Advertisment

କାରରେ ସହରରୁ ସହର ବୁଲୁଛି ବାଛୁରୀ, ସାଥୀରେ ଅଛନ୍ତି ପ୍ରିୟ ମାଲିକାଣୀ

ଆଜିକାଲି ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି । ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦରି ନେଇଛନ୍ତି। କାରରେ ବସାଇ ବୁଲାଉଛନ୍ତି ସହର ସହର...

ଅଦ୍ୟତନ ହୋଇଛି
calf

calf

Advertisment

ଗାଡିରେ କୁକୁର ବୁଲିବା ଆପଣ ଦେଖିଥିବେ। ହେଲେ ବାଛୁରୀ ବୁଲିବା କେବେ ହେଲେ ଦେଖିନଥିବେ। ତେବେ ଏଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । କାର ଭିତରେ ଆରାମରେ ବସିଛି ଏହି ବାଛୁରୀଟି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।

Advertisment

ସାଧାରଣତଃ ବିଭିନ୍ନ ସମୟରେ ବାଇକ ହେଉ କି କାରରେ କୁକୁରକୁ ଧରି ଅନେକ ବୁଲିଥାନ୍ତି। ବେଳେ ବେଳେ ବିଲେଇ ଗାଡିରେ ବୁଲୁଥିବା ଆପଣ ଦେଖିଥିବେ। କେତେକ ଏହାକୁ ସଉକ ବୋଲି ମାନି ନେଇଥାନ୍ତି। କିନ୍ତୁ ଏମିତି ସଉକ ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ। ଗୋଟିଏ କଅଁଳା ବାଛୁରୀ ପ୍ରେମରେ ପଡି ଯାଇଛନ୍ତି ଯୁବତୀ । ଏହି ଭାଇରାଲ୍ ଭିଡିଓରେ ଯୁବତୀ ଜଣକ କାର ଚଲାଉଥିବା ବେଳେ ତାଙ୍କ ପାଖ ସିଟରେ ବାଛୁରୀକୁ ବସାଇଛନ୍ତି। ଆଉ ବାଛୁରୀଟି ଖୁବ ଆରାମରେ ସିଟ‌ରେ ବସି ବୁଲିବାର ଆନନ୍ଦ ଉଠାଉଛି। କେବଳ ଏତିକି ନୁହେଁ, ସିଟରେ ବସିଥିବା ବେଳେ ଟ୍ରାଫିକ ନିୟମ ମାନି ବାଛୁରୀଟି ବି ସିଟ ବେଲଟ ବାନ୍ଧି ଆରାମରେ ବସିଛି।

ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଏହି ଭିଡିଓଟିକୁ ୪୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏଥି ସହିତ ଶହ ଶହ ଲୋକ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଚାଲିଛନ୍ତି। ଅନେକ ପଶୁପ୍ରେମୀ ବାଛୁରୀ ଗାଡ଼ିରେ ବୁଲୁଥିବାର ଭିଡିଓଟିକୁ ଭାଇରାଲ କରିବାରେ ଲାଗିଛନ୍ତି।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ