Advertisment

୨ ମିନିଟ୍‌ର ଆନନ୍ଦରୁ ଦୂରେଇ ଯୌନ ଇଚ୍ଛା ଉପରେ ଲଗାମ୍ ଲଗା ! ଏପରି କାହିଁକି କହିଲେ ହାଇକୋର୍ଟ...

ସମାଜ ଆଖିରେ ହୀନମନ୍ୟତାର ଶିକାର ହେବା ପୂର୍ବରୁ ସଚେତନ ହେବା ଆବଶ୍ୟକ...ଝିଅମାନେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ..

ଅଦ୍ୟତନ ହୋଇଛି
Calcutta High Court

Calcutta High Court

Advertisment

ଯୌନ ଇଚ୍ଛାକୁ କାବୁରେ ରଖିବା ପାଇଁ ଝିଅମାନଙ୍କୁ କୋର୍ଟଙ୍କ ପରାମର୍ଶ । ଦୁଇ ମିନିଟର ଦୈହିକ ସୁଖ ପାଇଁ ନିଜ ଜୀବନକୁ ଘନ ଅନ୍ଧାର ଭିତରକୁ ଠେଲି ଦିଅନ୍ତୁ ନାହିଁ । କଲିକତା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କିଶୋରୀ ଝିଅମାନେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ସେହିପରି କିଶୋର ପୁଅମାନେ ମଧ୍ୟ ଯୁବତୀ ଏବଂ ମହିଳାଙ୍କୁ ସମ୍ମାନ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି କୋର୍ଟ ।

Advertisment

ଜଷ୍ଟିସ ଚିତ୍ତ ରଂଜନ ଦାସ ଏବଂ ଜଷ୍ଟିସ ପାର୍ଥ ସାରଥୀ ସେନଙ୍କ ବେଞ୍ଚ ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଆରୋପୀଙ୍କୁ ଖଲାସ କରିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି । ଗତବର୍ଷ ଅଭିଯୁକ୍ତ ନାବାଳକକୁ ପୋକ୍ସୋ ଆକ୍ଟ ଅନୁସାରେ ୨୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ନାବାଳକ ଜଣକ ଏହା ବିରୋଧରେ ଯାଇ ହାଇକୋର୍ଟରେ ଅପିଲ କରିଥିଲେ ।

କ’ଣ ଥିଲା ପୂରା ମାମଲା ?

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜଣେ ଯୁବକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଯୁବକ ଜଣକ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଜଣାପଡ଼ିଥିଲା । ନାବାଳିକା ଜଣକ ନିଜେ କୋର୍ଟରେ କହିଥିଲେ, ସେ ତାଙ୍କ ଇଚ୍ଛାରେ ନାବାଳକଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ସେମାନେ ସାବାଳକ ହେବା ପରେ ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧିହେବେ ।

Advertisment

ଏହାକୁ ଘଟଣାକୁ ନେଇ କୋର୍ଟ କହିଛନ୍ତି, ପ୍ରତ୍ୟେକ କିଶୋରୀଙ୍କ ଦାୟିତ୍ୱ ତଥା କର୍ତ୍ତବ୍ୟ ହେଉଛି ସେମାନେ ନିଜର ଅଧିକାରକୁ ରକ୍ଷା କରନ୍ତୁ । ନିଜର ଗରିମା ଏବଂ ଆତ୍ମ ସମ୍ମାନକୁ ରକ୍ଷା କରନ୍ତୁ । ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ନିଜର ବିକାଶ ପାଇଁ ପ୍ରୟାସ କରନ୍ତୁ ।

ସେହିପରି ପୁରୁଷଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି କୋଲକତା ହାଇକୋର୍ଟ । ଯୁବତୀ ହୁଅନ୍ତୁ କି ମହିଳା, ପୁରୁଷ ସେମାନଙ୍କୁ ସମ୍ମାନ କରିବା ଆବଶ୍ୟକ । ପୁରୁଷମାନେ ନିଜ ମନ ତଥା ମସ୍ତିସ୍କକୁ ଏହିପରି ଭାବେ ପ୍ରଶିକ୍ଷିତ କରିବା ଉଚିତ, ଯଦ୍ୱାରା ମହିଳାଙ୍କ ପ୍ରତି ତାଙ୍କର ସମ୍ମାନ ଭାବ ଉଦ୍ରେକ ହେବ ।

Advertisment
Calcutta High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ