Advertisment

ଏହି ନେତାଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କା, ଖୋଜୁଛି ପୋଲିସ୍‌

ନୋଏଡାର ସେକ୍ଟର-୯୩ ସ୍ଥିତ Grand Omaxe Societyରେ ଥିବା ରାଜନେତା ଶ୍ରୀକାନ୍ତ ତ୍ୟାଗୀଙ୍କ  ଆପାର୍ଟମେଣ୍ଟରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଗତ କିଛି ଦିନ ପୂର୍ବେ ଏହି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଶ୍ରୀକାନ୍ତ ତ୍ୟାଗୀ ଦୁର୍ବବ୍ୟହାର କରିଥିଲେ।

Bulldozer Action Against Politician Shrikant Tyagi

Bulldozer Action Against Politician Shrikant Tyagi

Advertisment

ମହଙ୍ଗା ପଡ଼ିଲା ମହିଳାଙ୍କୁ ଅସଦାଚରଣ। ଚାଲିଲା ବୁଲ୍‌ଡୋଜର, ହଟିଲା ଜବରଦଖଲ। ରାଜନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ନୋଏଡାର ସେକ୍ଟର-୯୩ ସ୍ଥିତ Grand Omaxe Societyରେ ଥିବା ଆପାର୍ଟମେଣ୍ଟରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ମାପଚୁପ୍ ପରେ କିଛି ଅଞ୍ଚଳ ଜବରଦଖଲରେ ଥିବା ଜଣାପଡ଼ିଥିଲା। ଫଳରେ ଏହାକୁ ବୁଲ୍‌ଡୋଜର ଲଗାଇ ଉଚ୍ଛେଦ କରାଯାଇଛି।

Advertisment

ଆଜି ଉଚ୍ଛେଦ ବେଳେ ଲୋକେ ମୋଦି ଓ ଯୋଗୀଙ୍କ ନାଁରେ ନାରା ଦେଇଥିଲେ। ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଏବେ ଯାଏ ତ୍ୟାଗୀ ଗିରଫ ହୋଇନଥିବାରୁ ସୋସାଇଟ୍‌ର ମହିଳାମାନେ ଅସୁରକ୍ଷିତ ମଣିଛନ୍ତି।

ତ୍ୟାଗୀଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ତାଙ୍କୁ ଧରିବା ଲାଗି ପୋଲିସ୍‌ ଟିମ୍‌ ଓ ସ୍ପେଶାଲ ଟାସ୍କ ଫୋର୍ସ(STF) ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଛନ୍ତି।  ଛାନ୍‌ଭିନ୍‌ରେ ଜଣାପଡ଼ିଛି ଯେ, ହରିଦ୍ୱାରରେ କିଛି ସମୟ ପାଇଁ ଶ୍ରୀକାନ୍ତଙ୍କ ଫୋନ୍‌ ଅନ୍‌ ଥିଲା। ଏହାପରେ ପୁଣି ବନ୍ଦ ହୋଇଯାଇଥିଲା। 

Advertisment

ସୂଚନାଥାଉ କି, ଗତ କିଛି ଦିନ ପୂର୍ବେ ଏହି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଶ୍ରୀକାନ୍ତ ତ୍ୟାଗୀ ଦୁର୍ବବ୍ୟହାର କରିଥିଲେ। ଗାଳିଗୁଳଜ କରିବା ସହ ଅସଭ୍ୟ ଭାଷା କହୁଥିବା ବେଳର ଭିଡିଓ ବି ଭାଇରାଲ୍ ହୋଇଥିଲା। 

Politician Shrikant Tyagi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ