Advertisment

ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ କରି ସିବିଆଇ ହେପାଜତରେ ମୁକ୍ତବୃତ୍ତ ସାମ୍ବାଦିକ

ସେନା ଓ DRDO ଗୁପ୍ତ ତଥ୍ୟ ବିଦେଶୀ ସଂସ୍ଥାକୁ ଲିକ୍ କରିଥିବା ଅଭିଯୋଗରେ ତାଙ୍କ ଘରେ ରେଡ୍ ଚାଲିଛି ।

ଅଦ୍ୟତନ ହୋଇଛି
Freelance Journalist Vivek Raghuvanshi

freelance journalist

Advertisment

ଦେଶଦ୍ରୋହ କାମ କରି ସିବିଆଇ(Central Bureau of Investigation) ହେପାଜତରେ ମୁକ୍ତବୃତ୍ତ ପ୍ରତିରକ୍ଷା ସାମ୍ବାଦିକ (Freelance Journalist )। ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (DRDO) ଏବଂ ସେନା ବିଷୟରେ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥା ଯୋଗାଉଥିବା ଅଭିଯୋଗରେ ସିବିଆଇ ଜଣେ ମୁକ୍ତବୃତ୍ତ ସାମ୍ବାଦିକ ବିବେକ ରଘୁବଂଶୀ (Vivek Raghuvanshi)ଙ୍କୁ ହେପାଜତରେ ନିଆଯାଇଛି ।

Advertisment

ଏହାସହ ବର୍ତ୍ତମାନ ମୁକ୍ତବୃତ୍ତ ପ୍ରତିରକ୍ଷା ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ ରେଡ୍ କରାଯାଉଛି । ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ରେଡ୍ କରୁଛି CBI । ବିବେକ ରଘୁବଂଶୀ ଓ ତାଙ୍କ ସଂପର୍କୀୟଙ୍କ ୧୨ଟି ଜାଗାରେ ଚଢ଼ାଉ କରାଯାଇଛି । ବର୍ତ୍ତମାନ ଦିଲ୍ଲୀ ଓ ଜୟପୁରର ୧୨ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି । ତେବେ ଏନେଇ ସିବିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment
CBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ