ ପ୍ରଥମେ ସନ୍ଦୀପ ଘୋଷଙ୍କ ଗୁମର ଖୋଲିଥିଲେ । ହେଲେ ଏମିତି କିଛି ବଡ଼ବଡିଆଙ୍କ ହାତ ସନ୍ଦୀପଙ୍କ ଉପରେ ଥିଲା, ଯେମିତି ତାଙ୍କୁ ସୁରକ୍ଷା ମିଳୁଥିଲା । ହସ୍ପିଟାଲରେ ଅଙ୍ଗ ଚାଲାଣ କରାଯାଏ । ବାୟୋ ୱେଷ୍ଟକୁ ବାଂଲାଦେଶ ଚାଲାଣ ଭଳି ଅନେକ କାମ ସନ୍ଦୀପ ଘୋଷ କରୁଥିଲେ ବୋଲି ଅଭିଯୋଗ କରିଥିଲେ ଅଖତାର ଅଲ୍ଲୀ। ଏହାପରେ ଆଜି ସନ୍ଦୀପ ଘୋଷଙ୍କ ଘରେ ରେଡ୍ କରିଛି ସିବିଆଇ।

Advertisment

ସେହିପରି ଆରଜି କର ମେଡିକାଲ କଲେଜର ଫରେନସିକ ମେଡିସିନ ଓ ଟକ୍ସିୟୋଲୋଜି ବିଭାଗର ଡେମୋନଷ୍ଟ୍ରେଟର ଡକ୍ଟର ଦେବାଶିଷ ସୋମଙ୍କ ଘରେ ସିବିଆଇର ଏକ ଟିମ ଚଢାଉ ଜାରି ରଖିଛି। ଆରଜି କର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିନଟେଣ୍ଡେଣ୍ଟ ଅଖତାର ଅଲ୍ଲୀଙ୍କ ଏତଲା ଆଧାରରେ ସିବିଆଇ ଏହି ରେଡ କରୁଛି। ଅଖତାର ଅଲ୍ଲୀ ଆରଜି କର ମେଡିକାଲ କଲେଜର ଡେମୋନଷ୍ଟ୍ରେଟର ଦେବାଶିଷ ସୋମଙ୍କ ନାମରେ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ନେଇ ମାମଲା ରୁଜୁ କରିଥିଲେ।

Advertisment

ଗତକାଲି ଗିରଫ ଅଭିଯୁକ୍ତ ସଞ୍ଜୟ ରୟ ଓ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ସଞ୍ଜୟ ରୟର ଜେଲରେ ଏହି ପରୀକ୍ଷା ଦେଇଥିବାବେଳେ ସନ୍ଦୀପ ଘୋଷଙ୍କ କୋଲକାତାରେ ସିବିଆଇ କାର୍ଯ୍ୟାଳୟରେ ପଲିଗ୍ରାଫ ଟେଷ୍ଟ ହୋଇଥିଲା ।ଏଥିସହ ୪ଜଣ ଟ୍ରେନି ଡାକ୍ତରଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଛି । ସନ୍ଦୀପ ଘୋଷଙ୍କୁ ଅନେକ ଥର ପଚରାଉଚରା କରିସାରିଛି ସିବିଆଇ । କିନ୍ତୁ ବୟାନରେ ତାଳମେଳ ରହୁନଥିବାରୁ ପଲିଗ୍ରାଫି ପାଇଁ ସିବିଆଇ କୋର୍ଟଙ୍କୁ ଅନୁମତି ମାଗିଥିଲା । ତେବେ ଗତକାଲି ପଲିଗ୍ରାଫ ଟେଷ୍ଟ ପରେ ଆଜି ରେଡ୍ କରାଯାଇଛି।

CBI Medical College Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ