Advertisment

ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍

ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

Union Minister

Advertisment

ଭୁବନେଶ୍ୱର: ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ବଢିଛି ରାଜ୍ୟର ଆଶା। ଏଠାରୁ ହିଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କ କାର୍ଯ୍ୟ କାଳରେ ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶା ଅଗ୍ରାଧିକାର ପାଇବ ବୋଲି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳମାନେ ଆଶା ବାନ୍ଧିଛନ୍ତି। ସେହିପରି ଦେଶର ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କଠାରୁ ବି ବଢ଼ିଛି ରାଜ୍ୟବାସୀଙ୍କ ଆଶା।

Advertisment

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍। ରେଳମନ୍ତ୍ରୀ ଭାବେ ଅଶ୍ୱିନୀଙ୍କ ପାଇଁ ଯେଉଁସବୁ ଚ୍ୟାଲେଞ୍ଜ୍ ରହିବ ତାମଧ୍ୟରେ ପ୍ରମୁଖ ହେଲା- ସାରା ଓଡ଼ିଶାର ରେଳ ନେଟ୍ଓ୍ୱର୍କକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବା, ଦୀର୍ଘଦିନ ଧରି ଅଧପନ୍ତିରିଆ ଭାବେ ପଡ଼ିଥିବା ପ୍ରକଳ୍ପକୁ ଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଆଦୌ ରେଳ ଲାଇନ୍ ଦେଖିନଥିବା ଓଡ଼ିଶାର ୬ ଜିଲ୍ଲାକୁ ରେଳ ମ୍ୟାପରେ ଯୋଡ଼ିବା। ସେହିପରି ଖୋର୍ଦ୍ଧା-ବଲାଙ୍ଗିର ଭଳି ଧିମେଇ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅଗ୍ରାଧିକାର ଦେବା, ପାରାଦୀପ-ହରିଦାସପୁର ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା, ତାଛଡ଼ା ପୂର୍ବରୁ ଘୋଷଣା ହୋଇଥିବା ଗଂଜାମ ଜିଲ୍ଲାର ଶୀତଳାପଲ୍ଲୀରେ ରେଲ୍ ଓ୍ୱାଗନ ଫ୍ୟାକଟ୍ରି, କଳହାଣ୍ଡିରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ ମେଣ୍ଟେନାସ୍ ଓ୍ୱାର୍କସପ୍ ନିର୍ମାଣ ଏବଂ ଭୁବନେଶ୍ୱର ଓ ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଲ୍ ଷ୍ଟେସନରେ ପରିଣତ କରିବା ଅଶ୍ୱିନୀଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହେବ।ଅଶ୍ୱିନୀ ନିଜେ ବି ମନ୍ତ୍ରୀ ହେବାପରେ ଓଡ଼ିଶାବାସୀଙ୍କ ସେବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିଲେ।

ଅଶ୍ୱିନୀଙ୍କୁ ରେଳ ସହିତ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ମିଳିଛି। ସେସବୁ କ୍ଷେତ୍ରରେ ବି ରାଜ୍ୟକୁ ପ୍ରାଧ୍ୟାନ୍ୟ ମିଳିବ ବୋଲି ଆଶା କରାଯାଉଛି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା, ଦକ୍ଷତା ବିକାଶ ଓ ପ୍ରାଦ୍ୟୋଗିକୀ ମନ୍ତ୍ରୀ ହୋଇଛନ୍ତି। ତେଣୁ ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ପୂର୍ବାପେକ୍ଷା ଅଧିକ ଫୋକସ୍ କରାଯିବ ବୋଲି ରାଜ୍ୟବାସୀଙ୍କ ଆଶା ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଟିଚର୍ସ ଆସୋସିଏସନ ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖାଯାଇ ତାଙ୍କ ନେତୃତ୍ୱରେ ବାଣୀବିହାରକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ ବୋଲି ଆଶା ବ୍ୟକ୍ତ କରାଯାଇଛି। ସେପଟେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ରାଜ୍ୟବାସୀଙ୍କର ତାଙ୍କଠାରୁ ବି ଆଶା ବଢ଼ିଛି।

Advertisment
Indian Railways Ministry Of Railways Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ