Advertisment

ଷ୍ଟେଜ୍‌ ଉପରେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ଭୋ ଭୋ ହୋଇ କାନ୍ଦିଲେ ଦୁଲହନ୍, ଭିଡିଓ ଭାଇରାଲ୍‌...

ଯେଉଁଠି ଦୁଲ୍‌ହନ ନିଜ ବାପାମା’ଙ୍କ ପାଇଁ ଷ୍ଟେଜ୍‌ ଉପରେ ଡ୍ୟାନ୍ସ କରୁଛନ୍ତି ଓ ଏହି ସମୟରେ ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଯାହାର ଏକ ଝଲକ୍‌ ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Bride Crying While Dancing For Parent Video Goes Viral

Bride Crying While Dancing For Parent Video Goes Viral

Advertisment

ବିବାହକୁ ନେଇ ଜଣେ ଝିଅ ଯେତେ ଖୁସି ଥାଉ ନା ନାହିଁକି, କେଉଁଠି ନା କେଉଁଠି ମନରେ ଦୁଃଖ ଥାଏ। କାରଣ ନିଜ ଘର, ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଘରକୁ ଯିବାର ଦୁଃଖ ସମସ୍ତଙ୍କ ମନରେ ଥାଏ। ବାପାମା’ଙ୍କଠୁ ଅଲଗା ହେବା ଦୁଃଖ ବହୁତ କଷ୍ଟ ଦେଇଥାଏ। ଯାହାର ଏକ ଝଲକ୍‌ ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଯେଉଁଠି ଦୁଲ୍‌ହନ ନିଜ ବାପାମା’ଙ୍କ ପାଇଁ ଷ୍ଟେଜ୍‌ ଉପରେ ଡ୍ୟାନ୍ସ କରୁଛନ୍ତି ଓ ଏହି ସମୟରେ ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। 

Advertisment

କିଛିଦିନ ପୂର୍ବେ @d_d_makeover_ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ଶେଆର ହୋଇଛି। ଯାହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଆଜିକାଲି ବିବାହ କାର୍ଯ୍ୟକ୍ରମରେ ସଙ୍ଗୀତ ହେଉ କି ମେହେନ୍ଦୀ କାର୍ଯ୍ୟକ୍ରମରେ ଦୁଲହନ୍‌ ଡ୍ୟାନ୍ସ କରିବା ସାଧାରଣ କଥା ହୋଇଗଲାଣି। ଦୁଲ୍‌ହା ସହ ମିଶି ଦୁଲହନ୍‌ ଡ୍ୟାନ୍ସ କରିବା କିମ୍ବା ଦୁଲହନ୍‌ର ଖାସ୍‌ ଡ୍ୟାନ୍ସ ପରଫରମାନ୍ସ ହୁଏତ ଆପଣମାନେ ଦେଖିଥିବେ। ହେଲେ ବିବାହ କାର୍ଯ୍ୟକ୍ରମରେ ନିଜ ବାପାମା’ଙ୍କ ପାଇଁ ଡ୍ୟାନ୍ସ କରିବା ହୁଏତ ଏହା କମ୍‌ ଦେଖିଥିବେ।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଷ୍ଟେଜ୍‌ ଉପରେ ଦୁଲହନ୍‌ ‘ରବ୍‌ ନେ ବନାଦି ଯୋଡ଼ି’ ଫିଲ୍ମର ‘Tujh Mein Rab Dikhta Hai’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଭିଡିଓ ଦେଖି ଲାଗୁଛି ଏହା ବିବାହ ଦିନର ନୁହେଁ, ବରଂ ସଙ୍ଗୀତ କାର୍ଯ୍ୟକ୍ରମର ବୋଲି। ହେଲେ ଏହା ସ୍ପଷ୍ଟ ଭାବେ କୁହାଯାଇପାରିବନି ଏହା କେଉଁ ସମୟର ଭିଡିଓ।  ‘Tujh Mein Rab Dikhta Hai’ ଗୀତରେ ଦୁଲହନ୍‌ ଷ୍ଟେଜ୍‌ରେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ଇମୋସନାଲ୍‌ ହୋଇଯାଇଥିଲେ। ଏହାପରେ ସେ ଭୋ ଭୋ ହୋଇ କାନ୍ଦିବା ସହ ଡ୍ୟାନ୍ସ କରୁଥିଲେ। ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଅନ୍ୟ ମହିଳାଙ୍କ ଆଖିରୁ ଲୁହ ଆସି ଯାଇଥିଲା। 

ଭିଡିଓକୁ ୪୭ ଲକ୍ଷରୁ ଅଧିକ୍ ଲୋକ ଦେଖି ସାରିଥିବା ବେଳେ ଅନେକ ୟୁଜର ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଜଣେ ଯୁବତୀ କମେଣ୍ଟ ଦେଇ ଲେଖିଛନ୍ତି, ଏହି ଭାବପ୍ରବଣକୁ କେହିବି ବୁଝିପାରିବେ ନାହିଁ। ଝିଅ ହେବା ଏତେ ସହଜ ନୁହେଁ। ଆଉ ଜଣେ ୟୁଜର ଲେଖିଛନ୍ତି, ଦୁଲହନ୍‌ ଯେଭଳି ଭାବେ ନିଜର ଭାବ ବ୍ୟକ୍ତ କରିଛନ୍ତି, ଏହା ହୃଦୟକୁ ଛୁଇଁ ପାରିଛି। 

Advertisment
Viral Video Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ